ୟୁଜରସଙ୍କ ପାଇଁ ବଡ ଉପହାର ଦେଲା ଇଷ୍ଟାଗ୍ରାମ, ଏବେ କିଛି ସମୟରେ ବନାଇ ଦେବ ଆଇ ଫଟୋ
ମେଟା AI ଭାରତରେ ତା'ର ନୂଆ ଫିଚର 'ଇମାଜିନ ମି' ଲଞ୍ଚ କରିଛି, ଯାହା ହ୍ୱାଟସଆପ, ଇନଷ୍ଟାଗ୍ରାମ ଓ ଫେସବୁକ ମେସେଞ୍ଜରରେ ଉପଲବ୍ଧ ହେବ। ଏହି ଫିଚର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ ଆପଣଙ୍କ ଫୋଟୋକୁ ବିଭିନ୍ନ ସେଟିଂ ଓ ଷ୍ଟାଇଲରେ ବଦଳାଇବାର ସୁବିଧା ଦେଇଥାଏ। ଉଲ୍ଲେଖଯୋଗ୍ୟ ଯେ, ଏହି ଫିଚର ଆମେରିକାରେ ପୂର୍ବରୁ ଉପଲବ୍ଧ ଥିଲା, ଏବଂ ଏବେ ଏହା ଭାରତରେ ଆଣ୍ଡ୍ରଏଡ ବ୍ୟବହାରକାରୀଙ୍କ ପାଇଁ ରୋଲଆଉଟ ହୋଇଛି। ତେବେ, ଆଇଫୋନ ବ୍ୟବହାରକାରୀଙ୍କୁ ଏହି ଫିଚର ପାଇଁ ଆଗାମୀ କିଛି ମାସ ଅପେକ୍ଷା କରିବାକୁ ପଡ଼ିବ।

ଏହା କିପରି କାମ କରେ?
'ଇମାଜିନ ମି' ଫିଚର ମାଧ୍ୟମରେ ବ୍ୟବହାରକାରୀମାନେ ମେଟା AIକୁ ଏକ ପ୍ରୋମ୍ପଟ ପଠାଇ ପାରିବେ, ଯେପରି "ଇମାଜିନ ମି ଇନ ଏ ଫେରାରୀ" କିମ୍ବା "ଇମାଜିନ ମି ଇନ ଏ ସ୍ପେସ ସୁଟ"। ଏହା ପରେ AI ଆପଣଙ୍କ ଚେହେରାର ବିବରଣୀ ବୁଝି ସେହି ଅନୁସାରେ ଏକ ଚିତ୍ର ତିଆରି କରେ। ଏହି ଫିଚର ଆପଣଙ୍କୁ ହ୍ୱାଟସଆପ, ଇନଷ୍ଟାଗ୍ରାମ କିମ୍ବା ଫେସବୁକ ମେସେଞ୍ଜର AI ଚାଟବଟ ମାଧ୍ୟମରେ ମିଳିବ।
କିପରି ତିଆରି ହୁଏ ଚିତ୍ର?
