Get Updates
Get notified of breaking news, exclusive insights, and must-see stories!

International Women's Day 2025: କେତେ ସଫଳ ଓଡ଼ିଶାର ନାରୀ ନେତ୍ରୀ ? ବିଧାନସଭାରୁ ଲୋକସଭା

ସବୁଠି ଆଗରେ ମହିଳା । ପୁରୁଷଙ୍କ ଭଳି ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରି ଆଗେଇ ଚାଲିଛି ନାରୀଶକ୍ତି ।

ରାଜ୍ୟ ରାଜନୀତିଠାରୁ ଆରମ୍ଭ କରି କେନ୍ଦ୍ର ପର୍ଯ୍ୟନ୍ତ ସବୁଥିରେ ଏବେ ମହିଳାମାନେ ଆଗରେ ରହିଛନ୍ତି । ଅନେକ କ୍ଷେତ୍ରରେ ପୁରୁଷଙ୍କ ସହ କାନ୍ଧ ମିଳାଇ ଆଗକୁ ଚାଲିପାରୁଛନ୍ତି । ତେବେ ରାଜନୀତିରେ ସେମାନଙ୍କର ଅବଦାନ କ'ଣ ? କି ଭୂମିକା ନିର୍ବାହ କରୁଛନ୍ତି ? ବଦଳୁଥିବା ରାଜନୀତି ସମୀକରଣରେ ସେମାନେ କେତେ ଆଗକୁ ଯାଇପାରୁଛନ୍ତି ?

ବିଧାନସଭା କି ଲୋକସଭା ନୁହେଁ ତୃଣମୂଳସ୍ତରରେ ପ୍ରତି ୫ ବର୍ଷରେ ହେଉଥିବା ନିର୍ବାଚନରେ ମହିଳାମାନଙ୍କ ପ୍ରତିନିଧିତ୍ୱ ଅଧିକ । ବାସ୍ତବରେ ସେମାନଙ୍କର ଭୂମିକା ଏବେ ଗୁରୁତ୍ୱପୂର୍ଣ୍ଣ ।

International Women s Day 2025

ରାଜ୍ୟର ବିକାଶରେ ମହିକାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଜନସାଧାରଣଙ୍କ ଅର୍ଦ୍ଧାଧିକ ହେଉଛନ୍ତି ମହିଳା । ଦେଶ ଯେତେ ଆଗକୁ ବଢିଲେ କ'ଣ ହେବ । ମହିଳାମାନଙ୍କୁ ଗୁରୁତ୍ୱ ନଦେଲେ ମହିଳା ଆଗକୁ ବାହାରି ପାରିବନି । ସମୟ ବଦଳିବା ସହ ଧୀରେ ଧୀରେ ମାନସିକତାରେ ପରିବର୍ତ୍ତନ ଆସିଛି । ଗୋଟିଏ ସମୟ ଥିଲା ମହିଳାମାନଙ୍କୁ ପୁରୁଷଙ୍କ ତୁଳନାରେ କମ ଦକ୍ଷ ବୋଲି ବିବେଚନା କରାଯାଉଥିଲା । ଅଧିକାଂଶ ମହିଳାମାନେ ଘର ହାଣ୍ଡିଶାଳରେ ହିଁ ସମୟ କାଟୁଥିଲେ । କିନ୍ତୁ ସେ ସମୟ ବଦଳିଯାଇଛି । ଏବେ ସମାଜର ମୁଖ୍ୟ ସ୍ରୋତରେ ଆଗକୁ ଆସୁଛନ୍ତି ମହିଳାମାନେ । ରାଜନୀତିରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣ ଏବେ ରାଜ୍ୟ ରାଜନୀତିକୁ ଅଧିକ କ୍ରିୟାଶୀଳ କରୁଛି । ତାର ପ୍ରମାଣ ହେଉଛି ରାଜ୍ୟ ବିଧାନସଭା, ଲୋକସଭା ଏବଂ ତୃଣମୂଳ ସ୍ତରରେ ହେଉଥିବା ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ । "

'ମହିଳାମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି'
ସେ ଏହା ମଧ୍ୟ କହିଛନ୍ତି," ଆକଳନ କହୁଛି ୨୦୨୪ ସାଧାରଣ ନିର୍ବାଚନରେ ଲୋକସଭା ପାଇଁ ପ୍ରାର୍ଥୀ ଥିଲେ ୨୯ ଜଣ ,ବିଧାନସଭା ପାଇଁ ପ୍ରାର୍ଥୀ ଥିଲେ ୧୭୮ ଜଣ । ଆଉ ସେମାନଙ୍କ ମଧ୍ୟରୁ ନିର୍ବାଚିତ ହୋଇଛନ୍ତି ବିଧାନସଭାକୁ ୧୧ ଜଣ ଏବଂ ସଂସଦକୁ ୪ ଜଣ । ଏହାହିଁ ପ୍ରମାଣିତ କରୁଛି ନାରୀମାନେ ଧିରେ ଧିରେ ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ।

ଓଡ଼ିଶାରେ ୨୦୨୪ ସାଧାରଣ ନିର୍ବାଚନରେ କେତେ ଜଣ ମହିଳା ମୈଦାନକୁ ଓହ୍ଲାଇଥିଲେ ?

