କୋଭିଡ୍ ନିୟମ ଉଲ୍ଲଂଘନ ପଡିଲା ମାହାଙ୍ଗା: ତିନି ଦିନ ପାଇଁ ସିଲ ହେଲା ଇନ୍ଦ୍ରଧନୁ ମାର୍କେଟ୍
ସଂକ୍ରମଣ ବୃଦ୍ଧି ଓ ନିୟମ ଉଲ୍ଲଂଘନ ଯୋଗୁଁ ଇନ୍ଦ୍ରଧନୁ ମାର୍କେଟକୁ ଆଜିଠୁ ୩ ଦିନ ପାଇଁ ସିଲ୍ କରାଯାଇଛି
ଭୁବନେଶ୍ୱର: କରୋନାର ସଂକ୍ରମଣ ରାଜଧାନୀ ଭୁବନେଶ୍ୱରର କୋଣ ଅନୁକୋଣରେ ପ୍ରବେଶ କରିବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ଭିଏସଏସ ନଗର, ମାର୍କେଟ୍ ବିଲଡିଂକୁ ବନ୍ଦ କରାଯାଇଥିଲା। ତେବେ ସଂକ୍ରମଣ ବୃଦ୍ଧି ଓ ନିୟମ ଉଲ୍ଲଂଘନ ଯୋଗୁଁ ଇନ୍ଦ୍ରଧନୁ ମାର୍କେଟକୁ ଆଜିଠୁ ୩ ଦିନ ପାଇଁ ସିଲ୍ କରାଯାଇଛି ।

ରାଜଧାନୀର ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟକୁ 24 ଘଣ୍ଟା ପାଇଁ ସିଲ୍ କରାଯାଇଥିବା ଜଣାପଡ଼ିଛି । ଆସନ୍ତା ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ରହିଛି । ସେଥିପାଇଁ ଆଗାମୀ ୩ ଦିନ ପାଇଁ ଇନ୍ଦ୍ରଧନୁ ମାର୍କେଟ୍ ବନ୍ଦ ରହିବ। ଆସନ୍ତା ସୋମବାର ଦିନ ଇନ୍ଦ୍ରଧନୁ ମାର୍କେଟ୍ ଖୋଲିବ। ତେବେ ଏହି ମାର୍କେଟରେ ଲୋକଙ୍କ ଗହଳି ଜମିବା ସହ କୋଭିଡ୍ ନିୟମକୁ ପାଳନ କରୁନାହାନ୍ତି। ଏନେଇ ମାର୍କେଟକୁ ବନ୍ଦ କରାଯାଇଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୁହାଯାଇଛି।












Click it and Unblock the Notifications