Get Updates
Get notified of breaking news, exclusive insights, and must-see stories!

International Women's Day: ମହିଳାଙ୍କ ପାଇଁ ପ୍ରେରଣା ଆମ ଉପ-ମୂଖ୍ୟମନ୍ତ୍ରୀ

ପ୍ରଭାତୀ ପରିଡ଼ା ଓଡିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ । ସୁଭଦ୍ରା ଅପା ନାମରେ ସେ ଜଣାଶୁଣା। ତାଙ୍କ ଉଦ୍ୟମରେ ଏକ କୋଟିରୁ ଅଧିକ ମହିଳା ରାଜ୍ୟ ସରକାରଙ୍କୁ ସୁଭଦ୍ରା ଯୋଜନାର ଅଂଶ ହୋଇ ପାରିଛନ୍ତି । ସେ ପ୍ରତିଟି ଘରେ ଘରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ମହିଳାମାନଙ୍କ ବିକାଶକୁ ପ୍ରାଧାନ୍ୟ ଦେଇ ସେ ସର୍ବଦା ଆଗକୁ ବଢ଼ିଥାନ୍ତି । କଲେଜ୍ ସମୟରୁ ସେ ବିଭିନ୍ନ ସାମାଜିକମୂଳକ କାମ କରି ଆସୁଥିବା ପ୍ରଭାତୀ ଏବେ ସାରା ଓଡ଼ିଶା ପାଇଁ ପ୍ରେରଣା ସାଜିଛନ୍ତି । ପ୍ରଭାତୀଙ୍କ ନେତୃତ୍ୱରେ ମହିଳା ସଶକ୍ତିକରଣର ବାର୍ତ୍ତା ସ୍ୱରୂପ ସବୁଠି ହେଉଛି ସୁଭଦ୍ରା ଶକ୍ତି ମେଳା । ଯାହା ଦ୍ଵାରା ମହିଳାଙ୍କୁ ଲକ୍ଷପତି ଦିଦି କରାଯାଇପାରୁଛି ।

International Women s Day

ନିର୍ବାଚନ
୨୦୨୪ ମସିହା ନିର୍ବାଚନରେ ସେ ନିମାପଡ଼ା (ବିଧାନସଭା ନିର୍ବାଚନ ମଣ୍ଡଳୀ)ରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଜୟଯୁକ୍ତ ହୋଇଥିଲେ ।ବର୍ତ୍ତମାନ ସେ ଓଡ଼ିଶା ସରକାରରେ ଉପ-ମୂଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟରତ ।

ଶିକ୍ଷା ଓ ପରିବାର
ପ୍ରଭାତୀ ନିମାପଡ଼ାର ବାସିନ୍ଦା । ସେ ୧୯୯୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏଲଏଲବି ପାସ କରି ଉଚ୍ଚ ନ୍ୟାୟାଳୟରେ ଓକିଲାତି ଆରମ୍ଭ କରିଥିଲେ । ତାଙ୍କ ସ୍ୱାମୀ ଶ୍ୟାମ ସୁନ୍ଦର ନାୟକ ଜଣେ ପୂର୍ବତନ ସରକାରୀ କର୍ମଚାରୀ । ୨୦୦୫ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ଆଡ଼ମିନିଷ୍ଟ୍ରେସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।

୨୦୨୪ ମସିହା ଓଡ଼ିଶା ବିଧାନ ସଭା ନିର୍ବାଚନରେ ପ୍ରଭାତୀ ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ୯୪,୪୩୦ ଖଣ୍ଡ ଭୋଟ ପାଇ ନିଜ ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପ୍ରାର୍ଥୀ ଦିଲ୍ଲୀପ କୁମାର ନାୟକଙ୍କୁ ୪,୫୮୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

୨୦୨୪ ମସିହା ଜୁନ ମାସ ୧୧ ତାରିଖରେ ପ୍ରଭାତୀଙ୍କୁ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ସରକାରର ଉପମୂଖ୍ୟମନ୍ତ୍ରୀ ରୂପେ ଚୟନ କରାଯାଇଥିଲା । ସେହି ବର୍ଷ ଜୁନ ୧୨ତାରିଖରେ ସେ ଶପଥ ଗ୍ରହଣ କରିଥିଲେ । କନକ ବର୍ଦ୍ଧନ ସିଂହ ଦେଓ ଏହି ସରକାରରେ ଅନ୍ୟତମ ଉପମୂଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଉପ-ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+