ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ: ଅନାଉ ଅନାଉ ସରିଗଲା ଟିକେଟ
କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଫେବୃଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ। ସେଥିପାଇଁ ଅନଲାଇନରେ ରବିବାର ଟିକେଟ ବିକ୍ରି ଆରମ୍ଭ ହୋଇଥିଲା। ତେବେ ଟିକେଟ ବିକ୍ରିର ଆରମ୍ଭ ହେବାର ମାତ୍ର ୩୫ ମିନିଟରେ 2 ନମ୍ବର ଓ 4 ନମ୍ବର ଗ୍ୟାଲେରୀ ଟିକେଟ ଶେଷ ହୋଇଯାଇଛି।

ସେହିପରି ୭ ନଂ ଗ୍ୟାଲେରୀ ଟିକେଟ ଓ ସ୍ପେଶାଲ ଏନକ୍ଲୋଜର ଟିକେଟ ଶେଷ ହୋଇଯାଇଥିଲା। ଅନାଉ ଅନାଉ ଅନଲାଇନରେ ଟିକେଟ ଶେଷ ହୋଇଯିବାରୁ ବହୁ କ୍ରୀଡା ପ୍ରେମୀଙ୍କୁ ନିରାଶ ହେବାକୁ ପଡିଛି। ରବିବାର ସମୟ ଅପରାହ୍ନ 4ଟା।ବାରବାଟି ଦିନିକିଆ ମ୍ୟାଚ ପାଇଁ ଓସିଏ ପକ୍ଷରୁ ଦିଆଯାଇଥିବା ଟିକେଟ ବୁକିଂ ପାଇଁ ଅନଲାଇନ ସାଇଡ ଖୋଲିଥିଲା। ଅନଲାଇନରେ ମାତ୍ର ଚାରି ହଜାର ଟିକେଟ ବିକ୍ରି ପାଇଁ ଥିବା ବେଳେ ଅନାଉ ଅନାଉ ସରିଯାଇଥିଲା ।












Click it and Unblock the Notifications