ଦିଲ୍ଲୀରେ ଓଡିଆ ଝିଅକୁ ଦୁଷ୍କର୍ମ ଘଟଣା; ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତମାନେ ହେଲେ ପ୍ରମୋଦ, ମହମ୍ମଦ ଶମସୁଲ ଓ ପ୍ରଭୁ ମାହତୋ । ଘଟଣାରେ ୨୧ ଦିନ ପରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

ପୀଡ଼ିତା ଏବେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ଗତ ଅକ୍ଟୋବର ୧୧ ତାରିଖରେ ରାସ୍ତା କଡ଼ରୁ ମୁର୍ମୁଷୁ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ଭୋର ପ୍ରାୟ ୩ଟା ୩୦ରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ପୋଲିସ ମହିଳାଙ୍କୁ ଏମ୍ସରେ ଭର୍ତ୍ତି କରିଥିଲା। ପ୍ରାୟ ବର୍ଷେ ହେବ ସେ ଓଡ଼ିଶା ଛାଡ଼ି ଦିଲ୍ଲୀରେ ରହୁଛନ୍ତି। ମହିଳା ଜଣକ ଗ୍ରାଜୁଏଟ ହେବା ସହ ସେ ନର୍ସିଂ ମଧ୍ୟ ପଢିଛନ୍ତି।












Click it and Unblock the Notifications