ମହିଳାମାନେ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରୁଛନ୍ତି । ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ବିଜୟ ହାସଲ କରୁଛନ୍ତି । ତଥ୍ୟ ଅନୁଯାୟୀ ଓଡ଼ିଶାରେ ୨୦୨୪ ସାଧାରଣ ନିର୍ବାଚନରେ ୧୭୮ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନାରେ ଓହ୍ଲାଇଥିଲେ । ସେମାନଙ୍କ ମଧ୍ୟରୁ ବିଜେଡି ପ୍ରାୟ ୫୦ ପ୍ରତିଶତ ମହିଳା ପ୍ରାର୍ଥୀ ଦେଇଥିଲା । ସେହିପରି ବିଜେପି ମଧ୍ୟ ୩୩ ପ୍ରତିଶତରୁ ଅଧିକ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲା । ଆଉ କଂଗ୍ରେସ ମଧ୍ୟ ୩୩ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲା । ତେବେ ୧୧ ଜଣ ମହିଳା ବିଧାୟିକା ଭାବେ ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଯାହାକି ୨୦୧୯ ଅପେକ୍ଷା ୭ ପ୍ରତିଶତ କମ । ୨୦୧୯ ରେ ଓଡ଼ିଶାରେ ୧୪ ଜଣ ବିଧାୟିକା ନିର୍ବାଚିତ ହୋଇଥିଲେ ।

ତେବେ ଆସନ୍ତୁ ନଜର ପକାଇବା ୨୦୨୪ରେ କେଉଁ ଦକରୁ କେତେ ପ୍ରତିନିଧି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

ବିଜେପି:
ଭାରତୀୟ ଜନତା ପାର୍ଟିରୁ ୫ ଜଣ ବିଧାୟିକା ନିର୍ବାଚନ ଜିତିଛନ୍ତି । ସେମାନେ ହେଉଛନ୍ତି ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା , ସୀମାରଣୀ ନାୟକ, ସଞ୍ଜଳି ମୁର୍ମୁ ଏବଂ ଉପାସନା ମହାପାତ୍ର ।

ବିଜେଡି:
ସେହିପରି ବିଜୁ ଜନତା ଦଳର ୫ ଜଣ ମହିଳା ବିଧାୟିକା ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ପ୍ରମିଳା ମଲ୍ଲିକ, ସୁଭାସିନୀ ଜେନା, ସୁଜାତା ଦାଶ, ବର୍ଷା ସିଂହ ବରିହା ଏବଂ ମନୋରମା ମହାନ୍ତି ଜିତିଛନ୍ତି ।

କଂଗ୍ରେସ:

କଂଗ୍ରେସ ପକ୍ଷରୁ କଟକ ବାରବାଟୀରୁ ସୋଫିଆ ଫିର୍ଦୋଷ କଂଗ୍ରେସରୁ ଏକମାତ୍ର ମହିଳା ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ।

ଲୋକସଭା:
ସେହିପରି ୨୦୨୪ ଲୋକସଭା ନିର୍ବାଚନରେ ମୋଟ ୨୯ ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତା କରୁଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ୨୦୧୯ ରେ ୦୭ ଜଣ ମହିଳା ସାଂସଦ ନିର୍ବାଚିତ ହୋଇଥିଲେ । କେବଳ ଭାରତୀୟ ଜନତା ପାର୍ଟିର ୪ ଜଣ ସାଂସଦ ଜିତିଛନ୍ତି ।

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେପିର ଅପରାଜିତା ଷଡଙ୍ଗୀ ବିଜେଡିର ମନ୍ମଥ ରାଉତରାୟଙ୍କୁ ୩୬୫,୧୫୨ ଭୋଟରେ ହରାଇ ନିର୍ବାଚିତ ହୋଇଛନ୍ତି ।

କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ ରାଜପରିବାରର ବିଜେପି ନେତ୍ରୀ ମାଳବିକା ଦେଓ ବିଜେଡିର ଲମ୍ବୋଦର ନିଅଲଙ୍କଠାରୁ ସର୍ବାଧିକ ୧ଲକ୍ଷ ୩୩ ହଜାର ଭୋଟ ବ୍ୟବଧାନରେ ଜିତିଛନ୍ତି ।

ପାଟଣାଗଡ଼ର ରାଣୀ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ବିଜେଡିର ସୁରେନ୍ଦ୍ର ସିଂହ ଭୋଇଙ୍କୁ ୧ଲକ୍ଷ ୩୨ ହଜାର ଭୋଟରେ ହରାଇ ସଂସଦକୁ ନିର୍ବାଚିତ ହୋଇଛନ୍ତି ।

ସେହିପରି ଆସିକା ସଂସଦୀୟ କ୍ଷେତ୍ରରୁ ଅନିତା ଶୁଭଦର୍ଶିନୀ ବିଜେଡିର ରଞ୍ଜିତା ସାହୁଙ୍କୁ ପ୍ରାୟ ଏକ ଲକ୍ଷ ଭୋଟରେ ହରାଇ ନିର୍ବାଚିତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+