ଶେଷ ଟି-20: ଟସ୍ ଜିତିଲେ ରୋହିତ ଶର୍ମା, ପ୍ରଥମେ ବ୍ୟାଟିଂ କରିବ ଦକ୍ଷିଣ ଆଫ୍ରିକା
ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ତଥା ଶେଷ ଟି-୨୦ ଖେଳୁଛି । 3 ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତୀୟ ଦଳ ୨-୧ରେ ଆଗୁଆ ରହିଛି। ତୃତୀୟ ମ୍ୟାଚ୍ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି ।
ଇନ୍ଦୋର: ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ତଥା ଶେଷ ଟି-୨୦ ଖେଳୁଛି । 3 ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତୀୟ ଦଳ ୨-୧ରେ ଆଗୁଆ ରହିଛି। ତୃତୀୟ ମ୍ୟାଚ୍ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି ।

ଏହି ମ୍ୟାଚରୁ ବିରାଟ କୋହଲି, ଅର୍ଶଦୀପ ସିଂ ଏବଂ କେ.ଏଲ୍ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି। ଏପରି ପରିସ୍ଥିତିରେ, ପ୍ଲେଇଙ୍ଗ ଇଲେଭେନରେ 3 ଟି ପରିବର୍ତ୍ତନ କରାଯାଇଛି । ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉମେଶ ଯାଦବ, ମହମ୍ମଦ ସିରାଜ ଏବଂ ଶ୍ରେୟସ୍ ଆୟରଙ୍କୁ ସୁଯୋଗ ମିଳିଛି।
ଦକ୍ଷିଣ ଆଫ୍ରିକା ଏକାଦଶ: ତେମ୍ବା ବାଭୁମା (ଅଧିନାୟକ), କ୍ୱିଣ୍ଟନ୍ ଡି କକ୍, ରେଲି ରୋଜାଉ, ଆଡେନ ମାର୍କ୍ରାମ, ଡେଭିଡ ମିଲର, ଟ୍ରିଆଷ୍ଟ ଷ୍ଟବ୍ସ, ୱେନ ପାର୍ନେଲ, ଡୱେନ ପ୍ରିଟୋରିଅର୍ସ, କେଶବ ମହାରାଜ, କାଗିସୋ ରାବାଡା, ଲୁଙ୍ଗି ନିଗିଡି।
ଭାରତୀୟ ଏକାଦଶ: ରୋହିତ ଶର୍ମା, ଋଷଭ ପନ୍ତ, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, ଦୀନେଶ କାର୍ତ୍ତିକ, ଆକ୍ସର ପଟେଲ, ଆର ଅଶ୍ୱିନ, ଉମେଶ ଯାଦବ, ମହମ୍ମଦ ସିରାଜ, ଦୀପକ ଚହର, ହର୍ଷଲ ପଟେଲ ।












Click it and Unblock the Notifications