ନୂଆ ବର୍ଷରେ ୮୪ଟି ନୂଆ ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଆଜି ନୂଆ ୮୪ଟି ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର: ନୂଆ ବର୍ଷରେ ନବୀନଙ୍କ ଭେଟି । ରାଜ୍ୟରେ ଆହୁରୀ ସୁଦୃଢ ହେବ ସ୍ବାସ୍ଥ୍ୟବସ୍ଥା । ଏନେଇ ଆଜି ନୂଆ ୮୪ଟି ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସ୍ଥାନୀୟ ଏଜି ଛକଠାରେ ଥିବା ପରିବହନ ଭବନ ପରିସର ଏହାର ଶୁଭାରମ୍ଭ କରାଯାଇଛି । ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୭ଟି ଜିଲ୍ଲା ପାଇଁ ଅତିରିକ୍ତ ୮୪ଟି ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଥିବା ବେଳେ ବାଲେଶ୍ଵର ଜିଲ୍ଲା ପାଇଁ ସର୍ବାଧିକ ୧୧ଟି ଉଦ୍ଧିଷ୍ଟ ରହିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ୫ବର୍ଷ ପାଇଁ ୧୦୪କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

108 ambulance services

ଏବେ ସୁଦ୍ଧା ରାଜ୍ୟରେ ମୋଟ ୫୧୮ ଟି ୧୦୮ ଆମ୍ବୁଲାନ୍ସ, କାର୍ଯ୍ୟକାରୀ ହେଉଛି । ଯେଉଁଥିରେ ସାମିଲ ଅଛି 6ଟି ବୋଟ ଆମ୍ବୁଲାନ୍ସ । ୨୦୧୩ ମସିହାରୁ ରାଜ୍ୟବାସୀଙ୍କୁ ଏହି ଜରୁରୀ କାଳୀନ ସେବା ଯୋଗାଉଛନ୍ତି ସରକାର । ତେବେ ଶୁଭାରମ୍ଭ ହୋଇଥିବା ପ୍ରତ୍ୟେକ ଆମ୍ବୁଲାନ୍ସରେ ୩ ଜଣ ଲେଖାଏଁ ଦୁଇଟି ସିଫ୍ଟରେ ୬ ଜଣ ହିସାବରେ ୮୪ଟି ଗାଡି ପାଇଁ ୫୦୪ ଜଣ କର୍ମଚାରୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+