For Quick Alerts
For Daily Alerts
ଆଜିଠୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜିଠାରୁ ଆନ୍ତଃରାଜ୍ୟ ବସ୍ ଚଳାଚଳକୁ ବନ୍ଦ ରଖାଯାଇଛି । ଫଳରେ ଅନ୍ୟ ରାଜ୍ୟକୁ ଯାଆସ କରୁଥିବା ସମସ୍ତ ବସ୍ ସେବା ବନ୍ଦ ରହିବ । ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ ମୁତାବକ ଆନ୍ତଃରାଜ୍ୟ ବସ୍ ସେବାକୁ ବନ୍ଦ କରାଯାଇଛି ।

ତେବେ ରାଜ୍ୟ ଭିତରେ ବସ ଚଳାଚଳ ଜାରି ରହିବ । କରୋନା କଟକଣା କଡ଼ାକଡ଼ି ପାଳନ କରାଯିବା ସହ ଯାତ୍ରୀମାନେ କେବଳ ସିଟିଂରେ ହିଁ ଯାଇପାରିବେ । ଅଟୋ, ଟ୍ୟାକ୍ସିରେ କେବଳ ୨ ଜଣ ଯାତ୍ରୀ ଯିବାକୁ ଅନୁମତି ରହିଛି । ତେବେ ରାଜ୍ୟ ଭିତରେ ବା ବାହରୁ ପରିବହନ ଯାନ ଉପରେ କୌଣସି କଟକଣା ଲାଗୁ ହୋଇନାହିଁ ।


Click it and Unblock the Notifications