କଟକ ରେଳ ଷ୍ଟେସନର ଦ୍ବିତୀୟ ପ୍ରବେଶ ଦ୍ବାରକୁ ଲୋକାର୍ପଣ କଲେ ଅଶ୍ବିନୀ ବୈଷ୍ଣବ
କଟକ ରେଲୱେ ଷ୍ଟେସନକୁ ଦ୍ବିତୀୟ ପ୍ରବେଶ ପଥର ଉଦ୍ଘାଟନ। ଉଦ୍ଘାଟନ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସହର ପଟୁ ମୁଖ୍ୟ ଷ୍ଟେସନ ୩୦୦ କୋଟି ଟଙ୍କାରେ ନିର୍ମାଣ ଚାଲିଛି କହିଲେ । ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ୭୩ ହଜାର କୋଟିର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ତୃତୀୟ ଟର୍ମରେ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି।

୮ଟି ନୂଆ ପ୍ରକଳ୍ପ ସହ ରାୟଗଡ଼ାରେ ନୂଆ ଡିଭିଜନ ମଞ୍ଜୁର ହୋଇଛି । ରାଜ୍ୟରେ ୫୯ଟି ଷ୍ଟେସନ୍ର ପୁନଃନିର୍ମାଣ କାର୍ଯ୍ୟ ଜାରି ରହିଛି। ଗତ ୧୦ ବର୍ଷରେ ରାଜ୍ୟରେ ୧୮ ଶହ କିମି ନୂଆ ରେଳପଥ ହୋଇଛି। ଯାହା ସମଗ୍ର ଶ୍ରୀଲଙ୍କାରେ ଥିବା ରେଳପଥ ଠାରୁ ଅଧିକ ବୋଲି ଅଶ୍ବିନୀ କହିଛନ୍ତି ।
ରାଜ୍ୟରେ ପ୍ରଥମ ଥର ଜାତୀୟ ରାଜପଥକୁ ସଂଯୋଗ ହେଲା ରେଳ ଷ୍ଟେସନ ପ୍ଲାଟଫର୍ମ । କଟକ ରେଳ ଷ୍ଟେସନର ଦ୍ବିତୀୟ ପ୍ରବେଶ ଦ୍ବାରକୁ ଲୋକାର୍ପଣ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏନଏଚ ୧୬ ସହ ଯୋଡି ହେଲା କଟକ ରେଳ ଷ୍ଟେସନର ଫ୍ଲାଟଫର୍ମ । ଷ୍ଟେସନର ପଛପଟ ଅର୍ଥାତ୍ ଶିଖରପୁର ପଟେ ଆଜି ଖୋଲିଛି ଶୀତତାପ ନିୟନ୍ତ୍ରିତ ଗେଟ୍ ।
ରେଳ ଷ୍ଟେସନରର ପୁନର୍ବିନ୍ୟାସ ପରେ ବିମାନବନ୍ଦରର ଭ୍ରମ ସୃଷ୍ଟି ହେଉଛି । ବିମାନବନ୍ଦର ଭଳି ଲାଗୁଛି ରେଳ ଷ୍ଟେସନ୍ । ଅତ୍ୟାଧୁନିକ ବ୍ୟବସ୍ଥା ସହ ନୂଆ ରୂପ ନେଇଛି ବ୍ରିଟିଶ୍ ଅମଳର କଟକ ରେଳଷ୍ଟେସନ୍ । ଦ୍ବିତୀୟ ପ୍ରବେଶ ଦ୍ବାରରେ ଟିକେଟ୍ କାଉଣ୍ଟର ସହ ଅତ୍ୟାଧୁନିକ ଫୁଡ୍ କୋର୍ଟ ରହିଛି । ପ୍ରଶସ୍ତ ପାର୍କିଂ ସୁବିଧା ସହ ଉପଯୁକ୍ତ ଭାବେ ପ୍ଲାନ୍ କରାଯାଇଥିବା ଅଞ୍ଚଳ ରହିଛି । ଯାତ୍ରୀମାନଙ୍କ ସୁଗମ ଯାତାୟାତ ପାଇଁ ଏସ୍କାଲେଟର, ଶିଡ଼ି, ଲିଫ୍ଟ କରାଯାଇଛି । ଯାତ୍ରୀମାନଙ୍କ ଆରାମ ପାଇଁ ପ୍ରଶସ୍ତ ପ୍ରତୀକ୍ଷା ସ୍ଥଳର ବ୍ୟବସ୍ଥା ମଧ୍ୟ କରାଯାଇଛି।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications