ଶରଧାବାଲିରେ ଦଳାଚକଟା ଘଟଣା, ଆଜି ପୁରୀରେ ସାକ୍ଷ୍ୟ ଗ୍ରହଣ

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟା ଘଟଣାର ତଦନ୍ତ ଚାଲିଛି । ଭୁବନେଶ୍ୱରରେ ସରିଛି ତଦନ୍ତ ଓ ସାକ୍ଷ୍ୟ ଗ୍ରହଣ । ଭୁବନେଶ୍ୱରରେ ମୋଟ ୧୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ଆଜି ଅପରାହ୍ଣ ୩ଟାରୁ ପୁରୀରେ ସାକ୍ଷ୍ୟ ଗ୍ରହଣ କରାଯିବ । ଉନ୍ନୟନ କମିସନର ଅନୁ ଗର୍ଗ ଏହି ସୂଚନା ଦେଇଛନ୍ତି । ଗତ ଜୁନ୍‌ ୨୯ ତାରିଖରେ ରଥ ଉପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଥିଲା । ଆଉ ସକାଳୁ ସକାଳୁ ଦଳାଚକଟାରେ ୩ ଜଣ ପ୍ରାଣ ହରାଇଥିଲେ । ତଦନ୍ତ ପାଇଁ ସରକାର ଉନ୍ନୟନ କମିସନର ଅନୁ ଗର୍ଗଙ୍କୁ ଦାୟିତ୍ୱ ଦେଇଛନ୍ତି । ଅନୁ ଗର୍ଗ ପୁରୀ ଯାଇ ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛନ୍ତି ।

ଆଜି ପୁରୀ ସ୍ପେଶାଲ ସର୍କିଟ ହାଉସରେ ସାକ୍ଷାତ କରି ଦଳାଚକଟା ସମ୍ପର୍କିତ ତଥ୍ୟ ଏବଂ ଯଦି କିଛି ସେହି ସମୟର ଫୁଟେଜ୍ ଥାଏ, ତେବେ ଦେଇପାରିବେ । କେଉଁ ପରିସ୍ଥିତିରେ ଦଳାଚକଟା ଘଟଣା ଘଟିଲା, ସେ ସମ୍ପର୍କରେ ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଭିଡିଓ ଥାଏ, ସେମାନେ ଇମେଲ୍ ଯୋଗେ ଦେବାକୁ ପୂର୍ବରୁ ଉନ୍ନୟନ କମିସନର କହିସାରିଛନ୍ତି ।

Incident of violence in Sharadhabali
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+