Get Updates
Get notified of breaking news, exclusive insights, and must-see stories!

Indian Post: ଇଣ୍ଡିଆ ପୋଷ୍ଟରେ ୨୧୦୦୦ରୁ ଅଧିକ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ଭାରତୀୟ ଡାକ ବିଭାଗରେ ଗ୍ରାମୀଣ ଡାକ ସେବକ ପଦବୀରେ ବମ୍ପର ଭର୍ତ୍ତି ପାଇଁ ସୁଯୋଗ । ଏହି ଭର୍ତ୍ତି ଇଣ୍ଡିଆ ପୋଷ୍ଟ ପକ୍ଷରୁ ଆୟୋଜିତ ହେବ । ଇଚ୍ଛୁକ ପ୍ରାର୍ଥୀ ୧୦ ଫେବୃଆରୀରୁ ଆବେଦନ କରିପାରିବେ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଇଣ୍ଡିଆ ପୋଷ୍ଟର ଅଫିସିଆଲ ସାଇଟକୁ ଯାଇ କରିପାରିବେ । ନୋଟିଫିକେସନ ଅନୁଯାୟୀ, ଏଠାରେ ୨୧,୪୧୩ ଗ୍ରାମୀଣ ଡାକ ସେବକ ପଦବୀ ଖାଲିପଡିଛି ।

ପଦବୀ ବିବରଣୀ : ୨୧,୪୧୩

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୧୦ ଫେବୃଆରୀରୁ ୩ ମାର୍ଚ୍ଚ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବୋର୍ଡ କିମ୍ବା ସଂସ୍ଥାରୁ ୧୦ମ ପରୀକ୍ଷା ପାସ୍ କରିଥିବା ଜରୁରୀ । ଏହାଛଡା ଗଣିତ ଏବଂ ଇଂଲିଶ ବିଷୟରେ ସର୍ବନିମ୍ନ ପାସ୍ ମାର୍କ ରଖିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ସଂରକ୍ଷିତ ଶ୍ରେଣୀ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ୍ ମିଳିବ ।

Indian Post

ଦରମା : ଚୟନିତ ପ୍ରାର୍ଥୀଙ୍କୁ ୧୨,୦୦୦ରୁ ୨୯,୩୮୦ ଟଙ୍କା ମାସିକ ଦରମା ମିଳିବ ।

କେମିତି କରିବେ ଆବେଦନ :

  • ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯିବାକୁ ହେବ ।
  • ଏହାପରେ ରେଜିଷ୍ଟ୍ରେସନ ଲିଙ୍କରେ କ୍ଲିକ୍ କରିବାକୁ ହେବ ।
  • ଆବଶ୍ୟକ ବିବରଣୀ ଭରିବା ପରେ ରେଜିଷ୍ଟ୍ରେସନ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ହେବ ।
  • ଏହାପରେ ଆପ୍ଲାଏ ଅନଲାଇନ ଲିଙ୍କ ଉପରେ କ୍ଲିକ୍ କରି ଆବେଦନ ଫର୍ମ ପୂରଣ କରିବାକୁ ହେବ ।
  • ନିର୍ଦ୍ଧାରିତ ଶୁଳ୍କ ଦେବା ପରେ ଆବେଦନ ଫର୍ମ ସବମିଟ୍ କରିବାକୁ ହେବ ।
  • ଶେଷରେ ଜରୁରୀ ପାଇଁ ଏକ ପ୍ରିଣ୍ଟଆଉଟ୍ କାଢି ରଖନ୍ତୁ ।
  • ଯଦି କୌଣସି ପ୍ରାର୍ଥୀ ଆବେଦନ କରିବା ସମୟରେ ଭୁଲ୍ କରିଥାଏ, ତେବେ ତ୍ରୁଟି ସଂଶୋଧନ ପାଇଁ ୬ରୁ ୮ ମାର୍ଚ୍ଚ ମଧ୍ୟରେ ସୁଧାରି ପାରିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+