ପୁଣି ଚିନ୍ତା ବଢାଉଛି କରୋନା: ୨୪ ଘଣ୍ଟାର ୬୦୨ ନୂଆ ପଜିଟିଭ୍ ଚିହ୍ନଟ, ୫ ମୃତ

India Corona Update : ପୁଣି ଚିନ୍ତା ବଢାଉଛି କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି, ବର୍ତ୍ତମାନ ୫ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲାଣି କରୋନା । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ଏହାସହ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ୪ଶହ ୪୦ ହଜାରରେ ପହଞ୍ଚିଛି ।


ଗତ 24 ଘଣ୍ଟା ମଧ୍ୟରେ କରୋନାରେ କର୍ଣ୍ଣାଟକରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ମୋଟ 148 ଟି ପଜିଟିଭ୍ ମାମଲା ଚିହ୍ନଟ ହୋଇଛି । ମୃତକ ଜଣକ ବିଜୟାନଗରର 45 ବର୍ଷୀୟ ଜଣେ ବ୍ୟକ୍ତି ବୋଲି ସୂଚନା ରହିଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ ମୋଟ 7305 ଟେଷ୍ଟ କରାଯାଇଥିଲା ଏବଂ ସେଥିରେ 2.02 ପ୍ରତିଶତରେ ପଜିଟିଭ୍ ରହିଥିଲେ ।

ମଙ୍ଗଳବାର ଦିନ ଅପଡେଟ୍ ହୋଇଥିବା INSACOG ତଥ୍ୟ ଅନୁଯାୟୀ, ଭାରତରେ ଏପର୍ଯ୍ୟନ୍ତ 263 ଟି ମାମଲା JN.1ର ଚିହ୍ନଟ ହୋଇଛି । INSACOG ତଥ୍ୟ ଅନୁଯାୟୀ, କେରଳରେ 133, ଗୋଆରେ 51, ଗୁଜୁରାଟରେ 34, ଦିଲ୍ଲୀରେ 16, କର୍ଣ୍ଣାଟକରେ 8, ମହାରାଷ୍ଟ୍ରରେ 9, ରାଜସ୍ଥାନରେ 5, ତାମିଲନାଡୁରେ 4, ତେଲେଙ୍ଗାନାରେ 2 ଏବଂ ଓଡିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+