International Dance Day: କାହିଁକି ପାଳନ ହୁଏ ଅନ୍ତର୍ଜାତୀୟ ନୃତ୍ୟ ଦିବସ ?

International Dance Day: ନୃତ୍ୟ ହେଉଛି ଆମ ସଂସ୍କୃତିର ଏକ ଝଲକ । ଭାରତ ହେଉ ଅବା ବିଦେଶ ଏହା ଏକ ଆକର୍ଷଣୀୟ ବିଭବ । ମନୋରଞ୍ଜନର ପ୍ରଥମ ବିକଳ୍ପ ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ସିନେମାରୁ ଆରମ୍ଭ କରି ଉତ୍ସବ, ମହୋତ୍ସବ ଆଦି ନୃତ୍ୟ ବିନା ସବୁକିଛି ଅଧୁରା ।

ଅବଶ୍ୟ ଇଣ୍ଟରନେଟ୍‌ ଓ ଟେଲିଭିଜନ ଭଳି ମନୋରଞ୍ଜନ ମାଧ୍ୟମ ଆସିବା ପରେ ପାରମ୍ପରିକ ଲୋକନୃତ୍ୟ ପରିବର୍ତ୍ତେ ଆଧୁନିକ ନୃତ୍ୟ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛି। ମଣିଷ ଯେତେ ଆଧୁନିକ ହେଲେ ବି ମନୋରଞ୍ଜନର ଏହି ଦୁଇ ପ୍ରମୁଖ ମାଧ୍ୟମ ଆଜି ସୁଦ୍ଧା ନିଜର ସ୍ଥିତି ମଜଭୁତ ରଖିଛି। ସମୟ ସହ ତାଳଦେଇ ନୃତ୍ୟର ବିବର୍ତ୍ତନ ଘଟିଛି। ଲୋକପ୍ରିୟତା ପୂର୍ବାପେକ୍ଷା ବଢ଼ିଛି ପଛେ କମିନି। ସିନେମାରୁ ଆରମ୍ଭ କରି ଉତ୍ସବ, ମହୋତ୍ସବ ପର୍ଯ୍ୟନ୍ତ ନୃତ୍ୟ ବିନା ସବୁକିଛି ଅଧା ଅଧୁରା ।

International dance day

ଅବଶ୍ୟ ପୂର୍ବରୁ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ହୋଇ ରହିଆସିଥିବା ଯାତ୍ରା, ସୁଆଙ୍ଗ, ରାମଲୀଳା ଓ ବିଭିନ୍ନ ଅଞ୍ଚଳର ପାରମ୍ପରିକ ନୃତ୍ୟ ଏବେ ନିଜର ଲୋକପ୍ରିୟତା ହରାଇଛି । ହେଲେ ଏହାର ସ୍ଥାନ ନେଇଛି ହିପ୍‌ହପ୍‌, ପପିଂ ଲକିଂ, ରୋବୋଟିକ୍‌, ମୁନ୍‌ଓ୍ବାକ୍‌ ଭଳି ଅତ୍ୟାଧୁନିକ ଓ ପାଶ୍ଚାତ୍ୟ ନୃତ୍ୟଶୈଳୀ ।
ସାରା ବିଶ୍ବରେ ଯେତେପ୍ରକାରର ନୃତ୍ୟଧାରା ରହିଛି ତା'ର ପ୍ରଚାର ପ୍ରସାର କରିବା, ଏହି କଳାକୁ ବଞ୍ଚାଇ ରଖିବା ପାଇଁ ସରକାର ଏବଂ ବିଭିନ୍ନ ବର୍ଗର ଲୋକଙ୍କ ପ୍ରୋତ୍ସାହନ ହାସଲ କରିବା ଉଦ୍ଦେଶ୍ୟରେ ଏପ୍ରିଲ୍ 29 ତାରିଖକୁ ଅନ୍ତର୍ଜାତୀୟ ନୃତ୍ୟ ଦିବସ ଭାବେ ପାଳନ କରାଯାଉଛି । ୟୁନେସ୍କୋ ସହଯୋଗରେ ଇଣ୍ଟରନ୍ୟାସନାଲ୍ ଥିଏଟର୍‌ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ଅନ୍ତର୍ଜାତୀୟ ନୃତ୍ୟ ଦିବସ 1982 ମସିହା ଏପ୍ରିଲ୍ 29 ତାରିଖରେ ପାଳନ ପାଇଁ ନିଷ୍ପତ୍ତି ନେଇଥିଲା । ସେବେଠାରୁ ଏହି ଦିବସ ପାଳନ କରାଯାଉଛି ।

କାହିଁକି ଏହି ଦିନ ?

