ସଂପର୍କ ତରଫରୁ ବିକଶିତ ଭାରତ ଯୁବ ନେତା ସମ୍ବାଦ-୨୦୨୫ ପାଳିତ
ପୁରୀ: ଯୁବପିଢୀଙ୍କ ଆଦର୍ଶ ବିଶ୍ୱବିଜୟୀ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂପର୍କ, ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ର ଥିମ ରହିଛି "ବିକଶିତ ଭାରତ ଯୁବ ନେତା ସମ୍ବାଦ ୨୦୨୫" । "ବିକଶିତ ଭାରତ ଯୁବନେତା ସମ୍ବାଦ ୨୦୨୫" ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବ ପ୍ରତିଭା ଙ୍କୁ ଚିହ୍ନଟ କରିବା ,ସେମାନଙ୍କୁ ପ୍ରୋତ୍ସାହିତ କରିବା ତଥା ସେମାନଙ୍କୁ ବିକଶିତ ଭାରତ ପାଇଁ ସେମାନଙ୍କର ବିଚାର ଉପସ୍ଥାପନା କରିବାର ସୁଯୋଗ ଦେଇ ସାମାଜିକ ତଥା ନାଗରିକ ଜୀବନରେ ଯୁବପିଢୀଙ୍କ ସମ୍ପୃକ୍ତି ରେ ସହାୟକ ହେବା।
ଏହି କାର୍ଯ୍ୟକ୍ରମରେ ଯୁବକ ଯୁବତୀମାନେ ବିକଶିତ ଭାରତ ଯୁବନେତା ସମ୍ବାଦ ସମୟରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ସିଧାପ୍ରସାରଣ ଦେଖିଥିଲେ ଆଉ ଅନେକ ବିଷୟ ଜାଣିବାକୁ ପାଇଥିଲେ । ଦେଶ ପାଇଁ ଯୁବକର ଭୂମିକା ନେଇ ପ୍ରଧାନମନ୍ତ୍ରୀ କ'ଣ କହିଲେ ସେ ବିଷୟରେ ଆଲୋଚନା ହୋଇଥିଲା । ୨୦୪୭ରେ ଭାରତ ସ୍ଵାଧୀନତାର ଶତ ବାର୍ଷିକ ପାଳନ କରିବାକୁ ଯାଉଥିବା ବେଳେ କିପରି ବିକଶିତ ଭାରତରେ ପରିଣତ ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା ।
ସଂପର୍କର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ ମଞ୍ଚ ପରିଚାଳନା କରିବା ସହ ଆମ ଜୀବନରେ ବିବେକାନନ୍ଦଙ୍କ ବିଚାର ସମ୍ବନ୍ଧରେ ଆଲୋକପାତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବେହେରା ଓ ନେହେରୁ ଯୁବକେନ୍ଦ୍ର ତରଫରୁ ଅଶୋକ କୁମାର ବେହେରା ଯୋଗଦେଇଥିଲେ । ମନୋଜ କୁମାର ତ୍ରିପାଠୀ, ଶିଶୁ ବିକାଶ ଅଧିକାରୀ ଯୋଗଦେଇ କିପରି ଯୁବକ ପ୍ରେରଣାର ମାଧ୍ୟମ ସାଜିବ ସେ ନେଇ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଭାରତ ବିକାଶ ପରିଷଦର କ୍ଷେତ୍ରୀୟ ସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଯୋଗ ଦେଇ କହିଥିଲେ ଯେ, ବିକାଶ ସହ ଆମେ କିପରି ନିଜ ସଂସ୍କୃତି ଓ ଐତିହ୍ୟକୁ ଆଗକୁ ନେବା । ଭାରତ କିପରି ଷ୍ଟାର୍ଟଅଫ୍ କ୍ୟାପିଟାଲ ହେବ ସେ ନେଇ ମତ ରଖିଥିଲେ ।
ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ପ୍ରଫେସର ହରିହର ହୋତା କହିଥିଲେ ଯେ, ସବୁ ସମୟରେ ଆମ ମନରେ ବୀରତ୍ୱର ଜାଗ୍ରତ କରିବାକୁ ପଡ଼ିବ । ତେବେ ଆମେ ଆଗକୁ ବଢ଼ିପାରୁବା । ଯୁବକମାନେ ସେମାନଙ୍କ ଦକ୍ଷତା ବୃଦ୍ଧି କରିବାକୁ ପଡ଼ିବ ।
