ଭାରତ-ଯୁକ୍ତରାଜ୍ୟ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ରାଜିନାମା ଯୋଗୁଁ ୩ ବର୍ଷରେ ୫୦% ବୃଦ୍ଧି ପାଇବ ଭାରତର କୃଷି ରପ୍ତାନି

ଭାରତ-ଯୁକ୍ତରାଜ୍ୟ (ୟୁକେ) ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ) ଭାରତୀୟ କୃଷକମାନଙ୍କ ସ୍ୱାର୍ଥର ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବା ସହିତ ଭାରତୀୟ କୃଷି କ୍ଷେତ୍ରର ଅଭିବୃଦ୍ଧି ଲାଗି ରଣନୈତିକ ସୁଯୋଗ ପ୍ରଦାନ କରିବ । ଭାରତ ପାଇଁ ଏହି ରାଜିନାମା ଏକ ଐତିହାସିକ ସଫଳତାକୁ ପ୍ରତିନିଧିତ୍ୱ କରେ, ବିଶେଷକରି କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ କ୍ଷେତ୍ର ଏହା ଦ୍ବାରା ବିଶେଷଭାବେ ଉପକୃତ ହେବ ।

ଭାରତ-ୟୁକେ ମୁକ୍ତ ବାଣିଜ୍ୟ ରାଜିନାମା ଅଧୀନରେ, ୟୁକେ ସରକାର ଭାରତରୁ ଉତ୍ପନ୍ନ ଏବଂ ୟୁକେକୁ ଆମଦାନି ହେଉଥିବା କିଛି ଆପେଡା ସୂଚୀବଦ୍ଧ ଉତ୍ପାଦଗୁଡ଼ିକ ଉପରେ ଲାଗୁ ଶୁଳ୍କକୁ ସମ୍ପୂର୍ଣ୍ଣ ଭାବରେ ସମାପ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏହି ଏଫଟିଏ ଅଧୀନରେ ଯେଉଁ ସାମଗ୍ରୀଗୁଡ଼ିକ ଉପରେ ୟୁକେ ସରକାର କୌଣସି ଶୁଳ୍କ ପ୍ରତିଶ୍ରୁତି ଦେଇନାହାନ୍ତି, ସେଗୁଡ଼ିକ ଉପରେ ସର୍ବାଧିକ ଅନୁକୂଳ ରାଷ୍ଟ୍ର ଅନୁସାରେ ମୌଳିକ ସୀମାଶୁଳକ ଲାଗୁ ହେବ ।

India-UK Comprehensive Economic and Trade Agreement

ଏହି ରାଜିନାମା ପରେ ୯୫% ରୁ ଅଧିକ ଭାରତୀୟ କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ବର୍ଗ ଏବେ ୟୁକେ ବଜାରରେ ଶୂନ୍ୟ-ଶୁଳ୍କ ସହ ପ୍ରବେଶ ପାଇବେ । ଏହା ଦ୍ବାରା ଆାଗମୀ ୩ ବର୍ଷରେ ଭାରତର କୃଷି-ରପ୍ତାନି ୫୦% ଅଭିବୃଦ୍ଧି ହାସଲ କରିବ । ଭାରତରୁ ୟୁକେକୁ କୃଷି ଉତ୍ପାଦର ରପ୍ତାନି ୨୦୨୨-୨୩ ରେ ୭୯୭.୩୪ ନିୟୁତ ଆମେରିକୀୟ ଡଲାର ଥିବାବେଳେ ୨୦୨୪-୨୫ରେ ତାହା ୨୩% ଅଭିବୃଦ୍ଧି ସହ ୯୮୨.୯୪ ନିୟୁତ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଛି ।

ଭାରତ-ଯୁକ୍ତରାଜ୍ୟ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ରାଜିନାମା (ଭାରତ-ୟୁକେ ସିଇଟିଏ) ଭାରତୀୟ ଚାଷୀମାନଙ୍କୁ ୟୁକେ ବଜାରରେ ସେମାନଙ୍କର ଉତ୍ପାଦ ପାଇଁ ପ୍ରିମିୟମ୍ ମୂଲ୍ୟ ପାଇବାକୁ ଅନୁମତି ଦେବ, ଏହା ଦ୍ୱାରା ଜର୍ମାନୀ ଏବଂ ନେଦରଲ୍ୟାଣ୍ଡ ଭଳି ପ୍ରମୁଖ ୟୁରୋପୀୟ ସଂଘ ରପ୍ତାନିକାରୀଙ୍କ ସହିତ ସମାନତା ପ୍ରଦାନ କରିବ, ଯେଉଁମାନେ ବର୍ତ୍ତମାନ ଶୂନ୍ୟ ଟାରିଫ୍ ଉପଭୋଗ କରୁଛନ୍ତି।

