ଭୁବନେଶ୍ୱର-ସୋନପୁର ଇଣ୍ଟରସିଟି ଏକ୍ସପ୍ରେସରେ ଅଘଟଣ
Odisha News: ଭୁବନେଶ୍ୱର-ସୋନପୁର ଇଣ୍ଟରସିଟି ଏକ୍ସପ୍ରେସରେ ଅଘଟଣ । ମଞ୍ଚେଶ୍ୱର ଷ୍ଟେସନ ନିକଟରେ ଟ୍ରେନର ଏସି ବଗିର ଚକ ବାଇଣ୍ତିଂରୁ ଧୂଆଁ ବାହାରୁଥିବା ଦେଖି ଟ୍ରେନ ଚାଳକ ଟ୍ରେନକୁ ଅଟକାଇ ଦେଇଥିଲେ । ନିଆଁ ଲାଗିଥିବା ଖବର ପ୍ରଶାରିତ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ସମସ୍ତେ ଟ୍ରେନରୁ ବାହାରି ଆସିଥିଲେ ।
ପ୍ରାୟ ଅଧ ଘଣ୍ଟା ଧରି ମଞ୍ଚେଶ୍ୱର ଷ୍ଟେସନ ନିକଟରେ ଟ୍ରେନଟି ଅଟକି ରହିଥିଲା । ରେଲୱେ ଟ୍ରେନରେ ଥିବା ତ୍ରୁଟି ସୁଧାରିବା ପରେ ସ୍ୱାଭାବିକ ଭାବେ ଟ୍ରେନ ଯାତ୍ରା ଆରମ୍ଭ କରିଥିଲେ ।

ସୂଚନା ଅନୁସାରେ, ବୁଧବାର ସକାଳ ୬.୩୫ରେ ଭୁବନେଶ୍ୱର-ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ ଭୁବନେଶ୍ୱର ଷ୍ଟେସନ ଛାଡିଥିଲା । ଯାହା ପ୍ରାୟ ୫ ରୁ ୬ ମିନିଟରେ ପରେ ଟ୍ରେନଟି ମଞ୍ଚେଶ୍ୱର ଷ୍ଟେସନରେ ପହଞ୍ଚିଥିଲା ଯେଉଁଠି ଟ୍ରେନର ଏସି ବଗିରେ ବାଇଣ୍ତିଂରୁ ଧୂଆଁ ବାହାରୁଥିବା ଦେଖିବା ପାଇଁ ମିଳିଥିଲା । ଯାହା ପରେ ତୁରନ୍ତ ଟ୍ରେନ ଚାଳକ ଟ୍ରେନଟିକୁ ଅଟକାଇ ଦେଇଥିଲେ । ତୃଟି ସୁଧାରିବା ପରେ ଟ୍ରେନଟି ମଞ୍ଚେଶ୍ୱର ଷ୍ଟେସନ ଛାଡିଥିଲା ।












Click it and Unblock the Notifications