କଟକ ବାଲିଯାତ୍ରା ତଳ ପଡ଼ିଆରେ ଅଘଟଣ ,ଷଣ୍ଢ ଲଢେଇ ବେଳେ ଦୁଇ ଯୁବତୀ ଆହତ
କଟକ : ପୁଣି ଐତିହାସିକ କଟକ ବାଲିଯାତ୍ରାରେ ଅଘଟଣ। କଟକ ବାଲିଯାତ୍ରା ତଳ ପଡ଼ିଆରେ ଅଘଟଣ ହୋଇଛି। ଷଣ୍ଢ ଆକ୍ରମଣରେ ଦୁଇ ଯୁବତୀ ଆହତ। ଭାରତ ମସଲା ଷ୍ଟଲ୍ ନିକଟରେ ଷଣ୍ଢ ଲଢେଇ ଚାଲିଥିବାବେଳେ ହଠାତ୍ ସେଠାରେ ଉପସ୍ଥିତ ଥିବା ଯୁବତୀ ମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ସୂଚନାଯୋଗ୍ୟ ଯେ, ଶନିବାର କଟକ ବାଲିଯାତ୍ରାର ଶେଷ ଦିନ ରହିଛି ।
ଶେଷ ଦିନରେ ଯାତ୍ରା ପଡ଼ିଆରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ଏହି ଭିଡ଼ ଭିତରେ ଏକ ଅଘଟଣ ଦେଖିବାକୁ ମିଳିଛି । ବାଲିଯାତ୍ରା ତଳ ପଡ଼ିଆରେ ଅଘଟଣ ଘଟିଛି । ଭାରତ ମସଲା ଷ୍ଟଲ୍ ନିକଟରେ ଦୁଇଟି ଷଣ୍ଢ ମଧ୍ୟରେ ଲଢେଇ ଚାଲିଥିଲା । ହଠାତ୍ ଦୁଇଟି ଷଣ୍ଢ ସେଠାରେ ଉପସ୍ଥିତ ଥିବା ଯୁବତୀ ମାନଙ୍କୁ ଆକ୍ରମଣ କରିଥିଲେ ।

ଷଣ୍ଢ ଆକ୍ରମଣ ଫଳରେ ଦୁଇ ଯୁବତୀ ଆହତ ହୋଇଛନ୍ତି । ଆହତଙ୍କୁ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲ ପଠାଇଛନ୍ତି । ଆହତ ମାନେ ଭୁବନେଶ୍ୱରର ସୁଭଦ୍ରା ସାହୁ ଓ କଟକର ଅନ୍ନପୂର୍ଣ୍ଣା ସାହୁ ବୋଲି ଜଣାପଡିଛି । ଦୁଇ ଆହତଙ୍କୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲ ପଠାଇଥିଲେ।












Click it and Unblock the Notifications