ରାସ୍ତାକଡ଼ରେ ଔଷଧ ପଡ଼ିଥିବା ଘଟଣା ; ମେଡିକାଲ ଅଫିସରଙ୍କ ସହ ଘଟଣାସ୍ଥଳରେ ତଦନ୍ତ ଟିମ୍
ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ରେମୁଣା ବ୍ଲକ ଶ୍ରୀଜଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି ଦୂରରେ ତୁଣ୍ଡରା ରାସ୍ତାପାର୍ଶ୍ବରେ । ରାସ୍ତାପାଖ ଅଳିଆ ଗଦାରେ ଅବଧି ସରିନଥିବା ଔଷଧ ପଡିଥିବା ଦେଖିବାକୁ ମିଳିଛି । ଗୋଟିଏ କି ଦୁଇ ପ୍ୟାକେଟ ନୁହେଁ ଶହ ଶହ ପ୍ୟାକେଟ ସରକାରୀ ଆଇରନ ଓ ଫଲିକ ଏସିଡ ମେଡିସିନ ପଡିରହିଛି । ନିକଟରେ ଥିବା କୌଣସି ସ୍ବାସ୍ଥ୍ୟକେନ୍ଦ୍ରରୁ ଏହି ମେଡିସିନଗୁଡ଼ିକୁ ଫିଙ୍ଗା ଯାଇଥିବା ସନ୍ଦେହ କରାଯାଉଛି । ଏସବୁ ଔଷଧର ଏକ୍ସପ୍ୟାରୀ ଡେଟ୍ ୨୦୨୬ ପର୍ଯ୍ୟନ୍ତ ରହିଛି।

ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସିଡିଏମ୍ଓ। ସ୍ଥିତି ଅନୁଧ୍ୟାନ ଲାଗି ସ୍ଵାସ୍ଥ୍ୟ ବିଭାଗର ଏକ ଟିମ୍ ଘଟଣାସ୍ଥଳକୁ ଯାଇଛି। ମେଡିକାଲ ଅଫିସରଙ୍କ ସହ ଏକ ଟିମ୍ ତଦନ୍ତ କରୁଛି। ଯେଉଁ ସରକାରୀ ଅଧିକାରୀ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଆକ୍ସନ୍ ହେବ।












Click it and Unblock the Notifications