Get Updates
Get notified of breaking news, exclusive insights, and must-see stories!

କଟକ ଦୁର୍ଗା ପୂଜା ପାଇଁ ଆସିଲା ନିର୍ଦ୍ଦେଶନାମା; ନିର୍ମାଣ ହେବନି ସୁଉଚ୍ଚ ତୋରଣ 

ଦୁର୍ଗା ପୂଜା ପାଇଁ ଜାରି ହେଲା ସର୍କୁଲାର । କଟକ ଦୁର୍ଗା ପୂଜା ପାଇଁ ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ। ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ। ବିଶେଷ କରି ସଂକୀର୍ଣ୍ଣ ରାସ୍ତା ପାଇଁ ଏହି ନିୟମ ଲାଗୁ କରାଯାଇଛି । ଆଜି ଆୟୋଜିତ ମହାନଗର ଶାନ୍ତି କମିଟି ବୈଠକରେ ପୂଜା କମିଟିଗୁଡ଼ିକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ସେହିପରି ମଣ୍ଡପର ସୁରକ୍ଷା, ଅଗ୍ନି ଓ ବିଦ୍ୟୁତ ନିରାପତ୍ତା ଏବଂ ଶ୍ରଦ୍ଧାଳୁଙ୍କ ଗମନାଗମନ ସୁନିଶ୍ଚିତ କରିବେ ପୂଜା କମିଟି । ଏଥିପାଇଁ ପ୍ରତିଟି ପୂଜା କମିଟି ପ୍ରଶାସନ ନିକଟରେ ସତ୍ୟପାଠ ଦାଖଲ କରିବେ । ଯଦି ତୋରଣ ନିର୍ମାଣ କରାଯାଉଥାଏ, ତେବେ ପୂର୍ବ ନିର୍ଦ୍ଧାରିତ ନକ୍ସା ପ୍ରଶାସନ ନିକଟରେ ଦାଖଲ କରିବାକୁ ପଡ଼ିବ। ଏହି ସତ୍ୟପାଠ ଆଧାରରେ ପୂଜା କମିଟିମାନଙ୍କୁ NOC ପ୍ରଦାନ କରାଯିବ ।

Instructions issued for Cuttack Durga Puja

ବ୍ୟବସ୍ଥାକୁ ଅଧିକ ସହଜ କରିବାକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସିଂଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା କରାଯିବ। ଏହାସହ ପୂଜାରେ ଡିଜେ, ୬୫ ଡେସିବିଲରୁ ଅଧିକ ଶବ୍ଦ ପ୍ରଦୂଷଣ, ଲେଜର ଲାଇଟ ଓ ଫାୟାର ଗନ ବ୍ୟବହାର ଉପରେ କଟକଣା ରହିବ । ସେପଟେ ଏଭଳି ନିର୍ଦ୍ଦେଶନାମାକୁ ପୂଜା କମିଟି ନାପସନ୍ଦ କରିଛି । ଜିଲ୍ଲାପାଳଙ୍କ ଏହି ସର୍କୁଲାର ବିରୋଧରେ ଆବଶ୍ୟକ ପଡ଼ିଲେ କମିଟି ହାଇକୋର୍ଟ ଯିବାକୁ ଚେତାବନୀ ଦେଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+