ଦୈନନ୍ଦିନ ଖାଦ୍ୟରେ ସାମିଲ କରୁନ୍ତୁ ଏହି ସବୁ ଖାଦ୍ୟ, ଏହା କଲେ ଆପଣଙ୍କୁ ମିଳିବ ଅନେକ ଫାଇଦା
ଭୁବନେଶ୍ୱର: ସୁସ୍ଥ ଶରୀର ପାଇଁ ଏକ ମନୁଷ୍ୟ ନାନାଦି ପ୍ରକାର ଉପାୟ ଖୋଜିଥାନ୍ତି, ଆଉ ସେଥିମଧ୍ୟରୁ ଅନେକ ଗୁଡ଼ିଏ ଉପାୟକୁ ପ୍ରୟୋଗ ମଧ୍ୟ କରିଥାନ୍ତି । ବିଶେଷ କରି ଏକ ସୁସ୍ଥ ଶରୀର ପାଇଁ ନିତି ବାୟାମ ଏବଂ ଖାଦ୍ୟ ପେୟରେ ଧ୍ୟାନ ଦେବାକୁ ପଡ଼ିଥାଏ କେଉଁ ପ୍ରୋଟିନ ସେବନ କଲେ ଶରୀର ଶୁସ୍ଥ ରହିଥାଏ , ତାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।
ସୁସ୍ଥ ଶରୀର ପାଇଁ ସଠିକ ପରିମାଣରେ ପ୍ରୋଟିନ୍ ଯୁକ୍ତ ଜିନିଷର ସେବନ କରିବା ଉଚିତ ନଚେତ୍ ଶରୀର ଦୁର୍ବଳ ଓ ଅନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ସେହିପରି ଅନେକଙ୍କ ଧାରଣା ଅଣ୍ଡା ଏବଂ ଆମିଷ ଜିନିଷରେ ହିଁ ଅଧିକ ପ୍ରୋଟିନ୍ ରହିଥାଏ । ମାତ୍ର ଏଭଳି କେତେକ ପନିପରିବା ରହିଛି, ଯେଉଁଥରେ ଅଣ୍ଡା ଠାରୁ ମଧ୍ୟ ଅଧିକ ପ୍ରୋଟିନ୍ ରହିଛି । ଏହି ସମସ୍ତ ପନିପରିବାକୁ ଆପଣ ନିଜର ଦୈନନ୍ଦିନ ଖାଦ୍ୟରେ ସାମିଲ କରି ପାରିବେ ଏହା ଶରୀରକୁ ଅନେକ ରୋଗରୁ ଦୂରେଇ ରଖିଥାଏ ।
୧. ପାଳଙ୍ଗ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ଏଥିରେ ଭିଟାମିନ ଏ, ସି ରହିଛି । ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଏଥିରେ ପ୍ରୋଟିନ୍ ବ୍ୟତୀତ ଆଇରନ ରହିଥାଏ । ଆଉ ଏହା ଶରୀରର ବିଭିନ୍ନ ଅଭାବକୁ ଦୂର କରିଥାଏ ।

୨. ଏକ ସୁସ୍ଥ ଶରୀର ପାଇଁ ଗ୍ରୀନ ମଟର ସହାୟକ ହୋଇଥାଏ, ଏହି ଗ୍ରନ ମଟରରେ ଆବଶ୍ୟକୀୟ ମିନେରାଲ୍ସ ମାଗ୍ନେସିୟମ, ଫୋଲେଟ, ଜିଙ୍କ ଓ ଆଇରନ ରହିଛି । ଏହା ଫ୍ୟାଟ୍ ଓ କୋଲେଷ୍ଟେରୋଲ୍ ସ୍ତରକୁ ବହୁତ ମାତ୍ରାରେ ହ୍ରାସ କରିଥାଏ ।
୩. ଯଦି ଆପଣ ଆମିଷ ଖାଉ ନଥିବେ , ତେବେ ଫୁଲ କୋବି ନିଜ ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ । ଫୁଲକୋବି ଓ ବ୍ରୋକଲି ପ୍ରୋଟିନରେ ଭରପୁର । ଏହା ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଏଥିରେ ଅଳ୍ପ ଫ୍ୟାଟ୍ ଓ କ୍ୟାଲୋରୀ ଥିବାରୁ ଓଜନ ବୃଦ୍ଧିର ମଧ୍ୟ ସମ୍ଭାବନା ନଥାଏ ଓ କୋବିରେ ମାଗ୍ନେସିୟମ, ପୋଟାସିୟମ, ଭିଟାମିନ କେ ଓ ଅନ୍ୟ ଭିଟାମିନ୍ ମଧ୍ୟ ରହିଛି । ଏହା କର୍କଟ ଭଳି ମାରାତ୍ମକ ରୋଗ ସହ ଲଢେଇ କରିବାରେ ମଧ୍ୟ ସହାୟକ ହୋଇଥାଏ ।












Click it and Unblock the Notifications