ଚଳିତ ବର୍ଷ ହେବ ଅଧିକ ବର୍ଷା!
ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ତାପମାତ୍ରା ଉପରମୁହା ରହିଛି । ଅସହ୍ୟ ହୋଇଛି ତାତି । ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱର ୪୧.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ ଚାନ୍ଦବାଲିରେ ୪୧.୧ ଡିଗ୍ରୀ, ଝାରସୁଗୁଡାରେ ୪୧ ଡିଗ୍ରୀ, ବାଲେଶ୍ୱରରେ ୪୦ ଡିଗ୍ରୀ, ହୀରାକୁଦରେ ୩୯.୫ ଡିଗ୍ରୀ,
ସମ୍ବଲପୁରରେ ୩୯.୪ ଡିଗ୍ରୀ, ରାଉରକେଲାରେ ୩୯.୨ ଡିଗ୍ରୀ, କେନ୍ଦୁଝରରେ ୩୮.୯ ଡିଗ୍ରୀ, ଗୋପାଳପୁରରେ ୩୫.୫ ଡିଗ୍ରୀ, ପାରାଦୀପରେ ୩୫.୨ ଡିଗ୍ରୀ, ପୁରୀରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ବର୍ତ୍ତମାନ ବାୟୁମଣ୍ଡଳର ନିମ୍ନ ଭାଗରେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଛି ।

ଆଗାମୀ ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷକରି ବଲାଙ୍ଗୀର, ଟିଟିଲାଗଡ଼, ବୌଦ୍ଧରେ ସବୁଠୁ ଅଧିକ ତାପମାତ୍ରା ଅନୁଭୂତ ହେବ । ଖରା ସମୟରେ ନିର୍ବାଚନ ପ୍ରଚାର ଓ ରାଲିଠୁ ଦୂରେଇ ରହିବାକୁ ଆଲର୍ଟ ଜାରି କରାଯାଇଛି । ଆଉ ଏଭଳି ତାତି ଭିତରେ ପାଣିପାଗକୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି ।
ଏଥର ମୌସୁମୀରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି । ପ୍ରେସମିଟରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଏନେଇ ସୂଚନା ଦେଇଛନ୍ତି । ଜୁନରୁ ସେପ୍େଟମ୍ବର ଯାଏଁ ୧୦୬ ପ୍ରତିଶତ ବର୍ଷା ହେବା ସମ୍ଭାବନା ରହିଛି । ମୌସୁମୀ ପ୍ରାରମ୍ଭରେ ଏଲ୍-ନିନୋ କ୍ରମେ ଦୁର୍ବଳ ହେବା ସମ୍ଭାବନା ଅଛି । ମୌସୁମୀ ଦ୍ୱିତୀୟାର୍ଦ୍ଧରେ ଲା-ନିନା ସକ୍ରିୟ ହେବା ଆକଳନ କରାଯାଉଛି ।












Click it and Unblock the Notifications