ନବୀନଙ୍କ ଟ୍ବିଟ୍‌କୁ ଟାର୍ଗେଟ କଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ, କହିଲେ ବିଜେଡି ଏବେ ନିଶ୍ଚିହ୍ନ ହେବାକୁ ଯାଉଛି

ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ ଘଟଣା ବିଜେଡି ଓ ବିଜେପି ମୁହାମୁହଁ । ନବୀନ ପଟ୍ଟନାୟକଙ୍କ ଟ୍ବିଟ୍‌କୁ ହାସ୍ୟାସ୍ପଦ କହିଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ।'ଇତିଶ୍ରୀ, ବେବିନା ଘଟଣା ବେଳେ କେଉଁଠାରେ ଥିଲେ ନବୀନ' ।ଧର୍ମଶାଳାରେ ବିଜେଡି କର୍ମୀ ନିଜ ଦଳର ନେତାଙ୍କୁ ଆକ୍ରମଣ କରିଛନ୍ତି' । ନବୀନ ବାବୁ ବୁଝିବା ଦରକାର ତାଙ୍କ ଦଳରେ ଆଉ ଶୃଙ୍ଖଳା ନାହିଁ' । ଦଳର ହାଇକମାଣ୍ଡଙ୍କୁ କେହି ମାନିବା ଅବସ୍ଥାରେ ନାହାନ୍ତି' । ବିଜେଡି ଏବେ ନିଶ୍ଚିହ୍ନ ହେବାକୁ ଯାଉଛି ବୋଲି କହିଛନ୍ତି ସମ୍ପଦ ସ୍ବାଇଁ ।

Sampada Swain

ସୂଚନାଯୋଗ୍ୟ, ପ୍ରଣବ ବଳବନ୍ତରାୟ ରବିବାର ଆରୁହା ଗାଁରେ ମାଆ ହିଙ୍ଗୁଳାଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ବିରୋଧ ତାଙ୍କ ଗାଡି ଉପରକୁ ଦୁର୍ବୁତ୍ତ ଆକ୍ରମଣ କରିଥିଲେ। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସ୍ୱାଧୀନ ବିଧାୟକ ହିମାଂଶୁ ସାହୁଙ୍କ ନିର୍ଦ୍ଦେଶରେ ଗୁଣ୍ଡାମାନେ ବିଜେଡି ନେତାଙ୍କ ଗାଡ଼ି ଉପରେ ଲାଠି ଏବଂ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଲୋକଙ୍କ ସହିତ ପୂର୍ବତନ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଥିଲା।

ସୂଚନା ପାଇ ଜେନାପୁର ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଘଟଣା ପରେ, ବଳବନ୍ତରାୟ କାର୍ଯ୍ୟସୂଚୀ ଅନୁଯାୟୀ ଯଜ୍ଞସ୍ଥଳରେ ମା'ଙ୍କ ଦର୍ଶନ କରି ତାଙ୍କ ବାସଭବନକୁ ଫେରିଥିଲେ।ବଳବନ୍ତରାୟଙ୍କ ସହ ଯୋଗାଯୋଗ କରାଯିବାରୁ, ସେ ଘଟଣା ବିଷୟରେ ନିଶ୍ଚିତ କରିଥିଲେ ଏବଂ ଡଙ୍କାରୀ ଅଞ୍ଚଳର ପଥର ମାଫିଆମାନେ ଆକ୍ରମଣରେ ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+