ଇନ୍ସୁରାନ୍ସ ଅମ୍ବୁଡ୍ସମ୍ୟାନ ଦିବସ ୨୦୨୫ ପାଳିତ, 2024-25 ଆର୍ଥିକ ବର୍ଷରେ 1341ଟି ଅଭିଯୋଗ ଫଇସଲା
ବୀମା ସମ୍ବନ୍ଧୀୟ (ଫସଲ ବୀମା ବ୍ୟତୀତ) ଅଭିଯୋଗଗୁଡିକର ଆଶୁ ସମାଧାନ ନିମନ୍ତେ ଭାରତ ସରକାର ୧୮ଟି ଇନ୍ସୁରାନ୍ସ ଅମ୍ବୁଡ୍ସମ୍ୟାନ କାର୍ଯ୍ୟାଳୟ ପ୍ରତିଷ୍ଠା କରିଛନ୍ତି । ପ୍ରତିବର୍ଷ ପରି ଏଥର ଇନ୍ସୁରାନ୍ସ ଅମ୍ବୁଡ୍ସମ୍ୟାନ ଦିବସ, ତା ୧୧.୧୧.୨୦୨୫ (ମଙ୍ଗଳବାର) ଦିନ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାର ଇନ୍ସୁରାନ୍ସ ଅମ୍ବୁଡ୍ସମ୍ୟାନଙ୍କୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେବା ନିମନ୍ତେ କ୍ଷମତା ପ୍ରଦାନ କରିଛନ୍ତି ଏବଂ ଇନ୍ସୁରାନ୍ସ ଅମ୍ବୁଡ୍ସମ୍ୟାନଙ୍କ ଆଦେଶକୁ ବୀମା କମ୍ପାନୀମାନଙ୍କୁ ପାଳନ କରିବା ନିମନ୍ତେ ଆଇନତଃ ବାଧ୍ୟ କରିଛନ୍ତି ।
ବିଗତ ଆର୍ଥିକ ବର୍ଷ (୨୦୨୪-୨୫) ରେ ସର୍ବମୋଟ ୧୩୪୧ ଟି ଅଭିଯୋଗର ନିଷ୍ପତି କରାଯାଇଛି । ସବୁଠାରୁ ଉଲ୍ଲେଖନୀୟ ଉପଲବ୍ଧି ଏହା ଯେ ଶତପ୍ର୍ରତିଶତ ଅଭିଯୋଗ ମାତ୍ର ୬୦ ଦିନ ମଧ୍ୟରେ ଅର୍ଥାତ ନିର୍ଦ୍ଧାରିତ ସମୟସୀମା (୯୦ ଦିନ) ର ବହୁ ପୂର୍ବରୁ ବ୍ୟକ୍ତିଗତ ଏବଂ ଆଭାସୀ ଶୁଣାଣି ମାଧ୍ୟମରେ ନ୍ୟାୟିକ ନିଷ୍ପତ୍ତି ଦିଆଯାଇ ପାରିଛି । ଅନେକ ଅଭିଯୋଗ, କମ୍ପାନୀ ଏବଂ ଅଭିଯୋଗକାରୀଙ୍କ ଆପୋଷ ସହମତିରେ ସମାଧାନ କରାଯାଇଛି । ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ଇନ୍ସୁରାନ୍ସ ଅମ୍ବୁଡ୍ସମ୍ୟାନ ଅନୁଷ୍ଠାନ ବିନାମୂଲ୍ୟରେ ସମସ୍ତ ବୀମା ସମ୍ବନ୍ଧିତ ଅଭିଯୋଗଗୁଡିକର ବିଚାର ତଥା ନିଷ୍ପତ୍ତି କରିଥାଏ । ଏଥି ନିମନ୍ତେ କୌଣସି ତୃତୀୟ ପକ୍ଷଙ୍କ ସାହାଯ୍ୟର ଆବଶ୍ୟକତା ନଥାଏ । ବୀମାଧାରୀମାନେ ଅନଲାଇନ ଏବଂ ଅଫ ଲାଇନରେ ନିଜର ଅଭିଯୋଗ ଇନ୍ସୁରାନ୍ସ ଅମ୍ବୁଡ୍ସମ୍ୟାନଙ୍କ କାର୍ଯ୍ୟାଳୟରେ ଦାଖଲ କରିପାରିବେ।













Click it and Unblock the Notifications