ସୂଚନା ମନ୍ତ୍ରୀ, ଏବେ ଏତିକି ସ୍ପିଡରେ ଗଡିବ ମୋ ବସ ?
ସହରରେ ଗୋଟିଏ ପରେ ଗୋଟିଏ ଜୀବନ ନେବା ପରେ, ଏବେ ବିଧାନସଭାରେ ମୋ ବସ୍ କଥା । ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ଏ ସମ୍ପର୍କରେ ଆଜି ବିଧାନସଭାରେ ପ୍ରଶ୍ନ କରିଥିବାବେଳେ, ଏହାର ଉତ୍ତର ରଖିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବିଜେଡି ବିଧାୟକ ପ୍ରଶ୍ନ କରି ପଚାରିଥିଲେ ଯେ, ମୋ ବସରେ ବେଗ ନିୟନ୍ତ୍ରଣ ଯନ୍ତ୍ର ଲାଗିଛି କି? ମୋ ବସ୍ ଧକ୍କାରେ ମୃତ୍ୟୁବରଣ କରିତିବା ମୃତକ ପରିବାରଙ୍କୁ କେତେ ଠଙ୍କା କ୍ଷତିପୂରଣ ଦିଆଯାଇଛି?

ଏହାର ଉତ୍ତର ରଖି ମନ୍ତ୍ରୀ କହିଥିଲେ ଯେ, ଭୁବନେଶ୍ୱର ମହାନଗର ନିଗମ ଓ ଏହାର ଆଖପାଖ ଅଞ୍ଚଳରେ କ୍ରୁଟ୍ ଦ୍ୱାରା ୩୭୫ଟି ବସ୍ ଚଳାଚଳ କରୁଛି । ମୋ ବସ୍ ଦୁର୍ଘଟଣାରେ ୧୬ ଜଣ ପ୍ରାଣ ହରାଇଛନ୍ତି । ତେବେ ଇଲେକ୍ଟ୍ରି ବସ ପାଇଁ ସହର ଭିତରେ ଘଣ୍ଟାପ୍ରତି ବେଗ ୩୫ କିମି ରହିଥିବାବେଳେ, ଡିଜେଲ ବସ୍ ପାଇଁ ୪୦ କିମି ପ୍ରତି ଘଣ୍ଟା ରଖାଯାଇଛି । ଏହାସହ ଜାତୀୟ ରାଜପଥରେ ଚାଲୁଥିବା ୧୬ଟି ବସ୍ ପାଇଁ ୫୦ କିମି ପ୍ରତି ଘଣ୍ଟାରେ ଚାଲିବା ପାଇଁ ଧାର୍ୟ୍ୟ କରାଯାଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।












Click it and Unblock the Notifications