ଓଡିଶା ପକ୍ଷରୁ କୋଲକାତାରେ ସ୍ଵାଧୀନତା ଦିବସ ପାଳିତ
ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୁଲ୍ଯରେ ଓ ଉତ୍କଳୀୟ ମିଳିତ ମଞ୍ଚ ସହୋଯୋଗରେ କୋଲକାତାରେ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହିତ ୭୫ତମ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି।
କୋଲକାତା: ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୁଲ୍ଯରେ ଓ ଉତ୍କଳୀୟ ମିଳିତ ମଞ୍ଚ ସହୋଯୋଗରେ କୋଲକାତାରେ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହିତ ୭୫ତମ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି। ସକାଳେ ଲେଲିନ ସାରଣୀ ଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ଥିଲା। ଉତ୍କଳମଣି ଗୋପବନ୍ଧୁ ଏବଂ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରଯାଇଥିଲା । ଏଥିରେ ମିଳିତ ମଞ୍ଚର କର୍ମକର୍ତ୍ତାଙ୍କ ସମେତ ଓଡିଆ ଭାଇମାନେ ଯୋଗ ଦେଇଥିଲେ।

କୋଲକାତାର ଇଣ୍ଡିଆନ ଆସୋସିଏସନ ହଲରେ ମଞ୍ଚ ସଭାପତି ରବିନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ କୋଲକାତାର ବିଭିନ୍ନ ଓଡିଆ ଅନୁଷ୍ଠାନର ସଦସ୍ୟମାନେ ଯୋଗ ଦେଇଥିଲେ। ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରାଙ୍କ ସମେତ ଅନ୍ଯାନ୍ଯ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ପୂର୍ବରୁ ବିଭିନ୍ନ ଅନୁଷ୍ଠାନରେ ଆୟୋଜିତ ହୋଇଥିବା ପ୍ରତିଯୋଗୀତାରେ କୃତ କାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ସତ୍ଯନ୍ଦ୍ରନାଥ ଦେ ଏବଂ ଅନ୍ଯାନ୍ଯ ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ।












Click it and Unblock the Notifications