ମଧ୍ୟାହ୍ନ ଭୋଜନ ସହାୟତା ରାଶି ବୃଦ୍ଧି: ମିଲ୍ ପିଛା ସହାୟତା ୧ ଟଙ୍କା ବୃଦ୍ଧି ହେବ କହିଲେ ଗଣଶିକ୍ଷା ମନ୍ତ୍ରୀ
ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ସହାୟତା ରାଶି ବୃଦ୍ଧି ହେବ । ମିଲ୍ ପିଛା ସହାୟତା ୧ ଟଙ୍କା ବୃଦ୍ଧି ହେବ କହିଲେ ଗଣଶିକ୍ଷା ମନ୍ତ୍ରୀ । ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି କହିଲେ ମନ୍ତ୍ରୀ। ତେବେ ଏହା ଦ୍ବାରା ପିଲାମାନେ ଉପକୃତ ହେବେ। ସେମାନଙ୍କୁ ଭଲ ଖାଇବା ମିଳିବ।

ଆଉ ଖୁବଶୀଘ୍ର ଏନେଇ ସରକାର ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ମିଡ୍ ମେ ମିଲ୍ ସହାୟତା ରାଶି ବୃଦ୍ଧି କରିବାକୁ ଦାବି ହେଇ ଆସୁଥିଲା । ମିଡ୍ ଡେ ମିଲରେ କମ ପଇସା ମିଳୁଥିବାରୁ ଏହାକୁ ନେଇ ଅନେକ ସମୟରେ ଅସନ୍ତୋଷ ଦେଖିବାକୁ ମିଳୁଥିଲା । ହେଲେ ଶେଷରେ ଏହି ସହାୟତା ରାଶିର ପରିମାଣ ବୃଦ୍ଧି କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ମିଳିଥିବା ସୂଚନା ମୁତାବକ, ଦରଦାମ ବୃଦ୍ଧିକୁ ଦେଖି ମିଡ୍ ଡେ ମିଲ୍ ପିଛା ଦାମ ୧ ଟଙ୍କା ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।












Click it and Unblock the Notifications