For Quick Alerts
Turn On Notification  
For Daily Alerts
Oneindia App Download

ନୂଆ ବର୍ଷରେ ୮୪ଟି ନୂଆ ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଆଜି ନୂଆ ୮୪ଟି ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

|

ଭୁବନେଶ୍ୱର: ନୂଆ ବର୍ଷରେ ନବୀନଙ୍କ ଭେଟି । ରାଜ୍ୟରେ ଆହୁରୀ ସୁଦୃଢ ହେବ ସ୍ବାସ୍ଥ୍ୟବସ୍ଥା । ଏନେଇ ଆଜି ନୂଆ ୮୪ଟି ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସ୍ଥାନୀୟ ଏଜି ଛକଠାରେ ଥିବା ପରିବହନ ଭବନ ପରିସର ଏହାର ଶୁଭାରମ୍ଭ କରାଯାଇଛି । ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୭ଟି ଜିଲ୍ଲା ପାଇଁ ଅତିରିକ୍ତ ୮୪ଟି ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଥିବା ବେଳେ ବାଲେଶ୍ଵର ଜିଲ୍ଲା ପାଇଁ ସର୍ବାଧିକ ୧୧ଟି ଉଦ୍ଧିଷ୍ଟ ରହିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ୫ବର୍ଷ ପାଇଁ ୧୦୪କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

108 ambulance services

ଏବେ ସୁଦ୍ଧା ରାଜ୍ୟରେ ମୋଟ ୫୧୮ ଟି ୧୦୮ ଆମ୍ବୁଲାନ୍ସ, କାର୍ଯ୍ୟକାରୀ ହେଉଛି । ଯେଉଁଥିରେ ସାମିଲ ଅଛି 6ଟି ବୋଟ ଆମ୍ବୁଲାନ୍ସ । ୨୦୧୩ ମସିହାରୁ ରାଜ୍ୟବାସୀଙ୍କୁ ଏହି ଜରୁରୀ କାଳୀନ ସେବା ଯୋଗାଉଛନ୍ତି ସରକାର । ତେବେ ଶୁଭାରମ୍ଭ ହୋଇଥିବା ପ୍ରତ୍ୟେକ ଆମ୍ବୁଲାନ୍ସରେ ୩ ଜଣ ଲେଖାଏଁ ଦୁଇଟି ସିଫ୍ଟରେ ୬ ଜଣ ହିସାବରେ ୮୪ଟି ଗାଡି ପାଇଁ ୫୦୪ ଜଣ କର୍ମଚାରୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
In the New Year, the Chief Minister launched four new 108 ambulance services
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X