Get Updates
Get notified of breaking news, exclusive insights, and must-see stories!

ଓଡ଼ିଶାରେ ଦେଶର ପ୍ରଥମ ଗାନ୍ଧୀ ମନ୍ଦିର, ଜାଣନ୍ତୁ କେଉଁଠି ରହିଛି ଏହି ମନ୍ଦିର ?

ଅକ୍ଟୋବର ୨ ତାରିଖ । ସାରା ଦେଶ ପାଇଁ ଆଜି ଗର୍ବର ଦିନ । ଆଜିର ଦିନରେ ଜାତିର ପିତା ମହାତ୍ମା ଗାନ୍ଧୀ ଜନ୍ମ ଗ୍ରହଣ କରିଥିଲେ । ତେଣୁ ଅକ୍ଟୋବର ୨ ତାରିଖକୁ ସାରା ଦେଶରେ ଗାନ୍ଧୀ ଜୟନ୍ତୀ ଭାବେ ପାଳନ କରାଯାଉଛି ।

ଗାନ୍ଧୀଙ୍କୁ ପୂଜା କରିବା ପାଇଁ ଦେଶର ପ୍ରଥମ ଗାନ୍ଧୀ ମନ୍ଦିର ରହିଛି ଓଡିଶାରେ । ରାଜ୍ୟର ସମ୍ବଲପୁର ଜିଲ୍ଲା ଭତରାରେ ରହିଛି ଏହି ମନ୍ଦିର । ଏଠାରେ ମହାତ୍ମା ଗାନ୍ଧୀଙ୍କୁ ପୂଜାର୍ଚ୍ଚନା କରାଯାଏ । ୧୯୭୪ ମସିହାରେ ତିଆରି ହୋଇଥିବା ଏହି ଗାନ୍ଧୀ ମନ୍ଦିର ସାରା ଓଡିଶାବାସୀଙ୍କ ପାଇଁ ପାଲଟିଛି ସ୍ମୃତିପୀଠ ।

ମନ୍ଦିର ଆଗରେ ରହିଛି ଅଶୋକ ସ୍ତମ୍ଭ । ମନ୍ଦିର ଭିତରେ ଅଛି ସବୁ ଧର୍ମର ସାଙ୍କେତିକ ଚିହ୍ନ । କୁହାଯାଏ, ମନ୍ଦିରର ଏଭଳି ରୂପ ବାପୁଜୀଙ୍କ ଧର୍ମନିରପେକ୍ଷ ଚିନ୍ତାଧାରାକୁ ସୂଚେଇଥାଏ । ତେବେ, ଏହି ମନ୍ଦିର ନିର୍ମାଣର ମୁଖ୍ୟ ପୁରୋଧା ହେଉଛନ୍ତି ରେଢାଖୋଲର ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାର ।

India s first Gandhi temple

୧୯୭୨ ମସିହାରେ ବିଧାୟକ ଥିବା ସମୟରେ ପ୍ରତିଷ୍ଠା କରିଥିଲେ । ଦୁଇ ବର୍ଷ ପରେ ୧୯୭୪ ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏହାର ଉଦଘାଟନ କରିଥିଲେ । ବର୍ଷର ୩୬୫ ଦିନ ଯାକ ଏଠାରେ ପୂଜା ପାଇଥାନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଏଠାକୁ ନେତା ମନ୍ତ୍ରୀଙ୍କ ସମେତ ଜନସାଧାରଣଙ୍କ ସୁଅ ଛୁଟିଥାଏ ।