ଏହି ରାଜିନାମା ଫଳରେ ଯେଉଁ ସବୁ ସାମଗ୍ରୀ ବିଶେଷ ଲାଭ ପାଇବେ ସେଗୁଡ଼ିକ ମଧ୍ୟରେ ରହିଛି ଫଳ, ବିଶେଷକରି ତାଜା ଅଙ୍ଗୁର; ବେକରୀ ଜିନିଷ, ଯେପରିକି ରୁଟି, ପାଷ୍ଟ୍ରି, କେକ୍, ଇତ୍ୟାଦି; ପିଆଜ ଏବଂ ମିଶ୍ରିତ ପନିପରିବା; ପ୍ରାକୃତିକ ମହୁ; ସଂରକ୍ଷିତ ପନିପରିବା; ଫଳ ଏବଂ ବାଦାମ; ପ୍ରକ୍ରିୟାକୃତ ଖାଦ୍ୟ; ସସ୍ ଏବଂ ପ୍ରସ୍ତୁତ ସସ୍ । ଉଦାହରଣସ୍ବରୂପ ବ୍ରିଟେନ ଭାରତରୁ ଆମଦାନୀ କରୁଥିବା ତାଜା ଅଙ୍ଗୁର ଉପରେ ପୂର୍ବରୁ ଲାଗୁ ୮ ପ୍ରତିଶତ ଶୁଳକ, ପିଆଜ ଉପରେ ୪.୫ ପ୍ରତିଶତ ଶୁଳକ, ପ୍ରାକୃତିକ ମହୁ ଉପରେ ଲାଗୁ ୧୬ ପ୍ରତିଶତ ଶୁଳ୍କ, କଦଳୀ ଉପରେ ୧୬ ପ୍ରତିଶତ ଶୁଳକକୁ ପ୍ରତ୍ୟାହାର କରିବ।

ଉଲ୍ଲେଖନୀୟ ଯେ, ଭାରତ ପକ୍ଷରୁ କେତେକ ପ୍ରମୁଖ ଏବଂ ସମ୍ବେଦନଶୀଳ ଉତ୍ପାଦଗୁଡ଼ିକୁ ଶୁଳ୍କ ରିହାତି ପରିସରରୁ ବାହାରେ ରଖାଯାଇଛି। ଆମର ଦୁଗ୍ଧ ଉତ୍ପାଦକମାନଙ୍କ ସ୍ୱାର୍ଥକୁ ସୁରକ୍ଷା କରି ତାରିଫ ସିଡ୍ୟୁଲର ଚାପ୍ଟର-୪ରେ ଆସୁଥିବା ସମସ୍ତ ଉତ୍ପାଦକୁ ଏଥିରୁ ବାଦ ଦିଆଯାଇଛି । ଏସବୁ ସାମଗ୍ରୀ ମଧ୍ୟରେ ରହିଛି କ୍ଷୀର, ପନିର, ବଟର, ଦୁଗ୍ଧ ସ୍ପ୍ରେଡ୍, ଘିଅ ଇତ୍ୟାଦି ଦୁଗ୍ଧଜାତ ଦ୍ରବ୍ୟ ।

ଅନ୍ୟପକ୍ଷରେ ୟୁକେ ହ୍ୱିସ୍କିକୁ ଶୁଳ୍କ ରିହାତି ଦିଆଯାଇଥିଲେ ମଧ୍ୟ, ଏହା ଆକଳନ କରାଯାଉଛି ଯେ ଭାରତୀୟ ଆଲକୋବେଭ (ଅଲକହଲଯୁକ୍ତ ପାନୀୟ) ଉତ୍ପାଦକମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଭାରତ-ୟୁକେ ଏଫଟିଏ ହ୍ୱିସ୍କି ଉପରେ ଆମଦାନୀ ଶୁଳ୍କକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିଛି, ଅର୍ଥାତ ଏହି ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ୧୫୦ ପ୍ରତିଶତରୁ ୭୫ ପ୍ରତିଶତକୁ ହ୍ରାସ ପାଇବ । ଏହା ଭାରତୀୟ ମଦ ଉତ୍ପାଦକମାନଙ୍କୁ, ବିଶେଷକରି ଯେଉଁମାନେ ମିଶ୍ରଣ ପାଇଁ ବିପୁଳ ମାତ୍ରାରେ ହ୍ୱିସ୍କି ଆମଦାନୀ କରନ୍ତି, ଉପକୃତ କରିବାର ଆଶା କରାଯାଉଛି। କମ ଇନପୁଟ୍ ଖର୍ଚ୍ଚ ସହିତ, ଘରୋଇ ଡିଷ୍ଟିଲରମାନେ ସେମାନଙ୍କର ରପ୍ତାନି ମାର୍ଜିନକୁ ଉନ୍ନତ କରିପାରିବେ ଏବଂ ବିଦେଶୀ ବଜାରରେ, ବିଶେଷକରି ଆଫ୍ରିକା ଏବଂ ମଧ୍ୟପ୍ରାଚ୍ୟ ଭଳି ଅଞ୍ଚଳରେ ପ୍ରତିଯୋଗିତାକୁ ବୃଦ୍ଧି କରିପାରିବେ।

