Get Updates
Get notified of breaking news, exclusive insights, and must-see stories!

ନଟରାଜନ ରଚିଲେ ନିଆରା ରେକର୍ଡ

ପ୍ରଥମ ଭାରତୀୟ ଖେଳାଳି ଭାବେ ଦ୍ରୁତ ବୋଲର ଥାଙ୍ଗାରାସୁ ନାଟାରାଜନ (ଟି. ନଟରାଜନ) କୌଣସି ଗୋଟିଏ ବିଦେଶ ଗସ୍ତର 3ଟି ଯାକ ଫର୍ମାଟରେ ଡେବ୍ୟୁ କରିଛନ୍ତି ।

ବ୍ରିସବେନ: ଆହାତ ସମସ୍ୟ ବ୍ୟତିତ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତରେ ମିଳିଛି ଏକ ଖୁସି ଖବର । ସିଡନୀରୁ ବ୍ରିସବେନ ପର୍ଯ୍ୟନ୍ତ ଭ୍ରମଣକାରୀ ଦଳର ପ୍ରମୁଖ ଖେଳାଳି ମାନେ ଆହାତ ହୋଇ ପାଭିଲିଅନ ତ କିଏ ଡାକ୍ତରଖାନାରେ ବସିଛନ୍ତି । ମାତ୍ର ଦଳରେ ଏମିତି ଜଣେ ଖେଳାଳି ଅଛନ୍ତି ଯିଏ ଏକ ନିଆର ରେକର୍ଡ ରଚିଛନ୍ତି । ପ୍ରଥମ ଭାରତୀୟ ଖେଳାଳି ଭାବେ ଦ୍ରୁତ ବୋଲର ଥାଙ୍ଗାରାସୁ ନାଟାରାଜନ (ଟି. ନଟରାଜନ) କୌଣସି ଗୋଟିଏ ବିଦେଶ ଗସ୍ତର 3ଟି ଯାକ ଫର୍ମାଟରେ ଡେବ୍ୟୁ କରିଛନ୍ତି ।

ଅଷ୍ଟ୍ରେଲିଆ ଗସ୍ତର ଟି -20 ଏବଂ ଦିନିକିଆ ଡେବ୍ୟୁ କରିବା ପରେ ଶୁକ୍ରବାର ବ୍ରିସବେନରେ ଟେଷ୍ଟ ଡେବ୍ୟୁ କରିଛନ୍ତି ସାଇନ । ଏହା ସହିତ, ନଟରାଜନ୍ ପ୍ରଥମ ଭାରତୀୟ କ୍ରିକେଟର ଭାବରେ ସମାନ ଗସ୍ତ ସମୟରେ ସମସ୍ତ ତିନୋଟି ଫର୍ମାଟରେ ନିଜର ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି ।

ଟି. ନଟରାଜନ

ତେବେ ଏମିତି କରିବାରେ ବିଶ୍ବ କ୍ରିକେଟର ସେ ବନିଛନ୍ତି 17 ତମ ଖେଳାଳି । ସେହିପରି ଗୋଟିଏ କ୍ରିକେଟ ଋତୁରେ ଏମିତି କରିବାରେ ଭୂବନେଶ୍ୱର କୁମାରଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଖେଳାଳି ହୋଇଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସେ ଟିମ୍ ଇଣ୍ଡିଆ ପାଇଁ ନେଟ୍ସ ବୋଲର ଭାବରେ ଏହି ଯାତ୍ରାକୁ ଆସିଥିଲେ।

ଡିସେମ୍ବର 2 ରେ କାନବେରାରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନକିଆରେ ସେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ଯାହାକି ଭାରତ 13 ରନରେ ଜିତିଥିଲା । ନଟରାଜନ୍ ତାଙ୍କ 10 ଓଭରରୁ 70 ରନ୍ ବ୍ୟୟ କରି ଦୁଇଟି ୱିକେଟ୍ ନେଇଥିଲେ ।

ଆଇପିଏଲ୍ 2020 ନଟରାଜନଙ୍କୁ ଲାଇମଲାଇଟ୍ ଭିତରକୁ ଆଣିଥିଲା:

ଏହା ପରେ ନଟରାଜନ ଭାରତର 2-1 ସିରିଜ୍ ବିଜୟରେ ପରବର୍ତ୍ତୀ ତିନି ମ୍ୟାଚ୍ ବିଶିଷ୍ଟ ଟି -20 ଆନ୍ତର୍ଜାତୀୟ ସିରିଜ୍ ସମୟରେ 6ଟି ୱିକେଟ୍ ନେଇଥିଲେ। ରହସ୍ୟମୟୀ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ବଦଳରେ ତାଙ୍କୁ ଟି-୨୦ ଦଳରେ ସାମିଲ କରାଯାଇଥିଲା ।

ଶୁକ୍ରବାର ଦିନ ୱାଶିଂଟନ୍ ସୁନ୍ଦର ଭାରତ ପାଇଁ ଅନ୍ୟତମ ଖେଳାଳି ଭାବେ ଡେବ୍ୟୁ କରିଥିଲେ । ସେ ଟେଷ୍ଟ କ୍ରିକେଟରେ ଭାରତର ପ୍ରତିନିଧିତ୍ୱ କରିବାକୁ 301 ତମ ଖେଳାଳି ହୋଇଥିଲେ। ଏହି ତିନୋଟି ଫର୍ମାଟରେ ଭାରତକୁ ପ୍ରତିନିଧିତ୍ୱ କରୁଥିବା ଇଶାନ୍ତ ଶର୍ମା (19ବର୍ଷ 152ଦିନ) ଏବଂ ଋଷଭ ପନ୍ତ (21ବର୍ଷ 17ଦିନ)ଙ୍କ ପରେ ସେ ତୃତୀୟ କନିଷ୍ଠ ଖେଳାଳି (21ବର୍ଷ 102ଦିନ) ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+