ବିଭିନ୍ନ ସ୍ଥାନରେ ହୋଲିରେ ଅଘଟଣ; ୨ଜଣଙ୍କର ମୃତ୍ୟୁ, ଶୋକର ଛାୟା

ବିଭିନ୍ନ ସ୍ଥାନରେ ହୋଲିରେ ଅଘଟଣ ଦେଖିବାକୁ ମିଳିଛି । ପୋଖରୀରେ ଗାଧୋଇଲା ବେଳେ ବୁଡ଼ିଯାଇ ୨ଜଣଙ୍କର ମୃତ୍ୟୁ ହୋଇଛି । ହୋଲି ଖେଳି ସାରି ଗାଧୋଇବା ବେଳେ ବୁଡ଼ିଗଲେ ଯୁବକ। ସାଲେପୁର କରମୁଆଁ ଗାଁରେ ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ ।

କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ କରମୁଆଁ ଗାଁରେ ପୋଖରୀରେ ବୁଡ଼ି ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣଙ୍କ ହେଲେ ଛାଣିପୁରର ଆଶିଷ । ଆଶିଷ ସାଙ୍ଗମାନଙ୍କ ସହ ହୋଲି ଖେଳିସାରି ପୋଖରୀରେ ଗାଧୋଉଥିଲେ। ଏହି ସମୟରେ ତାଙ୍କ ଗୋଡ଼ ଖସିଯାଇଥିଲା। ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଆଶିଷଙ୍କୁ ମୃତ ଘୋଷଣା କରିଥିଲେ। ଆଶିଷଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

Incidents on Holi

ସେହିପରି ପାରାଦୀପ ଲକ୍‌ ଥାନା କତକୁଲା ଗାଁରେ ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ମୃତ୍ୟୁ ଘଟିଛି।

ଶ୍ରୀକ୍ଷେତ୍ର ପୁରୀରେ ଅବିର ରଙ୍ଗରେ ରଙ୍ଗେଇ ହୋଇଛନ୍ତି ବିଦେଶୀ । ପୁରୀରେ ଧୁମଧାମରେ ହୋଲି ପାଳନ କରିଛନ୍ତି ବାହାର ଦେଶରୁ ଆସିଥିବା ପର୍ଯ୍ୟଟକ । ପରସ୍ପରକୁ ରଙ୍ଗ ଲଗାଇ ଭାରତୀୟ ପରମ୍ପରା ଅନୁସାରେ ରଙ୍ଗର ପର୍ବ ହୋଲିରେ ସାମିଲ ହୋଇଛନ୍ତି ବିଦେଶୀ ପର୍ଯ୍ୟଟକ । ସବୁଠାରୁ ବଡକଥା ବିଦେଶୀ ପର୍ଯ୍ୟଟକମାନେ ଶ୍ରୀକ୍ଷେତ୍ରରେ କେବଳ ହର୍ବାଲ ରଙ୍ଗରେ ରଙ୍ଗେଇ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+