ଆନ୍ତର୍ଜାତୀୟ ଯୋଗ ଦିବସ: ବିଶ୍ୱର ସର୍ବବୃହତ ବାଲୁକା କଳା ନିର୍ମାଣ କଲେ ସୁଦର୍ଶନ ପଟ୍ଟନାୟକ
ଆନ୍ତର୍ଜାତୀୟ ଯୋଗ ଦିବସ ଅବସରେ ବିଶ୍ୱର ସର୍ବବୃହତ ବାଲୁକା କଳା ନିର୍ମାଣ କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ସୂର୍ଯ୍ୟ ନମସ୍କାର ସଦୃଶ ଏକ ବାଲୁକା କଳା କରିଛନ୍ତି । ଯାହାର କି 3500 କ୍ଷେତ୍ରଫଳରେ ବ୍ୟାପିଛି ।
ପୁରୀ: ଆଜି ଆର୍ନ୍ତଜାତୀୟ ଯୋଗ ଦିବସ । ସାରା ଦେଶରେ ପାଳନ ହେଉଛି ଏହି ଦିବସ । ଏହି ଅବସରରେ ବାଲୁକା କଳା ମାଧ୍ୟରେ ସଚେତନତାର ବାର୍ତ୍ତା ଦେଇଛନ୍ତି ଉଭୟ ବାଲୁକଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁ । ଉଭୟ କଳା ମାଧ୍ୟମରେ ଯୋଗ ଦିବସର ଶୁଭେଚ୍ଛା ଜଣାଇବା ସହ ସଚେତନତାର ବାର୍ତ୍ତା ଦେଇଛନ୍ତି ।

ତେବେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରେ ବିଶ୍ୱର ସର୍ବବୃହତ ବାଲୁକା କଳା ନିର୍ମାଣ କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ସୂର୍ଯ୍ୟ ନମସ୍କାର ସଦୃଶ ଏକ ବାଲୁକା କଳା କରିଛନ୍ତି । ଯାହାର କି 3500 କ୍ଷେତ୍ରଫଳରେ ବ୍ୟାପିଛି । ପୁରୀ ବେଳାଭୂମିରେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ ଏକ ବାଲୁକା କଳା ନିର୍ମାଣ କରିଛନ୍ତି ଶ୍ରୀ ପଟ୍ଟନାୟକ ।
On #InternationalYogaDay2022 my SandArt at Puri beach, World’s biggest #Yoga sand art wich is created on an area of 3500 Sq ft. #SuriyaNamaskar 🙏 pic.twitter.com/go4LLvzcNg
— Sudarsan Pattnaik (@sudarsansand) June 20, 2022
#InternationalYogaDay : #SuryaNamaskara My SandArt at Puri beach in Odisha on the occasion of #YogaDay .#YogaForHumanity #IDY2022 pic.twitter.com/uDMgGJUSl3
— Sudarsan Pattnaik (@sudarsansand) June 20, 2022
ସେହିପରି ବାଲୁକା କଳାରେ ସକାଳର ସୂର୍ଯ୍ୟ କିରଣରେ ବସି ଯୋଗମୁଦ୍ରାର ଚିତ୍ରଣ କରିଛନ୍ତି ମାନସ । ୧୭ ଫୁଟ ଓସାରର ଏହି ବାଲୁକା କଳା ନିର୍ମାଣ ପାଇଁ ୧୫ ଟନ୍ ବାଲିର ବ୍ୟବହାର ହୋଇଛି । ଏହି ବାଲୁକାକଳା ପାଇଁ ମାନସଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା ।












Click it and Unblock the Notifications