୨୭ ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ, ମୁଖ୍ୟମନ୍ତ୍ରୀ ଦେବେ ଯୋଗ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା ସମଲେଇ ପୀଠର ବିକାଶ ଆଗେଇ ଚାଲିଛି । ଆସନ୍ତା ୨୭ତାରିଖରେ ସମଲେଇ ପ୍ରକଳ୍ପର ଲୋକାର୍ପଣ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଭଳି ଏହାକୁ ଭବ୍ୟ ଓ ସ୍ମରଣୀୟ କରିବାକୁ ଜୋରଦାର ପସ୍ତୁତି ଚଳାଇଛି ସମଲେଇ ମନ୍ଦିର ଟ୍ରଷ୍ଟ । ଏଥିପାଇଁ ବିଭିନ୍ନ ଦେବାଦେବୀ ପୀଠ, ସାଧୁ-ସନ୍ଥଙ୍କୁ ନିମନ୍ତ୍ରଣ କରାଯାଉଛି । ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ପ୍ରତି ପଂଚାୟତରେ ଲାଇଭ କରିବା ଏବଂ ୨୭ତାରିଖ ପରେ ପର୍ଯ୍ୟାୟକ୍ରମେ ଭକ୍ତଙ୍କୁ ପ୍ରକଳ୍ପ ବୁଲାଇବାକୁ ଯୋଜନା ରଖିଛନ୍ତି ସରକାର । ଆସନ୍ତାକାଲି ଅଙ୍କୁରାରୋପଣ, ୨୪ରେ କଳସଯାତ୍ରା ହେବ। ଦିନ ୧୨ଟା ୩୦ରେ ରୂପାନ୍ତରିତ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

samaleswari temple

କଳସ ଯାତ୍ରାରେ ମହାନଦୀରୁ ପୂର୍ଣ୍ଣ କଳସ ଧରି ମାଆଙ୍କ ପୀଠରେ ଅଧିବାସ ହେବ। ମନ୍ଦିର ରୂପାନ୍ତରଣର ଉଦଘାଟନ ପାଇଁ ମନ୍ଦିରର ମୂଳ ଯଜ୍ଞସ୍ଥଳରେ ୨୭ରୁ ଯଜ୍ଞ ଆରମ୍ଭ ହେବ। ମନ୍ଦିରର ୪ଦ୍ୱାରରେ ମଧ୍ୟ ଯଜ୍ଞ ହେବ। ହୋମ, ଚଣ୍ଡୀପାଠ ସହ ବିଧି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ। ୩୧ରେ ଯଜ୍ଞ ପୂର୍ଣ୍ଣାହୁତି ଦିଆଯିବ। ୨୭ ତାରିଖ ସଂଧ୍ୟାରେ ମହାନଦୀରେ ହେବ ଭବ୍ୟ ଆଳତି। ଏସଂପର୍କରେ ସୂଚନା ଦେଇଛନ୍ତି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ।

ପଶ୍ଚିମ ଓଡ଼ିଶା ଓ ଅନ୍ୟାନ୍ୟ ଅଞ୍ଚଳରୁ ଉଦଘାଟନ ସମାରୋହରେ ସାମିଲ ହେବାକୁ ଶ୍ରଦ୍ଧାଳୁଙ୍କ ବିପୁଳ ସମାଗମ ହେବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+