ଗାଁଠୁ ସହର ସବୁଠି ରାମମୟ, ଉତ୍ସବ ମୁଖର ନୟାଗଡ଼
ଭୁବନେଶ୍ବର : ୫୦୦ ବର୍ଷ ସଂଘର୍ଷ ପରେ ନିଜ ଜନ୍ମସ୍ଥାନ ବିରାଜ ମାନ କରିବେ ପ୍ରଭୁ ରାମ । ଦେଶରୁ ବିଦେଶ ସବୁଠାରେ ରାମ ରାମ ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ । ଭକ୍ତ ସାଧୁ ସନ୍ଥ ମାନଙ୍କ ମଧ୍ୟରେ ପ୍ରଭୁଙ୍କ ଆଗମନକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳିଛି । ରାତି ପାହିଲେ ଉତ୍ତର ପ୍ରଦେଶର ଆଧ୍ୟାତ୍ମିକ ନଗରୀ ଅଯୋଧ୍ୟାରେ ପ୍ରଭୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବ। ବହୁ ପ୍ରତୀକ୍ଷିତ ଏହି ସମାରୋହ ପାଇଁ ପୂରା ଭାରତ ସମେତ ବିଦେଶରେ ମଧ୍ୟ ଭକ୍ତମାନେ ଉତ୍ସାହିତ ଅଛନ୍ତି। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଓଡ଼ିଶାବାସୀ ଉତ୍ସାହିତ ଅଛନ୍ତି। ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରଭୁ ରାମଙ୍କ ପାଇଁ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ ମଧ୍ୟ କରାଯାଇଛି। ଯିଏ ଯେମିତି ପାରିଲା ପ୍ରଭୁଙ୍କୁ ଡାକିଲା ।

ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧୀନ ଫତେଗଡ଼ ଗାଁ ନିକଟ ଶ୍ରୀରାମ ପାହାଡ଼ ଶିଖରରେ ସୋମବାର ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ହେବ। ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ପାହାଡ଼ ଶିଖରରେ ଶ୍ରୀମରାଙ୍କ ମନ୍ଦିର ନିର୍ମାର କରାଯାଇଛି। ମନ୍ଦିର ବେଢାରେ ଯଜ୍ଞସ୍ଥଳ ମଧ୍ୟ ସ୍ଥାପନ କରାଯାଇଛି। ଏଠାରେ ପଣ୍ଡିତମାନେ ବେଦପାଠ ଆରମ୍ଭ କରିଛନ୍ତି । ଅଯୋଧ୍ୟାର ଝଲକ ଏବେ ସାରା ଦେଶରେ କୋଟି କୋଟି ରାମ ଭକ୍ତଙ୍କ ଥରେ ଦେଖିବାକୁ ମିଳିଛି ।












Click it and Unblock the Notifications