ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କଂଗ୍ରେସ ଭବନରେ ପଶି କାଳିମାଡ଼

ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପଶି କାଳିମାଡ଼ କଲେ ଅସନ୍ତୁଷ୍ଟ ଗୋଷ୍ଠୀ । ଚଳିତ ନିର୍ବାଚନ ପୂର୍ବରୁ ପିସିସି ସଭାପତି ଶରତ ପଟ୍ଟନାୟକ ୯ରୁ ୯୦ ନାରା ଦେଇଥିଲେ । କିନ୍ତୁ କଂଗ୍ରେସ ମାତ୍ର ୧୪ ଆସନ ଜିତିବାରେ ସଫଳ ହୋଇଥିଲା । ଏହାପରେ କଂଗ୍ରେସରେ ବିରୋଧ ଦେଖିବାକୁ ମିଳିଥିଲା । ଏପରିକି ଟିକେଟ୍‌ ବଣ୍ଟନକୁ ନେଇ ମଧ୍ୟ କଂଗ୍ରେସରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଟିକେଟ୍‌ ବଣ୍ଟନରେ ଘୋଟାଲା ହୋଇଥିବା ନେଇ ସିଧାସଳଖ ଶରତ ପଟ୍ଟନାୟକଙ୍କୁ ଘେରିଥିଲେ କିଛି କଂଗ୍ରେସ କର୍ମୀ ।

ସେପଟେ ଗତ ନିର୍ବାଚନରେ ବିଭିନ୍ନ ରାଜ୍ୟରେ ଦଳର ଖରାପ ପ୍ରଦର୍ଶନର କାରଣ ଖୋଜିବାକୁ ଗଠନ ହୋଇଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଓଡ଼ିଶା ପାଇଁ ଦଳର ବରିଷ୍ଠ ନେତା ଅଜୟ ମାକନ ଓ ତାରିକ୍ ଅନୱରଙ୍କୁ ନେଇ ଅନୁସନ୍ଧାନକାରୀ ଟିମ୍ ଗଠନ ହୋଇଛି।

PCC president Sharat Pattnayak

ସୂଚନା ଅନୁସାରେ ଆଜି କଂଗ୍ରେସ ଭବନରେ ଚାମ୍ବରରେ ବସିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଏହି ସମୟରେ ତାଙ୍କୁ କାଳିମାଡ଼ ହୋଇଥିବା ସୂଚନା ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+