ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା: ୭ ଅଭିଯୁକ୍ତଙ୍କୁ ମିଳିଲା ଜାମିନ୍

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣା । ଗିରଫ ସମସ୍ତ ୭ ରୋଡ୍‌ ରୋମିଓଙ୍କୁ ମିଳିଲା ଜାମିନ୍। ଭୁବନେଶ୍ବର JMFC କୋର୍ଟରୁ ୭ ଜଣଙ୍କୁ ଜାମିନ୍‌ ମିଳିଛି।

ସୂଚନା ଅନୁଯାୟୀ, ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଆଜି ୭ ଦୁର୍ବୃତ୍ତଙ୍କୁ ଗିରଫ କରିଥିଲା କମିଶନରେଟ ଚନ୍ଦକା ଥାନା ପୁଲିସ । ୭ ଜଣଙ୍କୁ ଗିରଫ ସହ ୧୧ ମୋବାଇଲ, ଗୋଟିଏ ଗାଡ଼ି ଜବତ ହୋଇଥିଲା। ଏଥିସହ ଉକ୍ତ ୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

ଖବର ଅନୁଯାୟୀ, ଗତ ୧୪ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀ ଘରକୁ ଫେରୁଥିବା ବେଳେ ପଥରଗାଡ଼ିଆ ଓ ଭରତପୁର ରାସ୍ତାରେ ଦୁଇ ଯୁବକ ଏକ କାରରେ ଆସି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ନିଶାସକ୍ତ ଅବସ୍ଥାରେ ଅଶ୍ଳୀଳ ଇଙ୍ଗିତ କରିବା ସହ ମାଡ଼ ମାରିବାକୁ ମଧ୍ୟ ଧମକ ଦେଇଥିଲେ । ଏ ନେଇ ମେଜର ଓ ତାଙ୍କ ବାନ୍ଧବୀ ଥାନାକୁ ଯିବାପରେ ପୁଲିସ ତାଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିବା ଭଳି ଆସିଥିଲା ସାଙ୍ଘାତିକ ଅଭିଯୋଗ ।

Incident of abuse of Major and Bandabi

ଅପରପକ୍ଷେ, ନିଲମ୍ବିତ ୫ ପୋଲିସ କର୍ମଚାରୀଙ୍କ ସପକ୍ଷରେ ବାହାରିଛି ଓଡ଼ିଶା ପୁଲିସ ଅଫିସର୍ସ ସଂଘ। କମିଶନରେଟ ପୁଲିସର ବରିଷ୍ଠ ଏସିପି, ଇନ୍ସପେକ୍ଟର, ସବଇନ୍ସପେକ୍ଟରଙ୍କଠୁ ଆରମ୍ଭ କରି ଶତାଧିକ ପୁଲିସ ଅଫିସର ଗତକାଲି ଭୁବନେଶ୍ୱରର ରିଜର୍ଭ ପଡ଼ିଆଠାରେ ଏକଜୁଟ ହୋଇ ନିଜ ଫୋର୍ସର ମୁଖ୍ୟ(ପୁଲିସ ଡିଜି)ଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି । ଏହି ଘଟଣା ଆରମ୍ଭରୁ ଭରତପୁର ଥାନା ଅଫିସର ଓ କର୍ମଚାରୀଙ୍କ ସପକ୍ଷରେ ଯୁକ୍ତି ବାଢ଼ି ଆସୁଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଓ ପୁଲିସ କମିଶନର ସଞ୍ଜିବ ପଣ୍ଡାଙ୍କ ଭୂମିକା ସନ୍ଦେହଘେରରେ ରହିଛି ।

କଂଗ୍ରେସ, ବିଜେଡି ଓ ଅନ୍ୟ ରାଜନୀତିକ ଦଳଗୁଡ଼ିକ ମଧ୍ୟ ଏହି ଘଟଣାରେ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କ ପ୍ରତି ପୁଲିସର ବର୍ବରକାଣ୍ଡକୁ ନିନ୍ଦା କରି ବିଚାରବିଭାଗୀୟ ତଦନ୍ତ ଦାବି କରିଛନ୍ତି ।

କ୍ରାଇମବ୍ରାଞ୍ଚ ଏବେ ଏହି ମାମଲାର ତଦନ୍ତ କରୁଥିବା ବେଳେ ୫ ନିଲମ୍ବିତ ପୁଲିସ୍ କର୍ମଚାରୀଙ୍କୁ ଖାଲି ଘନ ଘନ ଜେରା କରୁଛି । ସେହିପରି ୧୨୦ ବାଟାଲିୟନ ଭିତରେ ଗୁରୁବଂଶ ଏବଂ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ ପରେ ରିପୋର୍ଟକୁ ନେଇ କ୍ରାଇମବ୍ରାଞ୍ଚ ସାଇବର୍ ସେଲରେ ତର୍ଜମା କରାଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଜାରି ରହିଛି ଓ ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ୱସ୍ତ କରିବା ସହ ସରକାର ୫ଜଣ ପୁଲିସ ଅଫିସରଙ୍କୁ ନିଲମ୍ବନ କରିଥିବା କହିଛନ୍ତି । ମାତ୍ର ଏହି ଘଟଣାକୁ ୭ ଦିନ ପୂରିବାକୁ ବସିଥିବା ବେଳେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କ'ଣ ଓ କେବେ ନିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+