ଏହା ବ୍ୟତୀତ ଢେଙ୍କାନାଳ ଜିଲା ଅନ୍ତର୍ଗତ କାମାକ୍ଷାନଗରଠାରେ ମଧ୍ୟ ଜାତିର ଜନକଙ୍କ ଲାଗି ଏକ ମନ୍ଦିର ପ୍ରତିଷ୍ଠା କରାଯାଇ ବାପୁଜୀଙ୍କୁ ପୂଜା କରାଯାଉଛି । କାମାକ୍ଷାନଗର ଟାଉନ୍‌ରେ ୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ମନ୍ଦିରରେ ମହାତ୍ମାଙ୍କ ପ୍ରତିମା ପୂଜା କରାଯାଉଥିବା ବେଳେ ପ୍ରତିବର୍ଷ ଜାନୁଆରୀ ୨୬ ରୁ ଏଠାରେ ଗୀତା ଯଜ୍ଞ ଆରମ୍ଭ ହୋଇ ଜାନୁଆରୀ ୩୦ ମହାତ୍ମାଙ୍କ ମହାପ୍ରୟାଣ ଦିବସରେ ଶେଷ ହୋଇଥାଏ ।

୨୦୧୨ ମସିହାରୁ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଛି । ପ୍ରବେଶ ଫାଟକ ନିକଟରେ ମହାତ୍ମାଙ୍କ ତିନି ମାଙ୍କଡଙ୍କ ମୂର୍ତ୍ତି ରହିବା ସହ ଏକ ଫଳକରେ ଗାନ୍ଧିଜୀଙ୍କର ଏକାଦଶ ବ୍ରତ- ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ୟ୍ୟ, ଅସଂଗ୍ରହ, ଶରୀରଶ୍ରମ, ଅସ୍ବାଦ, ଅଭୟ, ସମତ୍ବଭାବ, ସ୍ବଦେଶ ଚିନ୍ତା, ଅସ୍ପୃଶ୍ୟତା ନିବାରଣ ସମ୍ପର୍କରେ ଉଲ୍ଲେଖ କରାଯାଇଛି ।

ସେହିପରି ବ୍ରହ୍ମପୁରର ଗୋସାଣି ନୂଆଗାଁ ଠାରେ ମଧ୍ୟ ମହାତ୍ମାଙ୍କ ମନ୍ଦିର ରହିଛି । ଏଠାରେ ଥିବା ଏକ ଜଗନ୍ନାଥ ମନ୍ଦିର ପରିସରରେ ଏହି ମନ୍ଦିର ରହିଥିବା ବେଳେ ଏହା ଭାଗବତ ଗାଦି ଭାବେ ପରିଚିତ । ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତ, ଭଗବାନ ରାମ ଓ ମହାଦେବଙ୍କ ସହ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଏଠାରେ ପୂଜା ପାଉଛନ୍ତି । ପ୍ରାୟ ୬ ଦଶନ୍ଧି ହେବ ଏଠାରେ ମହାତ୍ମାଙ୍କୁ ପୂଜା କରାଯାଉଥିବା ଜଣାପଡିଛି ।

ସ୍ବାଧୀନତା ଆନ୍ଦୋଳନ ବେଳେ ଓଡ଼ିଶାର ଗାଁଗୁଡିକରେ ଥିବା ଭାଗବତ ଗାଦି ପ୍ରମୁଖ ସ୍ଥାନ ପାଲଟିଥିଲା। ଏଠାରେ ସଂଗ୍ରାମୀମାନେ ଭାଗବତ ଶୁଣିବାକୁ ଆସୁଥିବା ସାଧାରଣ ଲୋକମାନଙ୍କୁ ଇଂରେଜ ବିପକ୍ଷରେ ଆନ୍ଦୋଳନ କରିବାକୁ ବୁଝାଉଥିଲେ। ତେଣୁ ଭାଗବତ ଗାଦି ସହ ମହାତ୍ମାଙ୍କୁ ଏଠାରେ ପୂଜା କରିବା ଲାଗି ମନ୍ଦିର ନିର୍ମାଣ ବେଳେ ନିଷ୍ପତ୍ତି ନିଆଯାଇଥିଲା। ଏବେ ମଧ୍ୟ ଏହି ମନ୍ଦିରରେ ପ୍ରତିଦିନ ସଂକୀର୍ତ୍ତନ ଓ ଭାଗବତ ପାଠ ହୋଇଥାଏ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+