ସ୍ବାଧୀନତା ଦିବସ ୨୦୨୪: ବ୍ରିଟିଶ ବିରୋଧୀ ବିଦ୍ରୋହର ପ୍ରମୁଖ ବିନ୍ଧାଣୀ ବୀରା ରମଣୀ ବାଙ୍ଗାରୁ ଦେବୀ

Unsung Hero Of Freedom News in Odia: ଇତିହାସ ପୃଷ୍ଠା ଖୋଲିଦେଲେ ଏମିତି ବିରାଙ୍ଗନା ଅଛନ୍ତି ଯେଉଁମାନେ ଜନଜାତିଙ୍କ ପ୍ରେରଣା ଥିଲେ। ସେହିଭଳି ମାଲକାନଗିରିର କୋୟା ଜାତିର ବୀରା ରମଣୀ ବାଙ୍ଗାରୁ ଦେବୀ ଥିଲେ ବ୍ରଟିଶ ବିରୋଧୀ ବିଦ୍ରୋହର ଜଣେ ପ୍ରମୁଖ ବିନ୍ଧାଣୀ । ସେ ଜୀବନର ଦୀର୍ଘକାଳ ଇଂରଜ ମାନଙ୍କ ବିରୋଧରେ ଲଢି ଶେଷରେ ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିଲେ। ତାଙ୍କର ଥିଲା ଏକ ଛୋଟ ସେନା ବାହିନୀ। ଯାହାକୁ ନେଇ ସେ ସାହାସ କରୁଥିଲେ ବଳିଷ୍ଠ ଇଂରେଜ ଶାସନ ବିରୋଧରେ ରଣାଙ୍ଗନରେ ଅବତୀର୍ଣ୍ଣ ହେବାକୁ।

ଇତିହାସ କୁହେ, ତାଙ୍କର ପିତା ପରମାନନ୍ଦ ପାତ୍ରଙ୍କ ମୃତ୍ୟୁ ପରେ ସେ ପରୋକ୍ଷ ଭାବରେ ରାଜ୍ୟର ଶାସନଭାର ଗ୍ରହଣ କଲେ। ୧୮୪୮ ମସିହାରେ ଇଂରେଜମାନେ ଜୟପୁର ରାଜ୍ୟର ଅକ୍ତିଆର କରିଥିଲେ। କିନ୍ତୁ ସାଧାରଣ ଜନତା ଗ୍ରହଣ କରି ପାରିନଥିଲେ ଜୟପୁରରେ ଅବସ୍ଥିତ ଇଂରେଜ ଏଜେଣ୍ଟଙ୍କ ଅତ୍ୟାଚାର। ବାଙ୍ଗାରୁ ଦେବୀ ସାଜିଥିଲେ ତାଙ୍କ ତ୍ରାଣକର୍ତ୍ତା।

Freedom fighter odisha

ପରେ ବାଙ୍ଗରା ଦେବୀ ନିଜ ମନ୍ତ୍ରୀ ଏରମା ରାଜୁଙ୍କ ମାଧ୍ୟମରେ ଇଂରେଜ ବିରୋଧରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଯୁଦ୍ଧ ଘୋଷଣା କରିଥିଲେ । ପ୍ରଜାମାନଙ୍କ ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ବାଙ୍ଗାରୁ ଦେବୀ ଚିନ୍ତାପାଲିଠାରେ ଇଂରେଜ ବାହିନୀ ସହିତ ସଂଗ୍ରାମ କରିଥିଲେ। ସଂଗ୍ରାମିଙ୍କ ରକ୍ତରେ ଲାଲଲ ହୋଇ ଯାଇଥିଲା ମାଲକାନଗିରିର ଘଞ୍ଚ ସବୁଜିମା। ଶେଷରେ ପରାସ୍ତ ହୋଇଥିଲେ ଏହି ବୀରାଙ୍ଗନା। ମାଲକାନଗିରି ଇଂରେଜମାନଙ୍କ ଅଧୀନକୁ ଚାଲିଗଲା।

ବାଙ୍ଗରା ଦେବୀଙ୍କର ସହଯୋଗୀ ତାମା ଦୋରା ପୁଣି ସଙ୍ଗଠନକୁ ସୁଦୃଢ କରି ସଂଗ୍ରାମୀମାନଙ୍କୁ ଏକତ୍ର କରିଥିଲେ । ବାଙ୍ଗାରୁ ଦେବୀଙ୍କୁ ପୁଣି ଥରେ ଶାସନ ଗାଦିରେ ବସାଇବା ଉଦ୍ଦେଶ୍ୟରେ ତାମା ଦୋରା ବିଦ୍ରୋହ ଆରମ୍ଭ କରିଦେଲେ । ମୋଟୁ ଦିଗରୁ ଆସିଥିବା ଇଂରେଜ ବିଦ୍ରୋହୀମାନଙ୍କ ଆକ୍ରମଣକୁ ସାମନା କରି ପାରିନଥିଲେ । ତାମାଦୋରା ଓ କୋୟା ବିଦ୍ରୋହୀମାନଙ୍କ ସହଯୋଗରେ ବାଙ୍ଗାରୁ ଦେବୀ ରାଜଗାଦିରେ ଅଭିଷିକ୍ତ ହେଲେ ।

ପରେ ୧୮୮୦ ମସିହାରେ ଇଂରେଜମାନେ ପୁନର୍ବାର ଆକ୍ରମଣ କଲେ ମାଲକାନଗିରି ଉପରେ। ତାମା ଦୋରା ପରାସ୍ତ ହୋଇ ଜଙ୍ଗଲରେ ଲୁଚିଲେ, ପରେ ନିହତ ହେଲେ । ଦୁଶ୍ଚିନ୍ତା ଓ ବୃଦ୍ଧାବସ୍ଥା କାରଣରୁ ବୀରା ରମଣୀ ବାଙ୍ଗାରୁ ଦେବୀ ବି ଦେହତ୍ୟାଗ କଲେ । କୋୟା ଜାତିର ଏହି ବୀରା ସ୍ୱାଧୀନତା ପାଇଁ ଯେଉଁ ଅସୀମ ସାହସ ଓ ଶକ୍ତି ପ୍ରଦର୍ଶନ କରିଥିଲେ। ତାହା ସମସ୍ତ ନାରୀ ଜାରି ପାଇଁ ପ୍ରେରଣା ଦାୟୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+