ସେହିପରି ଯୁବ ବାଲୁକାଶିଳ୍ପୀ ମାନସ ସାହୁ ଯୋଗ ଦେଇ ଆଜିର ସମାଜରେ ଯୁବକ ମାନେ କଣ କରିବାର ଆବଶ୍ୟକ ଅଛି ସେ ନେଇ କହିଥିଲେ । ସେହିପରି ବିଶ୍ଵବିଦ୍ୟାଳୟ ନିର୍ଦ୍ଦେଶକ ପ୍ରଫେସର୍ ବନମାଳୀ ବିଶ୍ଵାଳ ଯୋଗ ଦେଇ ସମସ୍ତଙ୍କୁ ପ୍ରେରିତ କରିଥିଲେ । ଛାତ୍ରଛାତ୍ରୀମାନେ ଆଗକୁ କିପରି ବଢ଼ିବେ ଏବଂ ରାଷ୍ଟ୍ର ଗଠନରେ ସେମାନଙ୍କ କର୍ତ୍ତବ୍ୟ ହେବା ଦରକାର ସେ ନେଇ ଆଲୋକପାତ କରିଥିଲେ।
ବିଶ୍ବବିଦ୍ୟାଳୟର ଅଧ୍ୟାପକ ସୁଶାନ୍ତ କୁମାର ରାୟ ସ୍ବାଗତ ଭାଷଣ ଦେଇଥିଲେ ଏବଂ ପିତାମ୍ବର ମିଶ୍ର ଧନ୍ୟବାଦ୍ ଦେଇଥିଲେ । ଅନ୍ୟମାନଙ୍କ ଭିତରେ ଦିଲୀପ କୁମାର ପଣ୍ଡା, ଦୁର୍ଗେଶ କୁମାର ଆଚାର୍ଯ୍ୟ, ସୁପ୍ରିତି ରଥ ନିମାଇଁ ଚରଣ ସାହୁ ଉପସ୍ଥିତି ଥିଲେ ।
ସାଧାରଣ ଜ୍ଞାନ ପ୍ରତିଯୋଗୀତାରେ ଶୁଭମ ବିଭୁପ୍ରସାଦ ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ତୁଷାରକାନ୍ତ ସାହୁ ଏବଂ ଆକାଶ ପ୍ରସାଦ ଦାସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ବକ୍ତୃତା କନିଷ୍ଠ ବର୍ଗରେ ବିବେକ ମୁଶାରି ପ୍ରଥମ ସ୍ଥାନରେ ଥିବା ବେଳ ଦ୍ୟୁତିକୃଷ୍ଣ ଅଧିକାରୀ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ବକ୍ତୃତା ବରିଷ୍ଠ ବର୍ଗରେ ଶ୍ରାବଣୀ ସାହୁ ପ୍ରଥମ ସ୍ଥାନରେ ଥିବା ବେଳ ଅନ୍ନପୂର୍ଣ୍ଣା ରଥ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ସେହିପରି କଲ୍ୟାଣୀମୟୀ ଜେନା ତୃତୀୟ ସ୍ଥାନରେ ଅଛନ୍ତି ।
ଚିତ୍ରାଙ୍କନ କନିଷ୍ଠ ବର୍ଗରେ ଶ୍ରେୟା ମହାନ୍ତି ପ୍ରଥମ ସ୍ଥାନରେ ଥିବା ବେଳ ଯଶୋବନ୍ତ ବେହେରା ଦ୍ୱିତୀୟ ସ୍ଥାନରେ , ସେହିପରି ଅଜୟ ବେହେରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଚିତ୍ରାଙ୍କନ ବରିଷ୍ଠ ବର୍ଗରେ ରଞ୍ଜନ ପ୍ରଧାନ ପ୍ରଥମ ସ୍ଥାନରେ ଥିବା ବେଳ ଓମ୍ ପ୍ରକାଶ ବେହେରା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ସେହିପରି ମିଲନ ମିଶ୍ର ତୃତୀୟ ସ୍ଥାନରେ ଅଧିକାର କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବାସୁଦେବ ସେନାପତି, କୃଷ୍ଣଚନ୍ଦ୍ର ସାହୁ, ରାକେଶ ସେଠୀ, ତାରା ପ୍ରସାଦ ଦାସ, ଶିବାନନ୍ଦ ପାଢ଼ୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।












Click it and Unblock the Notifications