ସେହିପରି, ଶସ୍ୟ ବର୍ଗରେ, ଗହମ, ଚାଉଳ, ମକା, ବାଜରା ଭଳି ଦେଶର ପ୍ରମୁଖ ଫସଲକୁ ଭାରତ ଦ୍ୱାରା ବାଦ ଦିଆଯାଇଛି, ଯାହା ଏସବୁ ଅତ୍ୟାବଶ୍ୟକ ଫସଲଗୁଡ଼ିକର ଆମଦାନୀ ବୃଦ୍ଧି କିମ୍ବା ମୂଲ୍ୟ ହ୍ରାସର କୌଣସି ବିପଦ ଆଶଙ୍କା ନାହିଁ । ଏହା ବ୍ୟତୀତ, ଭାରତ କିଛି ୟୁକେ କୃଷି ଉତ୍ପାଦ, ଯେପରିକି କ୍ରାନବେରୀ, ଡୁରିଆନ୍, କିଛି ପ୍ରକାରର ମଶରୁମ୍, ଲିକ୍, ଲେଟୁସ୍, ଆର୍ଟିଚୋକ୍ ଇତ୍ୟାଦି ପାଇଁ ନିଜ ଦ୍ବାର ଖୋଲିଥିବାବେଳେ ସେଓ, ପଣସ, କମଳା, ଡାଳିମ୍ବ ଭଳି ସମ୍ବେଦନଶୀଳ ସାମଗ୍ରୀକୁ ଶୁଳ୍କ ରିହାତିରୁ ବାଦ ଦିଆଯାଇଛି, ଯାହା ଦ୍ୱାରା ଆମର ଚାଷୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିଛି।

ଭାରତ-ୟୁକେ ଏଫଟିଏ ଅଧୀନରେ, ଇନଷ୍ଟାଣ୍ଟ କଫି ଉପରେ ପୂର୍ବର ୩.୧% ଆମଦାନୀ ଶୁଳ୍କକୁ ଉଚ୍ଛେଦ କରାଯାଇଛି, ଯାହା ଭାରତୀୟ କଫି ରପ୍ତାନିକାରୀମାନଙ୍କୁ ୟୁକେ ବଜାରରେ ଶୁଳ୍କମୁକ୍ତ ପ୍ରବେଶ ପ୍ରଦାନ କରିବ। ଏହି ପଦକ୍ଷେପ ଭାରତୀୟ ଇନଷ୍ଟାଣ୍ଟ କଫିର ମୂଲ୍ୟ ପ୍ରତିଯୋଗିତାମୂଳକତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ବୋଲି ଆଶା କରାଯାଉଛି, ଯାହା ଏହାକୁ ୟୁକେ ଆମଦାନୀକାରୀ ଏବଂ ଖୁଚୁରା ବିକ୍ରେତାଙ୍କ ପାଇଁ ଅଧିକ ଆକର୍ଷଣୀୟ କରିବ। ଏହି ଶୁଳ୍କ ଉଚ୍ଛେଦ ଫଳରେ ଭାରତରୁ ରପ୍ତାନି ପରିମାଣ ବୃଦ୍ଧି ପାଇବ, ବଜାର ପ୍ରବେଶରେ ଉନ୍ନତି ଆସିବ ଏବଂ ଭାରତୀୟ କଫି ଉତ୍ପାଦକ, ବିଶେଷକରି ଦକ୍ଷିଣଭାରତର କଫି ଉତ୍ପାଦକମାନଙ୍କ ମୁନାଫା ବୃଦ୍ଧି ପାଇବ ।

