ଲୋକସେବା ଭବନ କର୍ମଚାରୀଙ୍କୁ ନିର୍ଦ୍ଦେଶ, ସକାଳ ୯ଟା ୩୦ ସୁଦ୍ଧା ଏଣ୍ଟ୍ରି କର

ଆଜି ଭାରତ ବନ୍ଦ ଡାକରା । କେନ୍ଦ୍ରୀୟ ଶ୍ରମ ଆଇକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ ସଂଗଠନ। ଦେଶର ୧୦ ଟ୍ରେଡ଼ ୟୁନିଅନ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସେପଟେ ଶ୍ରମିକମାନଙ୍କ ଏହି ବନ୍ଦ ଡାକରାକୁ କଂଗ୍ରେସ ବିଜୁ ଶ୍ରମିକ ସାମ୍ମୁଖ୍ୟ। ସେପଟେ ଶ୍ରମିକ ସଂଗଠନ, ବାମ ଦଳ ଓ କଂଗ୍ରେସର ବନ୍ଦ ଡାକରାକୁ ସମାଲୋଚନା କରିଛି ବିଜେପି । ଆଜି ଭାରତ ବନ୍ଦ ପାଇଁ ଲୋକସେବା ଭବନ କର୍ମଚାରୀ ଙ୍କ ପାଇଁ ନିର୍ଦ୍ଦେଶନାମା ଆସିଛି। ସକାଳ ସାଢେ ୯ଟା ସୁଦ୍ଧା ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୦ଟା ୧୫ରେ ବନ୍ଦ ହେବ ସଚିବାଳୟ ଫାଟକ |

Seva Bhavan

୧୦ ଟ୍ରେଡ ୟୁନିଅନର ଭାରତ ବନ୍ଦ ଡାକରା । ୧୨ ଦଫା ଦାବି ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା । ସକାଳ ୬ରୁ ସଂଧ୍ୟା ୬ ପର୍ଯନ୍ତ । କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ ସଂଗଠନ। ଦେଶର ୧୦ ଟ୍ରେନ ୟୁନିଅନ ସଂସ୍ଥା ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା। କେନ୍ଦ୍ର ସରକାରଙ୍କ ବିରୋଧରେ କରିଛନ୍ତି ଗର୍ଜନ। ମନରେଗା ଉଚ୍ଛେଦ ସହ ୪ ଶ୍ରମ-କୋଡ୍ ବାତିଲ ଦାବିରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ୧୦ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ବନ୍ଦ ଡାକରା ଦେଇଛନ୍ତି ।

ଭାରତ ବନ୍ଦରେ କଣ ଖୋଲା ରହିବ ଆଉ କଣ ବନ୍ଦ ରଖିବାକୁ ଡାକରା ଦିଆଯାଇଛି ଜାଣନ୍ତୁ-

୧ - ଦୋକାନ ବଜାର ବନ୍ଦ ରହିପାରେ

୨- ସରକାରୀ ବ୍ୟାଙ୍କଗୁଡ଼ିକ ବନ୍ଦ ରହିପାରେ

୩- ରାସ୍ତା ଅବରୋଧ ସୃଷ୍ଟି ହେଲେ ସାଧାରଣ ପରିବହନ ସେବା ବାଧାପ୍ରାପ୍ତ ହୋଇପାରେ। ସ୍କୁଲ ଏବଂ କଲେଜ ମଧ୍ୟ ବନ୍ଦ ରହିପାରେ।ଭାରତ ବନ୍ଦରେ ଯେଉଁ ସବୁ ଅନୁଷ୍ଠାନ ଖୋଲା ରହିବ, ସେଗୁଡିକ ମଧ୍ୟରେ ରହିଛି ଡାକ୍ତରଖାନା ଏବଂ ଅନ୍ୟାନ୍ୟ ଚିକିତ୍ସା ଅନୁଷ୍ଠାନ, ବେସରକାରୀ କାର୍ଯ୍ୟାଳୟ, ବିମାନବନ୍ଦର, ଏଟିଏମ୍ ଏବଂ ଅନ୍ୟ ଅତ୍ୟାବଶ୍ୟକ ସେବା ।

ଶ୍ରମିକମାନଙ୍କ ଏହି ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଜଣାଇଛି । ଶ୍ରମିକ ମାନଙ୍କ ଏହି ଦାବିକୁ ଯଥାର୍ଥ ବୋଲି କହିଛି କଂଗ୍ରେସ । ଶ୍ରମିକ, ସାଧାରଣ ଉପଭୋକ୍ତା ଓ ଚାଷୀମାନଙ୍କର ସମୁହ ସ୍ବାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶାରେ କଂଗ୍ରେସର ତୃଣମୂଳସ୍ତର ଯାଏ ନେତା ଓ କର୍ମୀ ଧର୍ମଘଟକୁ ସମର୍ଥନ କରିବା ପାଇଁ ପିସିସି ପକ୍ଷରୁ ଜିଲ୍ଲା କଂଗ୍ରେସ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଭାରତ ବନ୍ଦ ଡାକରାକୁ ସମର୍ଥନ ଦେବ ବିଜୁ ଶ୍ରମିକ ସାମୁଖ୍ୟ। ଏ ସୂଚନା ଦେଇଛନ୍ତି ସାମ୍ମୁଖ୍ୟ ମହା ସଚିବ ସୁବାସ ସିଂ। ନିକଟରେ କେନ୍ଦ୍ର ସରକାର ଆଣିଥିବା ସଂଶୋଧିତ ଶ୍ରମ ଆଇନ ଶ୍ରମିକ ସ୍ବାର୍ଥ ବିରୋଧୀ ବୋଲି ସେ କିହିଛନ୍ତି। ସେପଟେ ବନ୍ଦ ଡାକରାକୁ ସମାଲୋଚନା କରିଛି ବିଜେପି। ଏଭଳି ସଂଗଠନମାନେ ଶ୍ରମିକମାନଙ୍କୁ ନେଇ ବେପାର କରୁଛନ୍ତି, ଶ୍ରମିକଙ୍କ ନାଁରେ ବର୍ଷ ବର୍ଷ ଧରି ରାଜନୀତି କରୁଛନ୍ତି ବୋଲି କହିଛି।

ଗତ ଜାନୁଆରୀ ୨୮ ତାରିଖରେ ନବନିର୍ମାଣ କୃଷକ ସଂଗଠନ ୮ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରିଥିଲା। ଆଉ ଏବେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଭାରତ ବନ୍ଦ କରିବାକୁ ଡାକରା ଦେଇଛି । ତେଣୁ ଏହାର ପ୍ରଭାବରେ ହଇରାଣ ହୋଇପାରନ୍ତି ସାଧାରଣ ଲୋକେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+