MLA ସହାୟତା ପାଣ୍ଠି ୩ କୋଟିରୁ ୫ କୋଟିକୁ ବୃଦ୍ଧି: ବଜେଟ୍‌ରେ ୭୩୫ କୋଟିର ବ୍ୟବସ୍ଥା

MLA ସହାୟତା ପାଣ୍ଠି ୩ କୋଟିରୁ ୫ କୋଟିକୁ ବୃଦ୍ଧି । ଏଥିପାଇଁ ବଜେଟ୍‌ରେ ୭୩୫ କୋଟିର ବ୍ୟବସ୍ଥା । ନିର୍ବାଚନ ମଣ୍ଡଳୀ ଭିତ୍ତିକ ଆବଣ୍ଟନ ପାଇଁ ଆଉ ୧୪୨ କୋଟି ।

Increase in MLA Fund

ବଜେଟର ପ୍ରଥମ ଭାଗରେ ମୁଖ୍ୟମନ୍ତ୍ରୀ କୃଷି ବଜେଟ୍ ସଂପର୍କରେ ଘୋଷଣା କରିଥିଲେ । କୃଷି କ୍ଷେତ୍ର ପାଇଁ ୨୦୨୫-୨୬ ବଜେଟରେ ମୋଟ ୩୭,୮୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ଚଳିତ ଆର୍ଥିକ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ମୋଟ ଜନସଂଖ୍ୟାର ୮୦ ପ୍ରତିଶତ ଗ୍ରାମାଞ୍ଚଳରେ ରହନ୍ତି ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ କୃଷି ଉପରେ ନିର୍ଭରଶୀଳ ।

କୃଷି ଓ କୃଷକଙ୍କ ସଶକ୍ତୀକରଣ ପାଇଁ ମୋଟ ୧୪୭୦୧ କୋଟି ଟଙ୍କାର ବ୍ଯୟ ବରାଦ କରାଯାଇଛି । ସମୃଦ୍ଧ କୃଷକ ଯୋଜନାରେ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ତୁଳନାରେ ଅଧିକ ଅର୍ଥ ଇନପୁଟ ସହାୟତା ଆକାରରେ ପ୍ରଦାନ କରାଯାଉଛି ଫଳରେ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛି ୩୧୦୦ ଟଙ୍କାକୁ ବୃଦ୍ଧି ପାଇଛି । ଚଳିତ ଖରିପ ଋତୁରେ ଫେବ୍ରୁଆରି ୧୫ ସୁଦ୍ଧା ମୋଟ ୪୫୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିସାରିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୋଟ ୬ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯିବ । ସିଏମ କିଶାନ ଲାଗି ୨୦୨୫-୨୫ ଆର୍ଥିକ ବର୍ଷରେ ମୋଟ ୨୦୨୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ୧.୮୦ ଲକ୍ଷଙ୍କ କୃଷକଙ୍କୁ ଆଳୁ ମିସନରେ ସାମିଲ କରାଯାଇଛି । ଏହି ମିସନରେ ଚଳିତ ରବି ଋତୁରେ ମୋଟ ୧ ଲକ୍ଷ ୬୦ ହଜାର କ୍ବିଣ୍ଟାଲ ବିହନ ଯୋଗାଇଦିଆଯାଇଛି । ଫସଲ ବିବିଧତା ପାଇଁ ୬୯୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+