ଭାରତରେ ହେବ ଅନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସମ୍ମିଳନୀ, ୭୦ରୁ ଅଧିକ ଦେଶରୁ ଭାଗ ନେବେ ପ୍ରତିନିଧି

ଭାରତୀୟ ନିର୍ବାଚନ ଆୟୋଗ (ECI) ଜାନୁଆରୀ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ଭାରତ ମଣ୍ଡପମରେ ଅନ୍ତର୍ଜାତୀୟ ଗଣତନ୍ତ୍ର ଏବଂ ନିର୍ବାଚନ ପରିଚାଳନା ସମ୍ମିଳନୀ ୨୦୨୬ ଆୟୋଜନ କରିବ ।

International Conference
ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟ (IIIDEM) ଦ୍ୱାରା ଆୟୋଜିତ, ଏହି ତିନି ଦିନିଆ ସମ୍ମିଳନୀ ଗଣତନ୍ତ୍ର ଏବଂ ନିର୍ବାଚନ ପରିଚାଳନା କ୍ଷେତ୍ରରେ ଭାରତ ଦ୍ୱାରା ଆୟୋଜିତ ସର୍ବବୃହତ ଅନ୍ତର୍ଜାତୀୟ ସମାବେଶ ହେବ ବୋଲି ଆଶା କରାଯାଉଛି । ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ୭୦ରୁ ଅଧିକ ଦେଶର ପ୍ରାୟ ୧୦୦ ଅନ୍ତର୍ଜାତୀୟ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିରେ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧି, ଭାରତରେ ବିଦେଶୀ ମିଶନ ଏବଂ ନିର୍ବାଚନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶିକ୍ଷାଗତ ଏବଂ ବୃତ୍ତିଗତ ବିଶେଷଜ୍ଞମାନେ ଯୋଗଦେବେ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଜୋଶୀଙ୍କ ସହିତ, ପ୍ରତିନିଧିମାନଙ୍କୁ ସ୍ୱାଗତ କରିବେ ଏବଂ ଜାନୁଆରୀ ୨୧ ତାରିଖରେ ଉଦଘାଟନୀ ଅଧିବେଶନରେ ସମ୍ମିଳନୀକୁ ଆନୁଷ୍ଠାନିକ ଭାବରେ ଆରମ୍ଭ କରିବେ ।
ସମ୍ମିଳନୀର ଏକ ଅଂଶ ଭାବରେ, ୩୬ ଟି ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରିବେ । ବିଶ୍ୱବ୍ୟାପୀ ନିର୍ବାଚନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ମୁଖୀନ ହେଉଥିବା ସାଧାରଣ ସମସ୍ୟା ଉପରେ ଆଲୋଚନା ହେବ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+