ମେଟା AIକୁ ଏହି ଚିତ୍ର ତିଆରି କରିବା ପାଇଁ ଆପଣଙ୍କ ଚେହେରାର ଡାଟା ଆବଶ୍ୟକ। ଏଥିପାଇଁ ଆପଣଙ୍କୁ ବିଭିନ୍ନ କୋଣରୁ (ସାମ୍ନା, ବାମ ଓ ଡାହାଣ) କିଛି ଫୋଟୋ ଅପଲୋଡ କରିବାକୁ ପଡ଼ିବ। ଏହି ଫୋଟୋଗୁଡ଼ିକୁ ପ୍ରୋସେସ କରି AI ଆପଣଙ୍କ ଚେହେରାର ବିବରଣୀ ବୁଝେ ଏବଂ ଆପଣଙ୍କ ପ୍ରୋମ୍ପଟ ଅନୁସାରେ AI ଚିତ୍ର ତିଆରି କରେ।
ଗୋପନୀୟତାକୁ ପ୍ରାଧାନ୍ୟ
ମେଟା କହିଛି ଯେ ଏହି ଫିଚର ଗୋପନୀୟତାକୁ ମୁଖ୍ୟ ରଖି ଡିଜାଇନ କରାଯାଇଛି। 'ଇମାଜିନ ମି' କେବଳ ଆପଣଙ୍କ ଅକାଉଣ୍ଟ ପାଇଁ କାମ କରେ, ଅର୍ଥାତ୍ ଆପଣ ଅନ୍ୟ କାହାର ଚିତ୍ର ତିଆରି କରିପାରିବେ ନାହିଁ। ଏକ ଅକାଉଣ୍ଟରେ କେବଳ ଗୋଟିଏ ଚେହେରା ରେଜିଷ୍ଟର କରାଯାଇପାରିବ। ଏହା ସହ, AI ଦ୍ଵାରା ତିଆରି ଚିତ୍ରଗୁଡ଼ିକ ଅସଲି ଫୋଟୋ ପରି ଦେଖାଯିବ ନାହିଁ। ଏଥିରେ "Imagined with AI" ଓ୍ଵାଟରମାର୍କ ଯୋଗ କରାଯିବ, ଯାହା ଭ୍ରମ ଦୂର କରିବ।
କେଉଁଠାରେ ଉପଲବ୍ଧ?
ଏହି ଫିଚର ବର୍ତ୍ତମାନ ଆଣ୍ଡ୍ରଏଡ ଡିଭାଇସ ପାଇଁ ରୋଲଆଉଟ ହେଉଛି। ଆଇଓଏସ (iOS) ବ୍ୟବହାରକାରୀଙ୍କୁ ଏହା ପାଇଁ କିଛି ମାସ ଅପେକ୍ଷା କରିବାକୁ ପଡ଼ିବ। ଏହା ବ୍ୟତୀତ, ମେଟା AIର ଏକ ସ୍ଵତନ୍ତ୍ର ଆପ ମଧ୍ୟ ରହିଛି, ଯେଉଁଠାରେ ଆପଣ 'ଇମାଜିନ ମି' ଫିଚରର ବ୍ୟବହାର କରିପାରିବେ।
କିପରି ବ୍ୟବହାର କରିବେ?
ହ୍ୱାଟସଆପ, ଇନଷ୍ଟାଗ୍ରାମ କିମ୍ବା ଫେସବୁକ ମେସେଞ୍ଜରରେ AI ଚାଟ ଖୋଲନ୍ତୁ।
"ଇମାଜିନ ମି ଆଜ୍..." ଲେଖି ଆପଣଙ୍କ ଇଚ୍ଛାନୁସାରେ ପ୍ରୋମ୍ପଟ ଦିଅନ୍ତୁ, ଯେପରି "ଇମାଜିନ ମି ଆଜ୍ ଏ ବଲିଉଡ ହିରୋ"।
ପ୍ରଥମ ଥର ପାଇଁ ବ୍ୟବହାର କରୁଥିଲେ, ଆପଣଙ୍କୁ କିଛି ସେଲଫି (ସାମ୍ନା, ବାମ ଓ ଡାହାଣ) ଅପଲୋଡ କରିବାକୁ ପଡ଼ିବ।
ଏହା ପରେ AI କିଛି ସେକେଣ୍ଡରେ ଆପଣଙ୍କ ଚିତ୍ର ତିଆରି କରିବ।
ଏହି ଫିଚର ଭାରତରେ ଡିଜିଟାଲ ଅଭିବ୍ୟକ୍ତିକୁ ଏକ ନୂଆ ମାତ୍ରା ଦେବାକୁ ଚାହୁଁଛି, ଯେଉଁଠାରେ ବ୍ୟବହାରକାରୀମାନେ ନିଜକୁ ସୁପରହିରୋ, ଅଷ୍ଟ୍ରୋନଟ କିମ୍ବା ଅନ୍ୟ କୌଣସି ରୋମାଞ୍ଚକର ଅବତାରରେ ଦେଖିପାରିବେ।












Click it and Unblock the Notifications