ଖାଲି ପଦବୀ ପୂରଣ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଓ ପରାମର୍ଶ

୬୫ ହଜାର ଆଶାୟୀଙ୍କୁ ମିଳିବ ନିଯୁକ୍ତି । ଜୁନ ମାସ ସୁଦ୍ଧା ଏହି ନିଯୁକ୍ତି ମିଳିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ସଚିବସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ମୁଖ୍ୟ ସଚିବ ବିଭିନ୍ନ ବିଭାଗରେ ଖାଲିଥିବା ପଦବି ପୂରଣ ନେଇ ପଦକ୍ଷେପ ନେବାକୁ କହିଛନ୍ତି । ଜୁନ୍ ୨୦୨୬ ସୁଦ୍ଧା ୬୫ ହଜାର ସରକାରୀ ନିଯୁକ୍ତି ଟାର୍ଗେଟ୍ ପୂରଣ କରିବାକୁ କହିଛନ୍ତି ।

Chief Secretary

ନୂତନ ସରକାର ଆସିବା ପରେ ବିଭିନ୍ନ ବିଭାଗ ଦ୍ବାରା ନିଯୁକ୍ତି ପ୍ରକ୍ରିୟାରେ ୩୯ ହଜାର ୫୦୦ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଆସନ୍ତା ୩ମାସ ମଧ୍ୟରେ ଆଉ ୩୪ ହଜାର ୬୪୧ ନିଯୁକ୍ତି ପାଇଁ ବିଭିନ୍ନ ବିଭାଗର ପ୍ରସ୍ତାବ ଅନୁସାରେ ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଓ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କୁ ନିଯୁକ୍ତି ପାଇଁ ଅନୁରୋଧ କରାଯାଇଛି ।

ବିଭିନ୍ନ ବିଭାଗରେ ନିଯୁକ୍ତି ନେଇ ରହୁଥିବା ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ପର୍କରେ ଅର୍ଥ ବିଭାଗ ପ୍ରମୁଖ ସଚିବ ଆଲୋଚନା କରିଥିଲେ । ଆଗାମୀ ବର୍ଷରେ ମଧ୍ୟ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ପଦକ୍ଷେପ ନେବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ କୁହାଯାଇଛି । ସେହିପରି ଗତ ବଜେଟ୍‌ ଅର୍ଥ ଖର୍ଚ୍ଚ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି । ମାର୍ଚ୍ଚ ସୁଦ୍ଧା ଅର୍ଥ ଖର୍ଚ୍ଚ ସାରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+