ଏହା ହେଉଛି ଆଧୁନିକ ବାଲେଟ୍‌ ନୃତ୍ୟ ସ୍ରଷ୍ଟା ଜିନ୍‌ ଜର୍ଜସ ନୋଭରେଙ୍କ ଜନ୍ମ ଦିବସ । ସେ 1727 ମସିହା ଏପ୍ରିଲ 29 ତାରିଖରେ ପ୍ୟାରିସ୍‌ରେ ଜନ୍ମ ହୋଇଥିଲେ। ନୃତ୍ୟ କଳା ସହ ଜଡ଼ିତ କଳାକାରମାନେ ଏହି ଦିବସକୁ ପାଳନ କରିଥାନ୍ତି। ପ୍ରଥମେ ଫ୍ରାନ୍ସରେ ଅନ୍ତର୍ଜାତୀୟ ନୃତ୍ୟ ଦିବସ ଆରମ୍ଭ ହେବାପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ଏହାପରେ 1982ରେ ବିଶ୍ୱ ସ୍ତରରେ ପାଳନ କରାଯିବାର ନିଷ୍ପତ୍ତି ନିଆ ଯାଇଥିଲା । ଏହିଠୁ ହିଁ ଜନ୍ମ ନେଇଥିଲା ଇଣ୍ଟର୍‌ନ୍ୟାସନାଲ୍‌ ଥିଏଟର ଇନ୍‌ଷ୍ଟିଚ୍ୟୁଟ୍‌ (ଆଇଟିଆଇ)ର ନୃତ୍ୟ କମିଟି ଦ୍ୱାରା ଅନ୍ତର୍ଜାତୀୟ ନୃତ୍ୟ ଦିବସ । ସମଗ୍ର ବିଶ୍ୱର ନୃତ୍ୟଶିଳ୍ପୀଙ୍କ ପାଇଁ ଏହା ଏକ ବହୁ ପ୍ରତୀକ୍ଷିତ ଓ ଗର୍ବର ମୁହୂର୍ତ୍ତ । କଳାର ସୃଜନଶୀଳ ରୂପ ହେଉଛି ନୃତ୍ୟ, ଯାହା ଆଭ୍ୟନ୍ତରୀଣ ଶକ୍ତିକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରେ ।

ଅନ୍ତର୍ଜାତୀୟ ନୃତ୍ୟ ଦିବସର ଉଦ୍ଦେଶ୍ୟ କେବଳ ବିଶ୍ବର ସମସ୍ତ ନୃତ୍ୟଶିଳ୍ପୀଙ୍କ ପ୍ରୋତ୍ସାହନ ବଢାଇବା ନୁହେଁ, ବରଂ ଏହି ସମସ୍ତ ନୃତ୍ୟ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ଯେଉଁଥିରେ ବିଶ୍ବର ବଡ ନେତୃତ୍ବ ଏବଂ ସରକାର ମଧ୍ୟ ଜଡିତ ଅଛନ୍ତି । ଏହାର ଉଦ୍ଦେଶ୍ୟ ଏହା ମଧ୍ୟ ଜଣାଇବା ଯେ ନୃତ୍ୟ ନିଜ ପାଇଁ ଏକ ଆନନ୍ଦ ଏବଂ ଏହାକୁ ଅନ୍ୟମାନଙ୍କ ସହ ବାଣ୍ଟିବା ମଧ୍ୟ ହୋଇଥାଏ ।

ଏପରିକି ଭାରତର କୋଣ ଅନୁକୋଣରେ ଅନେକ ଶାସ୍ତ୍ରୀୟ ଓ ଲୋକନୃତ୍ୟ ପ୍ରଚଳିତ । ଭାରତରେ ନୃତ୍ୟ ଇତିହାସ କେତେ ପ୍ରାଚୀନ, ତାହା ପୁରାଣ ଶାସ୍ତ୍ରରୁ ସୂଚନା ମିଳିଥାଏ । ଭଗବାନ ଶିବଙ୍କ ତାଣ୍ଡବ ନୃତ୍ୟ, ସ୍ବର୍ଗପୁରରେ ଦେବରାଜ ଇନ୍ଦ୍ରଙ୍କ ସମ୍ମୁଖରେ ଅପ୍ସରାମାନେ ନୃତ୍ୟ ପରିବେଷଣ କଥା ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ପରମ୍ପରା ପରବର୍ତ୍ତୀ ସମୟରେ ରାଜରାଜୁଡ଼ା ଶାସନରେ ମଧ୍ୟ ଦେଖିବାକୁ ମିଳିଲା। ଭାରତର ଶାସ୍ତ୍ରୀୟ ନୃତ୍ୟର ଆଦର ସାରା ବିଶ୍ବରେ। ଯେଉଁଥିରେ ଓଡ଼ିଶୀ, ଭାରତନାଟ୍ୟମ୍‌, କୁଚୁପୁଡ଼ି, ମୋହିନୀଅଟ୍ଟମ୍‌,ମଣିପୁରୀ, କଥାକଳି ଆଦି ରହିଛି। ଆମ ଓଡ଼ିଶାରେ ମଧ୍ୟ ନୃତ୍ୟର ଅନେକ ଧାରା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+