ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ ଷ୍ଟେସନ ଯାଏଁ ଗଡିବ 21ଟି ଦୂରଗାମୀ ଟ୍ରେନ : ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା

21ଟି ଦୂରଗାମୀ ସ୍ୱତନ୍ତ୍ର ଟ୍ରେନ ଜୁଲାଇ ମାସ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ସେହିଠାରୁ ହିଁ ଯାତ୍ରା ଆରମ୍ଭ କରିବ

ଭୁବନେଶ୍ୱର: 21ଟି ଦୂରଗାମୀ ସ୍ୱତନ୍ତ୍ର ଟ୍ରେନ ଜୁଲାଇ ମାସ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ସେହିଠାରୁ ହିଁ ଯାତ୍ରା ଆରମ୍ଭ କରିବ । ସେହିପରି 5ଟି ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ନିର୍ଦ୍ଦିଷ୍ଟ ଦିନମାନଙ୍କରେ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ସେହିଠାରୁ ହିଁ ଯାତ୍ରା ପ୍ରାରମ୍ଭ କରିବ । ରଥଯାତ୍ରା ଏବଂ ଲକ୍‌ ଡାଉନ୍‌କୁ ଆଖିଆଗରେ ରଖି ରେଳ ବିଭାଗ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଟ୍ରେନ

ସେହିପରି ଦୈନନ୍ଦିନ ଚଳାଚଳ କରୁଥିବା ପାଞ୍ଚଟି ଏବଂ ଦ୍ବି-ସାପ୍ତାହିକ, ତ୍ରି-ସାପ୍ତାହିକ ଓ ସପ୍ତାହରେ ଚାରି ଦିନ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ ଏଥିରେ ଅନ୍ତର୍ଭୂକ୍ତ କରାଯାଇଛି । ତେବେ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ମାଧ୍ୟମରେ ଏହି ନିଷ୍ପତ୍ତି ନିଆଯାଇଛି ।

ରେଳ

କୋଭିଡ଼ 19 ସଂକ୍ରମଣର ଶୃଙ୍ଖଳା ଏବଂ ଓଡିଶା ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଜୁଲାଇ ମାସରେ ରଥ ଯାତ୍ରା ସମୟରେ ପୁରୀ ଆଡକୁ ଟ୍ରେନ୍ ସେବା ଉପରେ ପ୍ରତିବନ୍ଧ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ସେପଟେ 26ଟି ଦୂରଗାମୀ ଟ୍ରେନ୍ ଖୋର୍ଦ୍ଧା ରୋଡ୍ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ଖୋର୍ଦ୍ଧା ରୋଡରୁ ଯାତ୍ରା ଆରମ୍ଭ କରିବ । ଉଭୟ ଦିଗରୁ ଖୋର୍ଦ୍ଧା ରୋଡ୍ ଏବଂ ପୁରୀ ମଧ୍ୟରେ ଚଳାଚଳ ବାତିଲ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+