ଭାରତର କୃଷକଙ୍କ ସ୍ବାର୍ଥସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ

ଭାରତର କୃଷି କ୍ଷେତ୍ରକୁ ସୁରକ୍ଷା ଦେବା ପ୍ରତି ସରକାର ପ୍ରତିଶ୍ରୁତିବଦ୍ଧ ଅଛନ୍ତି । ଏହା ଅନୁଯାୟୀ, ଦେଶରେ ଚାଷ କରାଯାଉଥିବା ପ୍ରମୁଖ ଫସଲ, ବିଶେଷକରି ଖାଦ୍ୟ ସୁରକ୍ଷା ଏବଂ କୃଷକଙ୍କ ଜୀବିକା ଦୃଷ୍ଟିରୁ ସମ୍ବେଦନଶୀଳ ଫସଲ ପାଇଁ କୌଣସି ଶୁଳ୍କ ରିହାତି କିମ୍ବା ବଜାର ପ୍ରବେଶ ପ୍ରଦାନ କରାଯାଇନାହିଁ। ଗହମ, ଚାଉଳ, ମକା, ଜବାର, ବାଜରା, ବାଦାମ (କାଜୁ, ବାଦାମ, ଅଖରୋଟ), ବାଜରା ଏବଂ ଡାଲି ପରି ଉତ୍ପାଦଗୁଡ଼ିକୁ, ଯାହାକି ଭାରତୀୟ ଚାଷୀ ଏବଂ ଗ୍ରାହକଙ୍କ ପାଇଁ ମୁଖ୍ୟ, ଏଫଟିଏର ଉଦାରୀକରଣ ସୂଚୀରୁ ବାହାରେ ରଖାଯାଇଛି। ଏହା ସହିତ ଖାଇବା ତେଲ, ତୈଳବୀଜ, ଫଳ ଓ ପନିପରିବା ଏବଂ ମସଲା ଉପରେ କୌଣସି ଶୁଳ୍କ ରିହାତି ପ୍ରଦାନ କରାଯାଇନାହିଁ ଓ ସେଗୁଡ଼ିକୁ ସୁରକ୍ଷିତ ରଖାଯାଇଛି ।

ଏହି ଉଦାରୀକରଣର ଧ୍ୟାନ ବିଶେଷକରି ପ୍ରକ୍ରିୟାକୃତ କୃଷି ଉତ୍ପାଦ ଉପରେ ରହିଛି, କିନ୍ତୁ ଏହାମାଧ୍ୟମରେ ପ୍ରମୁଖ କିମ୍ବା ମୂଳ ଉତ୍ପାଦ ସହିତ ସିଧାସଳଖ ପ୍ରତିଯୋଗିତାକୁ ଏଡାଇ ଦିଆଯାଇଛି । ଭାରତ-ୟୁକେ ମୁକ୍ତ ବାଣିଜ୍ୟ ରାଜିନାମା କୃଷକଙ୍କ ସ୍ବାର୍ଥକୁ ସର୍ବାଧିକ ଗୁରୁତ୍ବ ଦେବା ସହ ଏକ ବାସ୍ତବବାଦୀ ଆଭିମୁଖ୍ୟକୁ ପ୍ରତିଫଳିତ କରେ। ଏହା କୃଷି କ୍ଷେତ୍ରରେ ନୂତନ ରପ୍ତାନି ସୁଯୋଗ ଖୋଲିବା ସହିତ, ଏହା ଭାରତୀୟ କୃଷକମାନଙ୍କ ଉପରେ କୌଣସି ପ୍ରତିକୂଳ ପ୍ରଭାବକୁ ସତର୍କତାର ସହ ଏଡାଇ ଦେଇଛି । ଏହା ସୁନିଶ୍ଚିତ କରୁଛି ଯେ ଭାରତର ଖାଦ୍ୟ ସୁରକ୍ଷା, କୃଷକଙ୍କ ଜୀବିକା ଏବଂ ଗ୍ରାମୀଣ ଅର୍ଥନୀତି ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ଓ ତାସହିତ ଆମେ କୃଷି କ୍ଷେତ୍ରରେ ପ୍ରତିଯୋଗିତାମୂଳକ ଏବଂ ଆୟ ବୃଦ୍ଧି କରିବା ପାଇଁ ଆନ୍ତର୍ଜାତୀୟ ବାଣିଜ୍ୟକୁ ବ୍ୟବହାର କରିପାରିବୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+