ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ବିଧବା ଝିଅଙ୍କୁ ଅନ୍ତର୍ଭୁକ୍ତ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନଠାରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟର ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା 'ଆମେ ପଢ଼ିବା ଆମ ଭାଷାରେ' ଏବଂ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା'ର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ବିଧବା ଝିଅମାନଙ୍କୁ ଅନ୍ତର୍ଭୁକ୍ତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

ଗରିବ ବାପା, ମା'ଙ୍କ ଉପରୁ ଝିଅ ବାହାଘରର ବୋଝ ହାଲ୍‌କା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ କାର୍ଯ୍ୟକାରୀ ହେବାକୁ ଥିବା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି। ଏହି ଯୋଜନାରେ ବିଧବା ଝିଅମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହାସହ ସରକାରୀ ସ୍ତରରେ ଝିଅ ପାଇଁ ଉପହାର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିବାହକୁ ସାମୂହିକ ସ୍ତରରେ ଆୟୋଜନ କରିବା ପାଇଁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି। ଯଥାଶୀଘ୍ର ସମସ୍ତ ପ୍ରକ୍ରିୟା ସମ୍ପନ୍ନକରି ଏହି ଯୋଜନାର ଶୁଭାରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ଦାୟିତ୍ୱ ଦେଇଛନ୍ତି।

Include widows in Chief Minister s marriage scheme Chief Minister
ବର୍ତ୍ତମାନ ରାଜ୍ୟର ୧୫ ଜିଲାର ୧୦,୬୨୯ ଅଙ୍ଗନଓ୍ବାଡି କେନ୍ଦ୍ରରେ ୧୭ଟି ଦେଶୀୟ ଭାଷାରେ ପିଲାମାନଙ୍କୁ ପ୍ରାରମ୍ଭିକ ଶ୍ରେଣୀରେ ନିଜ ମାତୃଭାଷାରେ ଶିକ୍ଷାଦାନ କରାଯାଉଛି। ଏହିସବୁ ଭାଷା ହେଉଛି ଦେଶିଆ, ଭୂମିଜ, ବିଞ୍ଝାଲ, ଗୋଣ୍ଡି, ହୋ, ସାଦ୍ରି, ଖଡ଼ିଆ, ବଣ୍ଡା, ମୁଣ୍ଡା, କୋୟା, କୁଭି, କୁଇ, ସଉରା, ସାନ୍ତାଳୀ, ଓରାମ୍‌, କିଷାନ ଏବଂ ଜୁଆଙ୍ଗ। ସୂଚନାଯୋଗ୍ୟ, ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଏହି ମାତୃଭାଷା ଭିତ୍ତିକ ପ୍ରାକ୍‌ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରିବାରେ ଓଡ଼ିଶା ଦେଶରେ ପ୍ରଥମ। ଜାତୀୟ ଶିକ୍ଷାନୀତି ୨୦୨୦ରେ ମଧ୍ୟ ଏହି ବହୁଭାଷୀ ପ୍ରାକ୍‌ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇ କହିଛନ୍ତି, ଫାଉଣ୍ଡେଶନ ଷ୍ଟେଜ୍‌ରେ ନିଜ ମାତୃଭାଷାରେ ପିଲାକୁ ଶିକ୍ଷା ପ୍ରଦାନକଲେ ତା'ର ଆତ୍ମବିଶ୍ୱାସ ବଢ଼ିବ ଏବଂ ଆଗାମୀ ଦିନରେ ପାଠ ପ୍ରତି ତା'ର ଆଗ୍ରହ ବଢ଼ିବା ସହ ସହଜ ମଧ୍ୟ ହେବ। ପିଲାମାନଙ୍କୁ ତାଙ୍କ ନିଜ ପରିବେଶରେ ସେ ଦେଖୁଥିବା ବସ୍ତୁ, ପ୍ରାଣୀ, କିମ୍ବା ବ୍ୟବହୃତ ସାମଗ୍ରୀ ସମ୍ପର୍କିତ ଚିତ୍ର ପ୍ରଦର୍ଶନ ମାଧ୍ୟମରେ ସଚିତ୍ର ପୁସ୍ତକ ପ୍ରକାଶନ ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+