ଆମ ଗର୍ବ, ଆମ ସମ୍ମାନ ଓଡ଼ିଶା ମିଲେଟ୍ ମିଶନ୍: ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ ପାଇଁ ରିଲିଜ୍ ହେଲା ମନଛୁଆଁ ଗୀତ
Odisha Millets Mission: ଆସନ୍ତା ୯ ଓ ୧୦ ତାରିଖରେ ଓଡ଼ିଶାରେ ପ୍ରଥମ ଥର ଆୟୋଜନ ହେବା ପାଇଁ ଯାଉଛି ଦୁଇ ଦିନିଆ ଆନ୍ତର୍ଜାତିୟ ମିଲେଟ୍ ସମ୍ମିଳନୀ । ଏଥିରେ ପ୍ରଦର୍ଶନୀ, ପ୍ରତିଯୋଗିତା ଏବଂ ଜଳବାୟୁ ପରିବର୍ତ୍ତନ ହେବା ସମୟରେ ମିଲେଟ୍ କିପରି ବରଦାନ ସାଜିଛି ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ସେ ବିଷୟରେ ଆଲୋଚନା ହେଉଛି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଦେଶରେ ଓଡ଼ିଶା ଏକମାତ୍ର ଏପରି ଏକ ରାଜ୍ୟ ଯେଉଁଠି ନଭେମ୍ବର ୧୦ ତାରିଖ ଦିନ ମାଣ୍ତିଆ ଦିବସ ଭାବେ ପାଳନ କରାଯାଏ ଏବଂ ପ୍ରଥମ ଥର ଓଡ଼ୁଶାରେ ଆୟୋଜନ ହେବା ପାଇଁ ଯାଉଛି ମିଲେଟ୍ ସମ୍ମିଳନୀ । ତେବେ ଏହାକୁ ଖାସ କରିବା ପାଇଁ ଅର୍ଥାତ୍ ଆନ୍ତର୍ଜାତିକ ମିଲେଟ୍ ସମ୍ମିଳନୀ ପାଇଁ ରିଲିଜ୍ ହୋଇଯାଇଛି ଏକ ମନଛୁଆଁ ଗୀତ ।

ଯେଉଁଥିରେ ମିଲେଟକୁ ଆମ ଓଡ଼ିଆଙ୍କ ଗର୍ବ ଓ ସମ୍ମାନ ରୁପରେ ଦର୍ଶାଯାଇଛି । ଏହା ସହ କିପରି ଆମ ଓଡ଼ିଷାକ ମାଣ୍ତିଆ ଆଜି ସାରା ବିଶ୍ୱରେ ଏକ ନୂଆ ପରିଚୟ ସୃଷ୍ଟି କରିଛି ତାହା ମଧ୍ୟ ବର୍ଣ୍ଣନା କରାଯାଇଛି । ଏହାସହ ମିଲେଟ୍ କିପରି ମହିଳା ଏବଂ ଚାଷୀଙ୍କ ପାଇଁ ରୋଜଗାର ସୃଷ୍ଟି କରୁଛି ତାହାର ଏକ ସୁନ୍ଦର ଝଲକ ମଧ୍ୟ ଦେଖିବା ପାଇଁ ମିଳିଛି ।
ସୂଚନାଥାଉ ଯେ, ଭୁବନେଶ୍ୱରରେ ଆୟୋଜନ ହେବାକୁ ଥିବା ଏହି ସମ୍ମିଳନୀରେ ଦେଶ ବିଦେଶର ଚାଷୀ, ଗବେଷକ, ବ୍ୟବସାୟୀ. ମିଲେଟ୍ ଉପରେ କାର୍ଯ୍ୟ କରୁଥିବା ସଂସ୍ଥା ଅଂଶଗ୍ରହଣ କରିବେ । ଏଥିରେ ମିଲେଟର ଉପଯୋଗିତା ବିଷୟରେ ଆଲୋଚନା ହେବ ।
ଆଗକୁ କିପରି ବିଶ୍ୱ ବଜାରରେ ମିଲେଟର ଚାହିଦା ବଢିବ ସେନେଇ ସମ୍ମିଳନୀରେ ଫୋକସ କରାଯିବ । ବୌଜ୍ଞାନିକ ପଦ୍ଧତି ଓ ପାରମ୍ପରିକ ଜ୍ଞାନକୌଶଳର ମିଶ୍ରଣରେ ଓଡ଼ିଶାର ୩୦ଟି ଜିଲ୍ଲାରେ ୧୭୭ ବ୍ଲକକୁ ସଂପ୍ରସାରଣ କରାଯାଉଛି ମଲେଟ୍ ।












Click it and Unblock the Notifications