ଇଣ୍ଡିଆନ ରୋଡ୍ସ କଂଗ୍ରେସ ନିତିନ ଗଡ଼କରୀଙ୍କ ବଡ ଘୋଷଣା, କହିଲେ ଓଡ଼ିଶା ସମେତ କିଛି ରାଜ୍ୟରେ ଚାଲିବ ହାଇଡ୍ରୋଜେନ୍ ଗାଡ଼ି
ଓଡ଼ିଶା ସମେତ କିଛି ରାଜ୍ୟରେ ଚାଲିବ ହାଇଡ୍ରୋଜେନ୍ ଗାଡ଼ି । ଇଣ୍ଡିଆନ ରୋଡ୍ସ କଂଗ୍ରେସ ଅଧିବେଶନରେ ନିତିନ ଗଡ଼କରୀଙ୍କ ଘୋଷଣା । ପାଇଲଟ ପ୍ରୋଜେକ୍ଟରେ ଓଡ଼ିଶା ସମେତ କିଛି ରାଜ୍ୟରେ ଚାଲିବ । ହାଇଡ୍ରୋଜେନ ଆମେ ପ୍ରସ୍ତୁତ କରୁଛୁ, ଏହା ହେଉଛି ଭବିଷ୍ୟତ ବୋଲି କହିଛନ୍ତି ଗଡ଼କରୀ । ଦେଶର ଚାଷୀ କେବଳ ଅନ୍ନଦାତା ନୁହନ୍ତି, ଇନ୍ଧନଦାତା ମଧ୍ୟ' । 'ଏବେ ଚାଷୀ ଇଥାନଲ୍ ପ୍ରସ୍ତୁତ କରୁଛି, ନଡ଼ା ଓ ବାଉଁଶରୁ ଇନ୍ଧନ ପ୍ରସ୍ତୁତ ହେଉଛି' । ଏହାକୁ ଓଡ଼ିଶା ସରକାର ପ୍ରୋତ୍ସାହନ କରିବା ଉଚିତ୍ ବୋଲି କହିଛନ୍ତି ଗଡ଼କରୀ ।













Click it and Unblock the Notifications