ମ୍ୟାଚର ପ୍ରଥମ ଦିନରେ କାନ୍ଦିଲେ ମହମ୍ମଦ ସିରାଜ୍, ଜାଣନ୍ତୁ କାହିଁକି
ତୃତୀୟ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଯେତେବେଳେ ଜାତୀୟ ସଂଗୀତ ପରିବେଷଣ ହେଲା, ସେହି ସମୟରେ ସିରାଜ୍ ଖୁବ୍ ଭାବବିହ୍ୱଳ ହୋଇପଡ଼ିଥିଲେ।
ସିଡନୀ: ଭାରତ ବନାମ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ଆଜିଠାରୁ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଯୁବ ପେସ୍ ବୋଲର ମହମ୍ମଦ ସିରାଜ ମ୍ୟାଚ ଆରମ୍ଭରୁ କାନ୍ଦୁଥିବା ନଜର ଆସିଥିଲେ । ତେବେ ସିରାଜଙ୍କ ଏହି କ୍ଲିପଟି ଖୁବ୍ ଭାଇରାଲ୍ ହୋଇଛି।

✊ #AUSvIND pic.twitter.com/4NK95mVYLN
— cricket.com.au (@cricketcomau) January 6, 2021
ତୃତୀୟ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଯେତେବେଳେ ଜାତୀୟ ସଂଗୀତ ପରିବେଷଣ ହେଲା, ସେହି ସମୟରେ ସିରାଜ୍ ଖୁବ୍ ଭାବବିହ୍ୱଳ ହୋଇପଡ଼ିଥିଲେ। ତାଙ୍କ ଆଖିରୁ ଧାର ଧାର ଲୁହ ବୋହିଯାଉଥିବାର ଦେଖିବାକୁ ମିଳିଥିଲା। କ୍ରିକେଟ୍ ଅଷ୍ଟ୍ରେଲିଆ ସିରାଜଙ୍କର ଏହି ଛୋଟିଆ ଝଲକକୁ ତା'ର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟରେ ଶେୟାର କରିଛି।
Mohammed Siraj on why he got so emotional while the National Anthem was being played at the SCG.#TeamIndia #AUSvIND pic.twitter.com/zo0Wc8h14A
— BCCI (@BCCI) January 7, 2021
ତେବେ ମ୍ୟାଚ ପରେ ଏନେଇ ମୁହଁ ଖୋଲିଛନ୍ତି ସିରାଜ । ସେ କହିଛନ୍ତି, ଜାତୀୟ ସଂଗୀତ ବେଳେ ମୋ ପିତାଙ୍କୁ ମନେ ପକାଇ ମୁଁ ଭାବବିହ୍ୱଳ ହୋଇପଡ଼ିଥିଲି । ମୋ ବାପା ମୋତେ ଟେଷ୍ଟ କ୍ରିକେଟ୍ ଖେଳୁଥିବାର ଦେଖିବାକୁ ଚାହୁଁଥିଲେ। କିନ୍ତୁ ଆଜି ସେ ଦୁନିଆରେ ନାହାନ୍ତି। ତାଙ୍କ ଅନୁପସ୍ଥିତିକୁ ମନେ ପକାଇ ମୁଁ ଖୁବ୍ ଭାବବିହ୍ୱଳ ହୋଇପଡ଼ିଥିଲି।












Click it and Unblock the Notifications