ଅକ୍ଟୋବର ୮ରୁ RI, ICDS ସୁପରଭାଇଜର, ARI, ଅମିନ ପରୀକ୍ଷା, ସବୁ ଜିଲ୍ଲାରେ ପରୀକ୍ଷା ହେବା ନେଇ ସୂଚନା ଜାରି
ଓଡ଼ିଶା ସବ-ଅଧୀନସ୍ଥ ସ୍ଟାଫ୍ ଚୟନ କମିଶନ (OSSSC) ଅକ୍ଟୋବର ୮ରୁ ରିଭେନ୍ୟୁ ଇନ୍ସ୍ପେକ୍ଟର (RI), ICDS ସୁପରଭାଇଜର, ଆସିଷ୍ଟାଣ୍ଟ ରିଭେନ୍ୟୁ ଇନ୍ସ୍ପେକ୍ଟର (ARI), ଅମିନ ପାଇଁ ପ୍ରିଲିମ ପରୀକ୍ଷା ଆୟୋଜନ କରିବ। ଏହି ପରୀକ୍ଷା ନଭେମ୍ବରର ୩ୟ ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ ବୋଲି କମିଶନ ବିଜ୍ଞପ୍ତି ପ୍ରକାଶ କରିଛି।

ପୂର୍ବରୁ ଏହି ପରୀକ୍ଷାର ମେନ୍ସ ୨୦୨୫ରେ ରଦ୍ଦ ହୋଇଥିଲା ଏବଂ ହାଇକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ନୂତନ ପ୍ରିଲିମ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ପ୍ରିଲିମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ମେନ୍ସ ଓ କମ୍ପ୍ୟୁଟର୍ ସ୍କିଲ୍ ଟେଷ୍ଟ୍ ହେବ। ପୂର୍ବରୁ ଆବେଦନ କରିଥିବା ସମସ୍ତ ଆଶାୟୀ ପରୀକ୍ଷା ଦେଇପାରିବେ। ଫଳରେ ୫ଲକ୍ଷ ୫୮ ହଜାର ୧୨୮ ଆବେଦନକାରୀ ପରୀକ୍ଷା ଦେଇପାରିବେ ବୋଲି ସ୍ପଷ୍ଟ କରାଯାଇଛି।












Click it and Unblock the Notifications