ଦେଶ ପାଳିବ ୭୯ତମ ସ୍ଵାଧୀନତା ଦିବସ: ଜୟ ହିନ୍ଦ୍ ନାରାରେ ଫାଟି ପଡ଼ିବ ମହାତ୍ମା ଗାନ୍ଧୀ ମାର୍ଗ, କିପରି ରହିବ ସୁରକ୍ଷା ବ୍ୟବସ୍ଥା ?
ଭାରତ ମାତା କି ଜୟ ନାରାରେ କମ୍ପିବ ପରେଡ ଗ୍ରାଉଣ୍ଡ । ଚଳଚଞ୍ଚଳ ହେବ ଲୋୟର ପିଏମଜି । ପରେଡ କମାଣ୍ଡରଙ୍କ କମାଣ୍ଡିଂରେ ଫାଟି ପଡ଼ିବ ମହାତ୍ମା ଗାନ୍ଧୀ ମାର୍ଗ । ପୋଲିସ ବ୍ୟାଣ୍ଡର ଧୂନରେ ପ୍ରକମ୍ପିତ ହେବ ପିଏମଜି ଠାରୁ ମାଷ୍ଟରକ୍ୟାଣ୍ଟିନ ।
ଉତ୍ସବମୁଖର ହେବ ମହାତ୍ମାଗାନ୍ଧୀ ମାର୍ଗ । ୭୯ତମ ସ୍ବାଧିନତା ଦିବସ ପାଳନ ନେଇ ରାଜ୍ୟ ସରକାରଙ୍କ ଫୋକସରେ ମହାତ୍ମାଗାନ୍ଧୀ ମାର୍ଗର ରାଜ୍ଯସ୍ତରୀୟ ସମାରୋହ । ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ରହିବ ସଭିଙ୍କ ପାଇଁ ନଜର ।
ତେବେ 2022 ବ୍ୟାଚର IPS ଅନନ୍ୟା ଅୱସ୍ତି ପରେଡ କମାଣ୍ଡାଣ୍ଟ ଭାବେ ଦାୟିତ୍ୱ ତୁଲାଇବେ । ଏନେଇ ସେ କହିଛନ୍ତି, 'ଏହା ଏକ ନୂଆ ଅନୁଭୂତି ରହିବ । କାରଣ ଟ୍ରେନିଂ ସମୟରେ ଯେଉଁ ତାଲିମ ନେଇଥିଲେ ତାର କୌଶଳ ପ୍ରଦର୍ଶନ କରିବି ।'

ଏଥର ମୁଖ୍ୟ ଅତିଥି ରହିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବେ । ସାରା ରାଜ୍ୟର ନଜର ପରେଡ ଗ୍ରାଉଣ୍ଡ ଉପରେ ରହିଥିବା ବେଳେ ଉପସ୍ଥିତ ରହିବେ ଅନେକ ନିମନ୍ତ୍ରିତ ଅତିଥି ଭିଆଇପି ଓ ଭିଭିଆଇପି ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଫିସର ତା ସହିତ ନେତା ଓ ଉପସ୍ଥିତ ସାଧାରଣ ଦର୍ଶକ ।
ପରେଡ ପରିବେଷଣ ସହ ରାଜ୍ୟସ୍ତରୀୟ ସମାରୋହର ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଉପରେ ରହିବ ରାଜ୍ୟବାସୀଙ୍କ ନଜର । ଦେଢ ବର୍ଷର ସରକାର କଣ ରହିବ ଆଗାମୀ ଭିଜନ କେଉଁ ବର୍ଗ ପ୍ରତି କିଭଳି ଦିଆଯାଉଛି ଧ୍ୟାନ । ବିଗତ ଦେଢ଼ ବର୍ଷ ମଧ୍ୟରେ କଣ ପଦକ୍ଷେପ ନିଆଯାଇଛି ସେନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବା ପାଇଁ ରାଜ୍ୟବାସୀଙ୍କ ରାଜ୍ୟସ୍ତରୀୟ ସମାରୋହ ଉପରେ ରହିବ ନଜର ।
ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ଭୁବନେଶ୍ୱର ସମେତ ଗାନ୍ଧୀମାର୍ଗର ମଧ୍ୟ ସୁରକ୍ଷାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । ବିଶେଷ କରି ସହରରେ ନାଇଟ୍ ବ୍ଲକିଂ ଓ ଚେକିଂ ଜୋରଦାର ହେଉଥିବା ବେଳେ ପରେଡ ଗ୍ରାଉଣ୍ଡର ପରିସରରେ ନୋ ଫ୍ଲାଇଙ୍ଗ ଜୋନ ମଧ୍ୟ ଘୋଷଣା ହୋଇଛି । ତା ସହିତ ବନ୍ଧୁକଧାରୀ ଜବାନଙ୍କ ସହ ଡଗସ୍କ୍ବାଡ ଓ ବମ ସ୍କ୍ବାଡକୁ ମିଶାଇ ଅଗ୍ନିଶମ ଟିମ୍ ମଧ୍ୟ ଉପସ୍ଥିତ ରହିବେ ।
କିପରି ରହିବ ସୁରକ୍ଷା ବ୍ୟବସ୍ଥା ?
ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଛନ୍ତି, 'ପୋଲିସ ପକ୍ଷରୁ ୫ ଜଣ ଡିସିପିଙ୍କ ସହ ୫ଜଣ ଅତିରିକ୍ତ ଡିସିପି ସହ ୨୧ପ୍ଲାଟୁନ ଫୋର୍ସ ମୁତୟନ ସହ ୧୦୦ରୁ ଊର୍ଦ୍ଧ୍ବ ଏସଆଇ ଓ ଏଏସଆଇଙ୍କ ସହ ୨୧ ଇନସ୍ପେକ୍ଟର ଓ ୮ ଜଣ ଏସିପି ମଧ୍ୟ ମୁତୟନ ରହିବେ । ବିଭିନ୍ନ ଓ୍ବାଚ ଟାଓ୍ବାର ଉପରେ ବନ୍ଧୁକ ଧରି ଯବାନ ମୁତୟନ ରହିବେ । ସିସିଟିଭି କଣ୍ଟ୍ରୋଲ ରୁମରୁ ପୁରା ପରେଡ ଗ୍ରାଉଣ୍ଡ ଉପରେ ନଜର ରଖାଯିବ । ପରେଡ ଚାରିପଟେ ମଧ୍ୟ ଛକ ଛକ ଠାରୁ ଟ୍ରାଫିକ ଡାଇଭର୍ସନ ରହିବ । ଗତକାଲି ରାତିରୁ ମଧ୍ୟ ସହରରେ ନାକା ଓ ଚେକିଂ ମଧ୍ୟ କରାଯାଇଛି । ପରେଡ ଗ୍ରାଉଣ୍ଡରେ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଗାଲେରିରେ ସାଧାରଣ ଲୋକ ସହ ଭିଆଇପି ଓ ପାସଧାରିଙ୍କୁ ପାସ ଦେଖି ପୋଲିସ ଛାଡିବ । ପାର୍କିଂ ପାଇଁ ମଧ୍ୟ ସ୍ଥାନ ନିରୂପଣ କରାଯାଇଛି । ଟ୍ରାଫିକ ଆଡଭାଇଜାରି ମଧ୍ୟ ରହିଛି ।'
ଏଥର ପରେଡରେ ଆନ୍ଧ୍ର ପୋଲିସ:
ଉତ୍ତମ ସମ୍ପର୍କ ପାଇଁ ଆନ୍ଧ୍ର ପୋଲିସର ଏକ ଟିମ୍ ମଧ୍ୟ ପରେଡରେ ଅଂଶ ଗ୍ରହଣ କରିବେ । ସବୁ ବର୍ଷ ପରି ନୂଆ ନୂଆ ପଡୋଶୀ ପୋଲିସ ପରି ଏଥର ଆନ୍ଧ୍ର ପୋଲିସର ପରେଡ ମଧ୍ୟ ଦେଖିବାକୁ ମିଳିବ । ଚଳିତ ଥର ସ୍ୱାଧୀନତା ଦିବସରେ ମୋଟ ୫୦ଟି କଣ୍ଟିଜେଣ୍ଟ ବା ଗ୍ରୁପ ପରେଡ ପରିବେଷଣ କରିବେ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications