Get Updates
Get notified of breaking news, exclusive insights, and must-see stories!

ଝୁମିଲା ଦିଲ୍ଲୀ ଏୟାରପୋର୍ଟ, ସମ୍ଭାଳି ପାରିଲେନି ରୋହିତ୍.. ଢୋଲ ତାଳରେ ନାଚିଲେ

Indian Cricket Team: ଟି-୨୦ ବିଶ୍ୱକପ ଟାଇଟଲ ହାତେଇବା ସହ ବିଶ୍ୱ ବିଜେତା ହୋଇ ସ୍ୱଦେଶ ଫେରିଛି ଭାରତୀୟ କ୍ରିକେଟ୍ ଟିମ୍ । ଭାରତୀୟ କ୍ରିକେଟ ଟିମ୍ ବାରବାଡୋସରୁ ଆସି ଭାରତରେ ପହଞ୍ଚିଛନ୍ତି । ଏହା ସହ ସାରା ଦେଶରେ ଆରମ୍ଭ ହେଲାଣି ସେଲିବ୍ରେସନ୍ । ବିଶେଷ କରି ଦିଲ୍ଲୀରେ ଭାରତୀୟ ଟିମ୍ ପହଞ୍ଚିବା ପରେ ପ୍ରଶଂସକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

rohit

ଦିଲ୍ଲୀ ଏୟାରପୋର୍ଟରେ ପ୍ରଶଂସକମାନେ ଭାରତୀୟ ଖେଳାଳିଙ୍କୁ ଉତ୍ସାହର ସହିତ ସ୍ୱାଗତ କରିଥିଲେ । ଭାରତୀୟ ଖେଳାଳି ପହଞ୍ଚିବା ପୂର୍ବରୁ ବିମାନବନ୍ଦର ପରିସରରେ ବହୁ ସଂଖ୍ୟାରେ ପ୍ରଶଂସକ ଏକତ୍ରିତ ହୋଇଥିଲେ । ସୋସିଆଲ ମିଡିଆରେ ଏହାର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଭାରତୀୟ ପ୍ରଶଂସକମାନେ ବହୁତ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

ଆଇଟିସି ମୌର୍ଯ୍ୟ ହୋଟେଲରେ ଖେଳାଳିଙ୍କ ରହିବାର ବ୍ୟବସ୍ଥା କରାଯାଇଛି । ବିମାନବନ୍ଦରରୁ ସିଧା ଖେଳାଳିମାନେ ସେଠାରେ ପହଞ୍ଚିବା ପରେ ସ୍ବତନ୍ତ୍ର କେକ୍ ସହିତ ତାଙ୍କୁ ସ୍ବାଗତ କରାଯାଇଥିଲା । ବସରୁ ବାହାରିବା ପରେ ଢ଼ୋଲ ବଜାଇ ତାଙ୍କୁ ସ୍ବାଗତ କରାଯାଇଥିଲା । ଏହି ସମୟରେ ନିଜକୁ ସମ୍ଭାଳି ପାରିନଥିଲେ କ୍ୟାପ୍ଟେନ୍ । ରୋହିତ ଶର୍ମା ଢୋଲ ତାଳରେ ପାଦ ମିଶାଇ ନାଚି ଉଠିଥିଲେ ।

ଏହା ପରେ ଆଜି ସନ୍ଧ୍ୟାରେ ମୁମ୍ବାଇରେ ହେବ ଗ୍ରାଣ୍ଡ ସେଲିବ୍ରେସନ । ଖେଳାଳିମାନେ ମୁମ୍ବାଇ ବିମାନ ବନ୍ଦରରୁ ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିବେ । ସେଠାରେ ଏକ କିଲୋମିଟରର ବସ୍ ପ୍ୟାରେଡର କାର୍ଯ୍ୟକ୍ରମ ରହିଛି । ସେଠାରେ ଭବ୍ୟ ସ୍ୱାଗତ ପରେ ଅଧିନାୟକ ରୋହିତ ଶର୍ମା ବିସିସିଆଇ ସେକ୍ରେଟାରୀ ଜୟ ଶାହଙ୍କୁ ବିଶ୍ୱକପ୍ ହସ୍ତାନ୍ତର କରିବେ । ସେଠାରେ ସମସ୍ତ କାର୍ଯ୍ୟକ୍ରମ ସରିବା ପରେ ସନ୍ଧ୍ୟାରେ ଖେଳାଳିମାନେ ପ୍ରତ୍ୟାବର୍ତ୍ତନ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+