ବନ୍ଦ ହେବନି ବାରବାଟୀ ଟି-20, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ବନ୍ଦ ହେବନି ବାରବାଟୀ ଟି-20 । ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଆଗାମୀ ଟି-20 ମ୍ୟାଚକୁ ବାତିଲ କରିବାକୁ ଜନସ୍ୱାର୍ଥ ମାମଲା ଋଜୁ ହୋଇଥିଲା ।

କଟକ: ବନ୍ଦ ହେବନି ବାରବାଟୀ ଟି-20 । ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଆଗାମୀ ଟି-20 ମ୍ୟାଚକୁ ବାତିଲ କରିବାକୁ ଜନସ୍ୱାର୍ଥ ମାମଲା ଋଜୁ ହୋଇଥିଲା । ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଦର୍ଶାଇ ମ୍ୟାଚ ବାତିଲ କରିବାକୁ ହାଇକୋର୍ଟରେ ପିଆଇଏଲ ହୋଇଥିଲା । ଯାହାକୁ ଆଜି ବାତିଲ କରିଛନ୍ତି ମାନ୍ୟବର ହାଇକୋର୍ଟ । ଫଳରେ ବାରବାଟୀ ଟି-20 ବାତିଲ ନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା ଏବେ ସ୍ପଷ୍ଟ ହୋଇସାରିଛି ।

Barabati T20

ଭର୍ଚୁଆଲରେ ଉପସ୍ଥିତ ରହି ହାଇକୋର୍ଟଙ୍କୁ ଏଜି ତଥ୍ୟ ଦେଇଥିଲେ। ଶୃଙ୍ଖଳିତ ଓ ସୁରକ୍ଷିତ ମ୍ୟାଚ୍ ଆୟୋଜନ ନେଇ ଏଜି ତଥ୍ୟ ଉପସ୍ଥାପନ କରିଛନ୍ତି। ଶୃଙ୍ଖଳା ଓ ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାର ନେଇଥିବା ସେ ପ୍ରବୋଧନା ଦେଇଛନ୍ତି। ଏଜିଙ୍କ ପ୍ରବୋଧନା ଭିତ୍ତିରେ ହାଇକୋର୍ଟ ମାମଲା ଖାରଜ କରିଛନ୍ତି।

ସୂଚନାଥାଉ କି, ଢେଙ୍କାନାଳ ଭୁବନର ଜନୈକ ସଞ୍ଜୟ ନାୟକ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଦର୍ଶାଇ ମ୍ୟାଚ ବାତିଲ ପିଆଇଏଲ ଦାଖଲ କରିଥିଲେ । ଏଥିରେ ରାଜ୍ୟ ସରକାର, BCCI ଆଦି ୧୫ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିଲା ।

ତେବେ ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯିବ। ୯ ତାରିଖରୁ ବାରବାଟୀ ଷ୍ଟାଡିୟମର ଟିକେଟ କାଉଣ୍ଟରରେ ଅଫଲାଇନ୍ ଟିକେଟ ବିକ୍ରି ହେବ । ଏହି ମ୍ୟାଚକୁ ନେଇ ଖେଳ ପ୍ରେମୀଙ୍କ ଭିତରେ ଉତ୍କଣ୍ଠା ଲାଗି ରହିଛି। ଟିକେଟ କିଣିବାକୁ ମଧ୍ୟ ଉତ୍ସାହ ଦେଖିବାକୁ ମିଳୁଛି ।

ଅନ୍ୟପକ୍ଷେ, ଆଜିଠୁ ଓସିଏ ସହ ଅନୁବନ୍ଧିତ ଥିବା ସଂଘ, ସ୍କୁଲ, କଲେଜ, କ୍ଲବ ଓ ଅନୁଷ୍ଠାନ ପାଇଁ ଟିକେଟ୍ ଉପଲବ୍ଧ ହୋଇଛି ।
ଏହି ବର୍ଗରେ ୮ ହଜାର ଟିକେଟ୍‌ ବିକ୍ରି ହେବ। ଓସିଓ କନ୍‌ଫରେନ୍ସ ହଲ୍‌ରେ ସକାଳ ୧୦ଟାରୁ ଟିକେଟ୍‌ ଉପଲ୍ଲବ୍ଧ ହୋଇଛି। ଏଥିପାଇଁ କାଉଣ୍ଟର କରାଯାଇଛି। ନିଜ ନିଜ କୋଟା ଅନୁସାରେ ଅନୁବନ୍ଧିତ ସଂସ୍ଥା ଗୁଡ଼ିକୁ ଟିକେଟ୍‌ ମିଳିବ। ଏହା ପରେ ୯ ଓ ୧୦ ତାରିଖରେ ଷ୍ଟାଡିୟମର ବିଭିନ୍ନ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ୧୬ ହଜାର ୧୫୪ଟି ଟିକେଟ୍ ବିକ୍ରି ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+